ଧାଏଁ ଧାଏଁ ବଢୁଛି ସୁନା ଦର, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ଅଛି ମୂଲ୍ୟ
ସୁନା ଦର ବୃଦ୍ଧି ଅଳଙ୍କାର ପ୍ରିୟ ଲୋକଙ୍କ ପାଇଁ ଏକ ବିରାଟ ସମସ୍ୟା ହୋଇ ଛିଡ଼ା ହୋଇଛି । ସାରା ବିଶ୍ବରେ ବଢ଼ି ବଢ଼ି ଚାଲିଛି ସୁନା ଦର । ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ମୂଲ୍ୟ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭ ହଜାର ୩୮୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୦, ୧୦୦ ଟଙ୍କା ଛୁଇଁଛି । ସେହିପରି […] The post ଧାଏଁ ଧାଏଁ ବଢୁଛି ସୁନା ଦର, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ଅଛି ମୂଲ୍ୟ appeared first on KNews Odisha.

ସୁନା ଦର ବୃଦ୍ଧି ଅଳଙ୍କାର ପ୍ରିୟ ଲୋକଙ୍କ ପାଇଁ ଏକ ବିରାଟ ସମସ୍ୟା ହୋଇ ଛିଡ଼ା ହୋଇଛି । ସାରା ବିଶ୍ବରେ ବଢ଼ି ବଢ଼ି ଚାଲିଛି ସୁନା ଦର । ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ମୂଲ୍ୟ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭ ହଜାର ୩୮୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୦, ୧୦୦ ଟଙ୍କା ଛୁଇଁଛି ।
ସେହିପରି ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର ୮୦ ହଜାର ୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାଦର ୮୭ ହଜାର ୩୮୦ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୮୦,୧୦୦ ଟଙ୍କା ଓ ୮୭,୩୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୮୦, ୨୫୦ ଟଙ୍କା ଓ ୮୭, ୫୩୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୮୦,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୭, ୩୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୮୦,୧୦୦ ଓ ୮୭,୩୮୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୯୭,୦୦୦ ଟଙ୍କା ହୋଇଛି ।
ଆହୁରି ପଢନ୍ତୁ : ଦମଦାର୍ ମାଇଲେଜ୍ ସହିତ ଫିଚର୍ସ ମଧ୍ୟ ଜବରଦସ୍ତ, ଏହି କାରଗୁଡିକର ପ୍ରାଇସ୍ ରହିଛି ୭ ଲକ୍ଷରୁ କମ୍
The post ଧାଏଁ ଧାଏଁ ବଢୁଛି ସୁନା ଦର, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ଅଛି ମୂଲ୍ୟ appeared first on KNews Odisha.