ସରକାର ଆମକୁ ସାହାଯ୍ୟ କର: ଭାଇର ଉନ୍ନତ ଚିକିତ୍ସା ପାଇଁ ଭାଇର ଗୁହାରି
ଜୟପୁର: ମୋ ଭାଇକୁ ବଞ୍ଚେଇ ଦିଅ…ଜୀବନ ମରଣ ସହ ସଂଘର୍ଷ କରୁଛି ମୋ ଭାଇ ବହ୍ଲବ । ଆମର କୌଣସି ସ୍ୱାସ୍ଥ୍ୟ କାର୍ଡ ନଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାର ଆମକୁ ସାହାଯ୍ୟ କରନ୍ତୁ । ସାହାଯ୍ୟ ପାଇଲେ ମୋ ଭାଇ ବଞ୍ଚିଯିବ । BSKY କାର୍ଡ କିମ୍ବା ଆୟୁଷ୍ମାନ କାର୍ଡ ସୁବିଧା ଥିଲେ ମଧ୍ୟ ସେଥିରେ ଆମ ନାଁ ନାହିଁ । ତେଣୁ ମୋ ଭାଇର ଉନ୍ନତ ଚିକିତ୍ସା ସମ୍ଭବ ହେଉନାହିଁ […] The post ସରକାର ଆମକୁ ସାହାଯ୍ୟ କର: ଭାଇର ଉନ୍ନତ ଚିକିତ୍ସା ପାଇଁ ଭାଇର ଗୁହାରି appeared first on KNews Odisha.

ଜୟପୁର: ମୋ ଭାଇକୁ ବଞ୍ଚେଇ ଦିଅ…ଜୀବନ ମରଣ ସହ ସଂଘର୍ଷ କରୁଛି ମୋ ଭାଇ ବହ୍ଲବ । ଆମର କୌଣସି ସ୍ୱାସ୍ଥ୍ୟ କାର୍ଡ ନଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାର ଆମକୁ ସାହାଯ୍ୟ କରନ୍ତୁ । ସାହାଯ୍ୟ ପାଇଲେ ମୋ ଭାଇ ବଞ୍ଚିଯିବ । BSKY କାର୍ଡ କିମ୍ବା ଆୟୁଷ୍ମାନ କାର୍ଡ ସୁବିଧା ଥିଲେ ମଧ୍ୟ ସେଥିରେ ଆମ ନାଁ ନାହିଁ । ତେଣୁ ମୋ ଭାଇର ଉନ୍ନତ ଚିକିତ୍ସା ସମ୍ଭବ ହେଉନାହିଁ । ବର୍ତମାନ ମୋ ଭାଇର ଅବସ୍ଥା ଗୁରୁତର ଅଛି । ଏଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଆମକୁ ସାହାଯ୍ୟ କଲେ ମୋ ଭାଇ ସୁସ୍ଥ ହେବ । ସୁସ୍ଥ ହେବା ପରେ ଅଧିକ ପାଠ ପଢି ଶିକ୍ଷିତ ହେବ ଓ ତାର ଭବିଷ୍ୟତ ତିଆରି କରିବ । ଏମିତି କିଛି କହି ସରକାରଙ୍କୁ ଗୁହାରି କରିଛନ୍ତି କୋରାପୁଟ ଲମତାପୁଟର ଯୁବକ ରଘୁରାମ ପାମିଆ ।
ରଘୁରାମଙ୍କ ଭାଇ ବହ୍ଲବ ପମିଆ । ବୟସ ୧୯ ବର୍ଷ । ହଠାତ୍ କଣ ହେଲା କେଜାଣି ପେଟ ଓ ମୁଣ୍ଡ ବ୍ୟଥା ସହ ଶରୀର ଅସୁସ୍ଥ ହୋଇପଡ଼ିଲା । ପ୍ରଥମେ ପରିବାର ଲୋକେ ଲମାତାପୁଟ, ପରେ ଜିଲ୍ଲା ଚିକିତ୍ସାଳୟ ଜୟପୁର ଓ ଏସଏଲଏନ୍ ମେଡିକାଲ କଲେଜରେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ଏବେ ଅବସ୍ଥା ଗୁରୁତର ହେବାରୁ ତାଙ୍କର ଉନ୍ନତ ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ।
ସରକାରଙ୍କ ସ୍ୱାସ୍ଥ୍ୟ କାର୍ଡରୁ ବଞ୍ଚିତ ବହ୍ଲବ ବର୍ତମାନ ସରକାରଙ୍କ ପାଖରେ ଗୁହାରି କରିଛନ୍ତି ସହାୟତା ପାଇଁ । ଏଠି ପ୍ରଶ୍ନ ଯେ ମୌଳିକ ସୁବିଧାର ସର୍ବାଗ୍ରେ ରହିଛି ସ୍ୱାସ୍ଥ୍ୟ ସେବା । ରଘୁରାମଙ୍କ ପରିବାରରେ ପ୍ରଥମେ BSKY ଓ ବର୍ତମାନ ଆୟୁଷ୍ମାନ କାର୍ଡ ରହିଛି । କିନ୍ତୁ କେବଳ ବାପା ମାଆଙ୍କ ନାଁ ଏଥିରେ ଥିବାବେଳେ କାର୍ଡରେ ତିନି ଭାଇଙ୍କ ନାଁ ନାହିଁ । ଯେଉଁ କାରଣରୁ ଆଜି ବହ୍ଲବ ଚିକିତ୍ସା ସୁବିଧାରୁ ବଞ୍ଚିତ ।
ଏଠି ପ୍ରଶ୍ନ ଉପାନ୍ତରେ ଗରିବ ଲୋକଙ୍କ ପାଇଁ ସରକାରୀ ଯୋଜନା ଅଛି କିନ୍ତୁ ସରକାରୀ ବାବୁଙ୍କ ବେପରୁଆ ମନୋଭାବ ପାଇଁ ଅନେକ ହିତାଧିକାରୀ ସୁବିଧା ସହ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଏଠି ପ୍ରଶ୍ନ ଉଠୁଛି ସରକାରୀ ଯୋଜନା କାହା ପାଇଁ? ଆଶା ପ୍ରଶାସନ ବ୍ଲହବଙ୍କ ପାଇଁ ସହାୟତାର ହାତ ବଢ଼େଇବେ ।
ଆହୁରି ପଢନ୍ତୁ: ଭେଣ୍ଡିଆ ପୁଅକୁ ହରାଇ କଇଁ କଇଁ ହୋଇ କାନ୍ଦୁଛନ୍ତି ବାପା, କିଏ ମାରିଦେଲା ଅମ୍ଳାନଙ୍କୁ?
The post ସରକାର ଆମକୁ ସାହାଯ୍ୟ କର: ଭାଇର ଉନ୍ନତ ଚିକିତ୍ସା ପାଇଁ ଭାଇର ଗୁହାରି appeared first on KNews Odisha.