ଚାରଧାମ ଯାତ୍ରା ପାଇଁ ୧୨ଟି ଭାଷାରେ SOP ଜାରି କଲେ ଧାମି ସରକାର, ୧୦୪ ହେଲ୍ପଲାଇନ ନଂରେ ମିଳିବ ମେଡିକାଲ ସୁବିଧା

ଉତ୍ତରାଖଣ୍ଡର ଚାରଧାମ ଯାତ୍ରା ଚଳିତ ବର୍ଷ ୩୦ ଏପ୍ରିଲରୁ ଆରମ୍ଭ ହେଉଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚାରଧାମ ଯାତ୍ରା କରନ୍ତି । ଏଥର ଚାରଧାମ ଯାତ୍ରାରେ କିଛି ନୂତନ ନିୟମ କରାଯାଇଛି । ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟ, ସୁବିଧା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଏସଓପି ଜାରି ରକାଯାଇଛି । ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟକୁ ସୁରକ୍ଷା ପ୍ରାଥମିକତା ଦେବାକୁ ସକାର ୧୨ ଭାଷାରେ ଏସଓପି ଜାରି କରିଛନ୍ତି । ଏହାଦ୍ବାରା ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସହଜ ହେବ […] The post ଚାରଧାମ ଯାତ୍ରା ପାଇଁ ୧୨ଟି ଭାଷାରେ SOP ଜାରି କଲେ ଧାମି ସରକାର, ୧୦୪ ହେଲ୍ପଲାଇନ ନଂରେ ମିଳିବ ମେଡିକାଲ ସୁବିଧା appeared first on KNews Odisha.

ଚାରଧାମ ଯାତ୍ରା ପାଇଁ ୧୨ଟି ଭାଷାରେ SOP ଜାରି କଲେ ଧାମି ସରକାର, ୧୦୪ ହେଲ୍ପଲାଇନ ନଂରେ ମିଳିବ ମେଡିକାଲ ସୁବିଧା
kedarnath

ଉତ୍ତରାଖଣ୍ଡର ଚାରଧାମ ଯାତ୍ରା ଚଳିତ ବର୍ଷ ୩୦ ଏପ୍ରିଲରୁ ଆରମ୍ଭ ହେଉଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚାରଧାମ ଯାତ୍ରା କରନ୍ତି । ଏଥର ଚାରଧାମ ଯାତ୍ରାରେ କିଛି ନୂତନ ନିୟମ କରାଯାଇଛି । ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟ, ସୁବିଧା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଏସଓପି ଜାରି ରକାଯାଇଛି । ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟକୁ ସୁରକ୍ଷା ପ୍ରାଥମିକତା ଦେବାକୁ ସକାର ୧୨ ଭାଷାରେ ଏସଓପି ଜାରି କରିଛନ୍ତି । ଏହାଦ୍ବାରା ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସହଜ ହେବ ଏବଂ ପାଳନ କରିବାକୁ ସହଜ ହେବ ।

୧୨ଟି ଭାଷାରେ ଜାରି ହୋଇଥିବା ଏସଓପି (ହିନ୍ଦୀ, ଇଂଲିଶ, ଗୁଜରାଟୀ, ମରାଠୀ, ପଞ୍ଜାବୀ, ଓଡିଆ, ତାମିଲ, ତେଲୁଗୁ, ମଲୟାଲମ, କନ୍ନଡ, ବଙ୍ଗଳା ଏବଂ ମଣିପୁରୀ) ଭାଷାରେ ହୋଇଛି । ଏଥିରେ ଚାରଧାମ ଯାତ୍ରା ସମ୍ବନ୍ଧୀୟ ସମସ୍ତ ସୂଚନା ଓ ବିବରଣୀ ମିଳିବ ।

ଏହି ଏସଓପି ଅଧିନରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କୌଣସି ଜରୁରୀ କାଳୀନ ସ୍ଥିତିରେ ଶ୍ରଦ୍ଧାଳୁ ୧୦୪ ହେଲପଲାଇନ ନମ୍ବରରେ କଲ୍ କରି ତୁରନ୍ତ ଚିକିତ୍ସା ପାଇପାରିବେ । ଯାତ୍ରା ମାର୍ଗରେ ମେଡିକାଲ ରିଲିଫ ପୋଷ୍ଟ, ସ୍କ୍ରିନିଂ ପଏଣ୍ଟ, ହେଲଥ ଏଟିଏମ ସୁବିଧା ମିଳିବ ।

