ଝିପିଝିପି ବର୍ଷା ପାଇଁ ହନ୍ତସନ୍ତ ଅଞ୍ଚଳବାସୀ: କିଛି ପର୍ଯ୍ୟଟକ ଖୁସି ଆଉ କିଛି ନିରାଶ

ଦାରିଙ୍ଗବାଡି,୨।୧୨ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୪ ଦିନ ବିତିଲା କୋହଲା ପାଗ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କୋହଲା ଓ ଝିପିଝିପି ବର୍ଷା ଯୋଗୁ ଦିନରେ ଶୀତ ଦ୍ବିଗୁଣିତ ହୋଇଥିବାବେଳେ ରାତିରେ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଉଛି। ଘନ କୁହୁଡି ଯୋଗୁ ଯାତାୟତରେ ବାଧା ସୃଷ୍ଟି ହେଉଛି ତାପମାତ୍ରା ୧୧ ଡିଗ୍ରୀ ରହିଛି। ବର୍ଷା ଓ ପାଗ ଖରାପ ସ୍ଥିତି ଯୋଗୁ ଲୋକ ବିଭିନ୍ନ କାମ ଧନ୍ଦାରେ ବାହାରକୁ ଯିବା […] The post ଝିପିଝିପି ବର୍ଷା ପାଇଁ ହନ୍ତସନ୍ତ ଅଞ୍ଚଳବାସୀ: କିଛି ପର୍ଯ୍ୟଟକ ଖୁସି ଆଉ କିଛି ନିରାଶ appeared first on Dharitri Odia News.

ଝିପିଝିପି ବର୍ଷା ପାଇଁ ହନ୍ତସନ୍ତ ଅଞ୍ଚଳବାସୀ: କିଛି ପର୍ଯ୍ୟଟକ ଖୁସି ଆଉ କିଛି ନିରାଶ

ଦାରିଙ୍ଗବାଡି,୨।୧୨ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୪ ଦିନ ବିତିଲା କୋହଲା ପାଗ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କୋହଲା ଓ ଝିପିଝିପି ବର୍ଷା ଯୋଗୁ ଦିନରେ ଶୀତ ଦ୍ବିଗୁଣିତ ହୋଇଥିବାବେଳେ ରାତିରେ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଉଛି। ଘନ କୁହୁଡି ଯୋଗୁ ଯାତାୟତରେ ବାଧା ସୃଷ୍ଟି ହେଉଛି ତାପମାତ୍ରା ୧୧ ଡିଗ୍ରୀ ରହିଛି। ବର୍ଷା ଓ ପାଗ ଖରାପ ସ୍ଥିତି ଯୋଗୁ ଲୋକ ବିଭିନ୍ନ କାମ ଧନ୍ଦାରେ ବାହାରକୁ ଯିବା ମୁସ୍କିଲ ହୋଇପଡିଛି। ସେପଟେ ଧାନ କଟା ଚାଲିଥିବା ବେଳେ ଅନେକ ଚାଷୀ କ୍ଷେତରୁ କାଟିଥିବା ଧାନ ଘରକୁ ଆଣିବା କଷ୍ଟ ହୋଇପଡିଛି। ଧାନ ଫସଲ କ୍ଷତି ହେବା ଆଶଙ୍କା ବଢିଛି। ସେହିପରି ଦାରିଙ୍ଗବାଡି ଇକୋ ରିଟ୍ରିଟ ଖୋଲିଛି। ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟରେ ପର୍ଯ୍ୟଟକ ରାତ୍ରିଯାପନ କରିଛନ୍ତି। ତେବେ ଦିନରେ ଘନ କୁହୁଡିର ଚାଦର ତଳେ ଦାରିଙ୍ଗବାଡି ଦେଖିବାକୁ ଅତି ସୁନ୍ଦର ହୋଇଥିବାବେଳେ ବର୍ଷା କାରଣରୁ ପର୍ଯ୍ୟଟକ ପର୍ଯ୍ୟଟନ କେନ୍ଦ୍ର ବୁଲିବା କଷ୍ଟ ହୋଇପଡିଛି। ପର୍ଯ୍ୟଟକ ଏଭଳି ପାଗକୁ ପସନ୍ଦ କରିବା ବେକେ କିଛି ପର୍ଯ୍ୟଟକ ପର୍ଯ୍ୟଟନକେନ୍ଦ୍ର ବର୍ଷା ଯୋଗୁ ବୁଲି ନ ପାରି ନିରାଶ ହୋଇଛନ୍ତି।

The post ଝିପିଝିପି ବର୍ଷା ପାଇଁ ହନ୍ତସନ୍ତ ଅଞ୍ଚଳବାସୀ: କିଛି ପର୍ଯ୍ୟଟକ ଖୁସି ଆଉ କିଛି ନିରାଶ appeared first on Dharitri Odia News.