ଯବାନଙ୍କୁ ଟାର୍ଗେଟ କରି ଟିଫିନ ବୋମା ଖଞ୍ଜିଥିଲେ ମାଓବାଦୀ, ବିଗାଡ଼ିଲେ ଯବାନ

ମାଲକାନଗିରି,୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଡିଭିଏଫ୍‌ ଯବାନମାନଙ୍କୁ ମିଳିଛି ଏକ ବଡ଼ ସଫଳତା। ଉକ୍ତ ଅଞ୍ଚଳରୁ ବିପୁଳ ପରିମାଣର ଟିଫିନ୍‌ ବୋମା ଓ ଜିଲଟିନ୍‌ ଷ୍ଟିକ୍‌ ଜବତ କରାଯାଇଛି। ଏ ସମ୍ପର୍କରେ ବୁଧବାର ମାଲକାନଗିରି ଏସ୍‌.ପି. ନିତିଶ୍‌ ବାଧ୍ୱାନୀ ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି। କୌଣସି ସୂତ୍ରରୁ ଖବର ପାଇ ଡିଭିଏଫ୍‌ ଯବାନମାନେ କାଲିମେଳା ବ୍ଲକ ଅନ୍ତର୍ଗତ ଦୟାଲତଙ୍ଗ ଗ୍ରାମ ନିକଟ ଜଙ୍ଗଲରେ କମ୍ବିଂ ଅପରେଶନ ଆରମ୍ଭ […] The post ଯବାନଙ୍କୁ ଟାର୍ଗେଟ କରି ଟିଫିନ ବୋମା ଖଞ୍ଜିଥିଲେ ମାଓବାଦୀ, ବିଗାଡ଼ିଲେ ଯବାନ appeared first on Dharitri Odia News.

ଯବାନଙ୍କୁ ଟାର୍ଗେଟ କରି ଟିଫିନ ବୋମା ଖଞ୍ଜିଥିଲେ ମାଓବାଦୀ, ବିଗାଡ଼ିଲେ ଯବାନ

ମାଲକାନଗିରି,୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଡିଭିଏଫ୍‌ ଯବାନମାନଙ୍କୁ ମିଳିଛି ଏକ ବଡ଼ ସଫଳତା। ଉକ୍ତ ଅଞ୍ଚଳରୁ ବିପୁଳ ପରିମାଣର ଟିଫିନ୍‌ ବୋମା ଓ ଜିଲଟିନ୍‌ ଷ୍ଟିକ୍‌ ଜବତ କରାଯାଇଛି। ଏ ସମ୍ପର୍କରେ ବୁଧବାର ମାଲକାନଗିରି ଏସ୍‌.ପି. ନିତିଶ୍‌ ବାଧ୍ୱାନୀ ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି। କୌଣସି ସୂତ୍ରରୁ ଖବର ପାଇ ଡିଭିଏଫ୍‌ ଯବାନମାନେ କାଲିମେଳା ବ୍ଲକ ଅନ୍ତର୍ଗତ ଦୟାଲତଙ୍ଗ ଗ୍ରାମ ନିକଟ ଜଙ୍ଗଲରେ କମ୍ବିଂ ଅପରେଶନ ଆରମ୍ଭ କରିଥିଲେ। ଉକ୍ତ ଅଞ୍ଚଳରେ ଅପରେଶନ ଜାରି ରହିଥିବା ବେଳେ ଗୋଟିଏ ସ୍ଥାନରେ ମାଟି ତଳେ କିଛି ଜିନିଷ ପୋତା ଯାଇଥିବା ଜାଣିବାକୁ ପାଇଥିଲେ। ପରେ ଉକ୍ତ ସ୍ଥାନ ଖୋଳିବାରୁ ଗାତ ଭିତରୁ ୧୯୦ଟି ଜିଲଟିନ୍‌ ଷ୍ଟିକ୍‌ ଓ ୧୨ଟି ଟିଫିନ୍‌ ବୋମା ଜବତ କରିଛନ୍ତି। ତେବେ ବହୁବର୍ଷ ପୂର୍ବେ ଏହି ଅଞ୍ଚଳରେ ମାଓବାଦୀଙ୍କ ଆଡ୍ଡା ରହିଥିଲା। ପରବର୍ତ୍ତୀ ସମୟରେ ଅଧିକାଂଶ ମାଓବାଦୀ କାଲିମେଳା ଅଞ୍ଚଳ ଛାଡ଼ି ଚିତ୍ରକୋଣ୍ଡା ଅଞ୍ଚଳରେ ନିଜର ସ୍ଥିତି ଜାହିର କରିଥିଲେ। ତେବେ ସେହି ସମୟରେ ଏହି ବୋମା ଓ ଜିଲଟିନ୍‌ ଷ୍ଟିକ୍‌ ନିରୀହ ଜନସାଧାରଣ ଓ ଯବାନମାନଙ୍କୁ ଟାର୍ଗେଟ କରି ଲୁଚାଇ ରଖା ଯାଇଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଏସ୍‌.ପି. ଶ୍ରୀ ବାଧ୍ୱାନୀ ସୂଚନା ଦେଇଛନ୍ତି। ଆଜି ଭୋର୍‌ରୁ ଏହି ସାମଗ୍ରୀଗୁଡ଼ିକ ଜବତ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉକ୍ତ ଅଞ୍ଚଳରେ କମ୍ବିଂ ଅପରେଶନ ଜାରି ରହିଥିବା ସୂଚନା ମିଳିଛି।

 

The post ଯବାନଙ୍କୁ ଟାର୍ଗେଟ କରି ଟିଫିନ ବୋମା ଖଞ୍ଜିଥିଲେ ମାଓବାଦୀ, ବିଗାଡ଼ିଲେ ଯବାନ appeared first on Dharitri Odia News.