ଝିଅ ଜନ୍ମ ପରେ ଆଖି ବୁଜିଲା ମାଆ, ନର୍ସିଂହୋମ୍‌ରେ ସଂପର୍କୀୟଙ୍କ ଲଙ୍କାକାଣ୍ଡ,ଡାକ୍ତରଙ୍କ ଅବହେଳା ଅଭିଯୋଗ

ଭଦ୍ରକ ୨୭/୧:  ଭଦ୍ରକରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଗାନ୍ଧି ପଡିଆ ସ୍ଥିତ ଘରୋଇ ନର୍ସିଂ ହୋମ୍‌ରେ ଭଙ୍ଗାରୁଜା କଲେ ମୃତକଙ୍କ ସଂପର୍କୀୟ । ଶିଶୁ କନ୍ୟାର ମୃତ୍ୟୁ ପରେ ମାଆର ହୋଇଛି ମୃତ୍ୟୁ । ଡାକ୍ତର ଓ କର୍ମଚାରୀଙ୍କ ଅବହେଳା ପାଇଁ ମୃତ୍ୟୁ ହୋଇଥିବା ଆଣିଲେ ଅଭିଯୋଗ । ସୂଚନା ଅନୁସାରେ ଆସୁରାଳୀ ଅଞ୍ଚଳର ଦେବସ୍ମିତା ଜେନା ଦ୍ବିତୀୟ ସନ୍ତାନ ପ୍ରସବ ପାଇଁ ନର୍ସିଂହୋମ୍‌ରେ ଭର୍ତ୍ତି ହୋଇଥିଲେ ।ତେବେ ଶିଶୁ କନ୍ୟାକୁ ଜନ୍ମ ଦେବାର କିଛି ଘଣ୍ଟା ପରେ ଆଖି ବୁଜିଥିଲେ ଦେବସ୍ମିତା । ଏହା ପରେ ନର୍ସିଂହୋମ୍‌ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କ ଗାଡି ଭାଙ୍ଗିଲେ ମୃତକଙ୍କ ସଂପର୍କୀୟ । ପୋଲିସ ଉପସ୍ଥିତିରେ ଭଙ୍ଗାରୁଜା ହୋଇଥିଲା । ପରେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।   

ଝିଅ ଜନ୍ମ ପରେ ଆଖି ବୁଜିଲା ମାଆ, ନର୍ସିଂହୋମ୍‌ରେ ସଂପର୍କୀୟଙ୍କ ଲଙ୍କାକାଣ୍ଡ,ଡାକ୍ତରଙ୍କ ଅବହେଳା ଅଭିଯୋଗ

ଭଦ୍ରକ ୨୭/୧:  ଭଦ୍ରକରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଗାନ୍ଧି ପଡିଆ ସ୍ଥିତ ଘରୋଇ ନର୍ସିଂ ହୋମ୍‌ରେ ଭଙ୍ଗାରୁଜା କଲେ ମୃତକଙ୍କ ସଂପର୍କୀୟ । ଶିଶୁ କନ୍ୟାର ମୃତ୍ୟୁ ପରେ ମାଆର ହୋଇଛି ମୃତ୍ୟୁ । ଡାକ୍ତର ଓ କର୍ମଚାରୀଙ୍କ ଅବହେଳା ପାଇଁ ମୃତ୍ୟୁ ହୋଇଥିବା ଆଣିଲେ ଅଭିଯୋଗ । 

ସୂଚନା ଅନୁସାରେ ଆସୁରାଳୀ ଅଞ୍ଚଳର ଦେବସ୍ମିତା ଜେନା ଦ୍ବିତୀୟ ସନ୍ତାନ ପ୍ରସବ ପାଇଁ ନର୍ସିଂହୋମ୍‌ରେ ଭର୍ତ୍ତି ହୋଇଥିଲେ ।ତେବେ ଶିଶୁ କନ୍ୟାକୁ ଜନ୍ମ ଦେବାର କିଛି ଘଣ୍ଟା ପରେ ଆଖି ବୁଜିଥିଲେ ଦେବସ୍ମିତା । ଏହା ପରେ ନର୍ସିଂହୋମ୍‌ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କ ଗାଡି ଭାଙ୍ଗିଲେ ମୃତକଙ୍କ ସଂପର୍କୀୟ । ପୋଲିସ ଉପସ୍ଥିତିରେ ଭଙ୍ଗାରୁଜା ହୋଇଥିଲା । ପରେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।