ତେବେ ଶ୍ରଦ୍ଧାଳୁ ୪ ଧାମ ଯାତ୍ରା କରିବା ପୂର୍ବରୁ ଅତିକମରେ ୨ ମାସ ଚାଲିବା ଅଭ୍ୟାସ କରିବା ଉଚିତ । ଏହାଛଡା ପ୍ରାଣାୟମ ଏବଂ ହାଲକା ବ୍ୟାୟାମ ମଧ୍ୟ କରିବା ଜରୁରୀ । ହୃଦରୋଗୀ, ମଧୁମେହ, ଆଜମା ରୋଗୀ ନିୟମିତ ଔଷଧ ଖାଇବା ସହିତ ଡାକ୍ତରଙ୍କ ନମ୍ବର ପାଖରେ ରଖନ୍ତୁ ।

ସୋସିଆଲ ମିଡିଆରେ ଭିଡିଓ ଏବଂ ରିଲ କରୁଥିବା ଲୋକଙ୍କ ପାଇଁ ବିଶେଷ ନିୟମ ରହିଛି । ମନ୍ଦିର ଭିତରେ ଭିଡିଓ ଏବଂ ରିଲ ଉପରେ ନିଷେଧାଦେଶ ରହିଛି । ଏହା ବ୍ୟତୀତ ଭିଭିଆଇପି ଦର୍ଶନ ମଧ୍ୟ ବନ୍ଦ କରାଯାଇଛି ।
ଏଥର ଚାରଧାମ ଯାତ୍ରା ପାଇଁ ୯ ଲକ୍ଷ ଲୋକ ପଞ୍ଜୀକୃତ କରିଛନ୍ତି । ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଯାତ୍ରା ସମୟରେ ଭିଭିଆଇପି ଦର୍ଶନ ମଧ୍ୟ ବନ୍ଦ କରାଯାଇଛି। ବଦ୍ରିନାଥ ଧାମର ପଣ୍ଡା ପଞ୍ଚାୟତର କୋଷାଧ୍ୟକ୍ଷ ଅଶୋକ ଟୋଡରିଆ କହିଛନ୍ତି ଯେ, ଦର୍ଶନ ପାଇଁ ଟଙ୍କା ନେବା ଭଗବାନଙ୍କ ସମ୍ମାନର ବିରୋଧୀ । ତେଣୁ, ଏଥର ସମସ୍ତ ଭକ୍ତ କେବଳ ସାଧାରଣ ଦର୍ଶନ ପାଇପାରିବେ । ଏହା ସହିତ ସମସ୍ତେ ଦର୍ଶନ ପାଇଁ ସମାନ ସୁଯୋଗ ପାଇବେ ।

ସୂଚନାଯୋଗ୍ୟ, ଚଳିତବର୍ଷ ଚାରିଧାମ ଯାତ୍ରା ୩୦ ଏପ୍ରିଲରୁ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ଖୋଲିବ । ଚଳିତ ବର୍ଷ ମେ’ ୨ରେ ଖୋଲିବ କେଦାରନାଥଙ୍କ କପାଟ । ମେ’ ୨ରେ ଠିକ୍ ସକାଳ ୭ଟାରେ ଏହି ଦିବ୍ୟ କାର୍ଯ୍ୟର ଆରମ୍ଭ କରାଯିବ ଆଉ ସେହି ସମୟରୁ ହିଁ ଆରମ୍ଭ ହେବ ଚାରିଧାମ ଯାତ୍ରା । ତେବେ ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରୁ ବାବାଙ୍କ ଶୋଭାଯାତ୍ରା ମେ ୧ରେ କେଦାରନାଥରେ ପହଞ୍ଚିବ ଆଉ ମେ ୨ ସକାଳେ କପାଟ ଖୋଲାଯିବ । ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ହେବ । ହରିଦ୍ୱାର ଓ ଋଷିକେଶରେ ୨୦-୨୦ଟି ଏବଂ ବିକାଶନଗରରେ ୧୫ଟି ଅଫଲାଇନ୍ ପଞ୍ଜିକରଣ କାଉଣ୍ଟର ଖୋଲାଯିବ ।

Also Read : ପବିତ୍ର ମହାଶିବରାତ୍ରି ଅବସରରେ ସ୍ଥିର ହେଲା ତାରିଖ, ଖୋଲିବ ବାବା କେଦାରନାଥଙ୍କ କପାଟ

The post ଚାରଧାମ ଯାତ୍ରା ପାଇଁ ୧୨ଟି ଭାଷାରେ SOP ଜାରି କଲେ ଧାମି ସରକାର, ୧୦୪ ହେଲ୍ପଲାଇନ ନଂରେ ମିଳିବ ମେଡିକାଲ ସୁବିଧା appeared first on KNews Odisha.