ମୋହନ ଭାଗବତଙ୍କୁ ମିଳିଲା ASL ସିକ୍ୟୁରିଟି, ଜାଣନ୍ତୁ Z+ ଓ Y+ ସୁରକ୍ଷାରୁ କେତେ ଅଲଗା?
ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ୍) ପ୍ରମୁଖ ମୋହନ ଭାଗବତଙ୍କ ସୁରକ୍ଷା ଏବେ ଆହୁରି ଅଧିକ ହୋଇଯାଇଛି। ପୂର୍ବରୁ ମୋହନ ଭାଗବତଙ୍କୁ ଜେଡ୍ ପ୍ଲସ୍ ସିକ୍ୟୁରିଟି ଯୋଗାଇ ଦିଆଯାଇଥିଲା, ହେଲେ ଏବେ ଏହାକୁ ଅପଡେଟ କରି ଆଡଭାନ୍ସ ସିକ୍ୟୁରିଟି ଲାଇଜନ (ଏଏସଏଲ) କରିଦିଆଯାଇଛି। ଏପରି ସୁରକ୍ଷା ଦେଶରେ ମାତ୍ର କିଛି ଲୋକଙ୍କୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଛି। ତେବେ ଆସନ୍ତୁ ଜାଣିବା କାହିଁକି ବଢିଲା ମୋହନ ଭାଗବତଙ୍କ ସୁରକ୍ଷା ଓ କିପରି ଜେଡ ପ୍ଲସ୍ ଓ ୱାଇ କ୍ୟାଟଗରିରୁ ଅଲଗା?ଉଲ୍ଲେଖଯୋଗ୍ୟ ଯେ ଏଏସଏଲ ସୁରକ୍ଷା କେବଳ ସେହି ଭିଭିଆଇପି ମାନଙ୍କୁ ମିଳିଥାଏ ଯାହାଙ୍କ ଲାଗି ବିପଦ ଅଧିକ ବଡ଼ ଥାଏ। କିଛିଦିନ ପୂର୍ବରୁ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କୁ ନେଇ ଇଣ୍ଟେଲିଜେନ୍ସୀ ବ୍ୟୁରୋର ଥ୍ରେର୍ଟ ଆଲର୍ଟ ଆସିଥିଲା। ଏହା ପରଠାରୁ ତାଙ୍କ ସୁରକ୍ଷା ବଢାଇବା ପାଇଁ ବିଚାର କରାଯାଇଥିଲା। ଏଏସଏଲ ସୁରକ୍ଷା କ’ଣ? ଏହାକୁ ଆପଣ ସବୁଠୁ ଉଚ୍ଚସ୍ତରୀୟ ସୁରକ୍ଷା କହିପାରନ୍ତି। ଯେତେବେଳେ କୌଣସି ଭିଆଇପିଙ୍କୁ ଏଏସଏଲ ସୁରକ୍ଷା ଦିଆଯାଏ ସେତେବେଳେ ସେ ସେହି ପ୍ରୋଟକଲ ପରିସରକୁ ଆସି ଯାଆନ୍ତି ଯାହା ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ଲାଗୁ ହୁଏ। ଅର୍ଥାତ ମୋହନ ଭାଗବତ ଏବେ ସାଧାରଣ ହେଲିକପ୍ଟରରେ ଆଉ ଯାତ୍ରା କରିପାରିବେନି ଓ ବିଶେଷ ରୂପେ ନିର୍ମିତ ହେଲିକପ୍ଟରରେ ଯ
ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ୍) ପ୍ରମୁଖ ମୋହନ ଭାଗବତଙ୍କ ସୁରକ୍ଷା ଏବେ ଆହୁରି ଅଧିକ ହୋଇଯାଇଛି। ପୂର୍ବରୁ ମୋହନ ଭାଗବତଙ୍କୁ ଜେଡ୍ ପ୍ଲସ୍ ସିକ୍ୟୁରିଟି ଯୋଗାଇ ଦିଆଯାଇଥିଲା, ହେଲେ ଏବେ ଏହାକୁ ଅପଡେଟ କରି ଆଡଭାନ୍ସ ସିକ୍ୟୁରିଟି ଲାଇଜନ (ଏଏସଏଲ) କରିଦିଆଯାଇଛି। ଏପରି ସୁରକ୍ଷା ଦେଶରେ ମାତ୍ର କିଛି ଲୋକଙ୍କୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଛି। ତେବେ ଆସନ୍ତୁ ଜାଣିବା କାହିଁକି ବଢିଲା ମୋହନ ଭାଗବତଙ୍କ ସୁରକ୍ଷା ଓ କିପରି ଜେଡ ପ୍ଲସ୍ ଓ ୱାଇ କ୍ୟାଟଗରିରୁ ଅଲଗା?
ଉଲ୍ଲେଖଯୋଗ୍ୟ ଯେ ଏଏସଏଲ ସୁରକ୍ଷା କେବଳ ସେହି ଭିଭିଆଇପି ମାନଙ୍କୁ ମିଳିଥାଏ ଯାହାଙ୍କ ଲାଗି ବିପଦ ଅଧିକ ବଡ଼ ଥାଏ। କିଛିଦିନ ପୂର୍ବରୁ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କୁ ନେଇ ଇଣ୍ଟେଲିଜେନ୍ସୀ ବ୍ୟୁରୋର ଥ୍ରେର୍ଟ ଆଲର୍ଟ ଆସିଥିଲା। ଏହା ପରଠାରୁ ତାଙ୍କ ସୁରକ୍ଷା ବଢାଇବା ପାଇଁ ବିଚାର କରାଯାଇଥିଲା।
ଏଏସଏଲ ସୁରକ୍ଷା କ’ଣ?
ଏହାକୁ ଆପଣ ସବୁଠୁ ଉଚ୍ଚସ୍ତରୀୟ ସୁରକ୍ଷା କହିପାରନ୍ତି। ଯେତେବେଳେ କୌଣସି ଭିଆଇପିଙ୍କୁ ଏଏସଏଲ ସୁରକ୍ଷା ଦିଆଯାଏ ସେତେବେଳେ ସେ ସେହି ପ୍ରୋଟକଲ ପରିସରକୁ ଆସି ଯାଆନ୍ତି ଯାହା ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ଲାଗୁ ହୁଏ। ଅର୍ଥାତ ମୋହନ ଭାଗବତ ଏବେ ସାଧାରଣ ହେଲିକପ୍ଟରରେ ଆଉ ଯାତ୍ରା କରିପାରିବେନି ଓ ବିଶେଷ ରୂପେ ନିର୍ମିତ ହେଲିକପ୍ଟରରେ ଯାତ୍ରା କରିବେ। ଏହା ଛଡା ମୋହନ ଭାଗବତ ଯେଉଁସ୍ଥାନକୁ ଯିବେ ସେ ପହଞ୍ଚିବା ପୂର୍ବରୁ ସେହି ସ୍ଥାନର ସମୀକ୍ଷା କରାଯିବ ଓ ସେଠାରେ ସିକ୍ୟୁରିଟି ରିହର୍ସେଲ କରାଯିବ। ଏହା ଛଡା ମୋହନ ଭାଗବତ ଯେଉଁଠାକୁ ବି ଯିବେ ତାଙ୍କ ସୁରକ୍ଷାରେ ଜିଲ୍ଲା ପ୍ରଶାସନ, ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ସ୍ଥାନୀୟ ଏଜେନ୍ସୀ ବି ମୁତୟନ ହେବେ।
ଏଏସଏଲ ସିକ୍ୟୁରିଟି ଜେଡ ପ୍ଲସ୍ ଏବଂ ୱାଇଠାରୁ କେତେ ଅଲଗା?
ଏଏସଏଲ ଏକ ସୁରକ୍ଷା ପ୍ରୋଟକଲ। ଏଥିରେ ରାଜ୍ୟ ପୋଲିସ, କେନ୍ଦ୍ରୀୟ ସୁରକ୍ଷା ବଳ, ଗୁଇନ୍ଦା ତନ୍ତ୍ର ଓ ସୁରକ୍ଷା ସମ୍ପର୍କିତ ଅନ୍ୟ ବିଭାଗ ସାମିଲ ଥାନ୍ତି, ଯାହାର ଆନ୍ତରିକ ଓ ବାହ୍ୟ ସୁରକ୍ଷା ବଳୟ ଥାଏ। ଏହା ଛଡା ଏଏସଏଲ ପ୍ରୋଟକଲ ଅନୁସାରେ ସୁରକ୍ଷାରେ ଅତ୍ୟାଧୁନିକ ଟେକ୍ନୋଲଜି ଓ ଉପକରଣର ଉପଯୋଗ ହୁଏ। ଏହା ଛଡା ଏଏସଏଲ ସୁରକ୍ଷା ପ୍ରୋଟକଲରେ କମାଣ୍ଡୋ ସଂଖ୍ୟା ବିପଦ ଅନୁସାରେ ବଢା ବା କମାଯାଇ ପାରେ। ଅର୍ଥାତ ଏଏସଏଲ ଯୋଗାଇ ଦିଆଯାଉଥିବା ଜେଡ୍ ପ୍ଲସ୍ ସିକ୍ୟୁରିଟି ଠାରୁ ଢେର ଆଧୁନିକ।
ଏଥିରେ ଜେଡ୍ ପ୍ଲସ୍ ସିକ୍ୟୁରିଟି କଥା କହିଲେ ଏଥିରେ ୫୫ରୁ ୫୮ ଜଣ ସୁରକ୍ଷା କର୍ମୀ ମୁତୟନ ହୁଅନ୍ତି। ଯେଉଁଥିରେ ୧୦-୧୨ ଜଣ ଏନଏସଜି କମାଣ୍ଡୋ ମଧ୍ୟ ଥାନ୍ତି। ସେହିପରି ସ୍ଥାନୀୟ ପୋଲିସ ଓ ଅନ୍ୟ ସୁରକ୍ଷା ଏଜେନ୍ସୀର ଜବାନ ମଧ୍ୟ ଜେଡ୍ ପ୍ଲସ କ୍ୟାଟଗରୀରେ ସାମିଲ ଥାନ୍ତି। ଏଥିରେ ୱାଇ ପ୍ଲସ ସୁରକ୍ଷା କଥା କହିଲେ ୧୧-୧୨ ଜଣ ସୁରକ୍ଷା କର୍ମୀ ଯୋଗାଇ ଦିଆଯାଏ। ଏଥିରେ ୨ରୁ ୪ ଜଣ ଏନଏସଜି କମାଣ୍ଡୋ ମଧ୍ୟ ଥାନ୍ତି। ଜେଡ ପ୍ଲସ୍ ସୁରକ୍ଷାରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିବା ବେଳେ ୱାଇ ପ୍ଲସ୍ରେ ଗୋଟିଏ ସ୍ତରର ସୁରକ୍ଷା ଥାଏ।