ସରକାର ବଦଳୁଛି ବଦଳୁନି ଦାଦନ ଦୁଃଖ; ସାମ୍ନାକୁ ଆସିଲା ଦୟନୀୟ ଚିତ୍ର, ୨ବର୍ଷରେ ଗଲାଣି ୨ଶହ ଜୀବନ

କନକ ବ୍ୟୁରୋ : ସରିନି ଦାଦନ ଦୁଃଖ । ପେଟର ଭୋକ ପାଇଁ ବାହାର ରାଜ୍ୟକୁ କାମ ପାଇଁ ଯାଉଛନ୍ତି ଶହ ଶହ ଶ୍ରମିକ । ଦଲାଲ କଳବରେ ପଡି ଜୀବନ ଯାଉଛି । ୨ ବର୍ଷରେ ଗଲାଣି ଦୁଇ ଶହ ଶ୍ରମିକଙ୍କ ଜୀବନ । ଦାଦନ କଳଙ୍କର ଟୀକା ମୁଣ୍ଡାଇଛି ଓଡିଶା । ରାଜ୍ୟରେ କାମ ନପାଇ ଟଙ୍କା ରୋଜଗାର ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଶହ ଶହ ଶ୍ରମିକ । ହେଲେ ଶେଷରେ ଶବ ହୋଇ ଫେରୁଛନ୍ତି । ଯାହାର ଏକ ସଂଗୀନ ଓ ସାଂଘାତିକ ଚିତ୍ର ବିଧାନସଭାରୁ ଆସିଛି । ଦୁଇ ବର୍ଷର ରିପୋର୍ଟ ବୟାନ କରିଛି ଦାଦନ ଦହଗଞ୍ଜର ଯନ୍ତ୍ରଣା କେତେ ଭୟଙ୍କର ଓଡିଶାରେ । ଶ୍ରମ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୨୦୨୩ ରୁ ୨୦୨୫ ଜାନୁଆରୀ ପର୍ଯ୍ୟନ୍ତ ରାଜ୍ୟ ଏବଂ ଦେଶ ବାହାରକୁ କାମ କରିବାକୁ ଯାଇ ୨୦୭ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । କିନ୍ତୁ ଚିନ୍ତା କଲାଭଳି ତଥ୍ୟ ଆସିଛି ଗଞ୍ଜାମ ଓ ବଲାଙ୍ଗିର ଜିଲ୍ଲାରୁ । ଜିଲ୍ଲା                        ଦାଦନ ମୃତ୍ୟୁଗଞ୍ଜାମ                      ୪୯ବଲାଙ୍ଗିର                   ୨୩କଳାହାଣ୍ଡି                   ୧୬କନ୍ଧମାଳ                    ୧୬ନବରଙ୍ଗପୁର               ୧୩ରାୟଗଡ଼ା                   ୧୩ ଗଞ୍ଜାମରେ ଦାଦନ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ୨ ବର୍ଷରେ ମରିଛନ୍ତି ୪୯ ଜଣ । ଦାଦନ ପାଇଁ ଚର୍ଚ୍ଚାରେ ଥିବା ବଲାଙ୍ଗିରିରେ ୨୩ ଜଣ ଶ୍ରମିକଙ୍କ ପ୍ରାଣ ଯାଇଥିବା ବେଳେ, କଳାହାଣ୍ଡି ଓ କନ୍ଧମାଳରେ ୧୬ ଜଣ ଲ

ସରକାର ବଦଳୁଛି ବଦଳୁନି ଦାଦନ ଦୁଃଖ; ସାମ୍ନାକୁ ଆସିଲା ଦୟନୀୟ ଚିତ୍ର, ୨ବର୍ଷରେ ଗଲାଣି ୨ଶହ ଜୀବନ

କନକ ବ୍ୟୁରୋ : ସରିନି ଦାଦନ ଦୁଃଖ । ପେଟର ଭୋକ ପାଇଁ ବାହାର ରାଜ୍ୟକୁ କାମ ପାଇଁ ଯାଉଛନ୍ତି ଶହ ଶହ ଶ୍ରମିକ । ଦଲାଲ କଳବରେ ପଡି ଜୀବନ ଯାଉଛି । ୨ ବର୍ଷରେ ଗଲାଣି ଦୁଇ ଶହ ଶ୍ରମିକଙ୍କ ଜୀବନ ।

ଦାଦନ କଳଙ୍କର ଟୀକା ମୁଣ୍ଡାଇଛି ଓଡିଶା । ରାଜ୍ୟରେ କାମ ନପାଇ ଟଙ୍କା ରୋଜଗାର ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଶହ ଶହ ଶ୍ରମିକ । ହେଲେ ଶେଷରେ ଶବ ହୋଇ ଫେରୁଛନ୍ତି । ଯାହାର ଏକ ସଂଗୀନ ଓ ସାଂଘାତିକ ଚିତ୍ର ବିଧାନସଭାରୁ ଆସିଛି । ଦୁଇ ବର୍ଷର ରିପୋର୍ଟ ବୟାନ କରିଛି ଦାଦନ ଦହଗଞ୍ଜର ଯନ୍ତ୍ରଣା କେତେ ଭୟଙ୍କର ଓଡିଶାରେ । ଶ୍ରମ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୨୦୨୩ ରୁ ୨୦୨୫ ଜାନୁଆରୀ ପର୍ଯ୍ୟନ୍ତ ରାଜ୍ୟ ଏବଂ ଦେଶ ବାହାରକୁ କାମ କରିବାକୁ ଯାଇ ୨୦୭ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । କିନ୍ତୁ ଚିନ୍ତା କଲାଭଳି ତଥ୍ୟ ଆସିଛି ଗଞ୍ଜାମ ଓ ବଲାଙ୍ଗିର ଜିଲ୍ଲାରୁ ।

ଜିଲ୍ଲା                        ଦାଦନ ମୃତ୍ୟୁ
ଗଞ୍ଜାମ                      ୪୯
ବଲାଙ୍ଗିର                   ୨୩
କଳାହାଣ୍ଡି                   ୧୬
କନ୍ଧମାଳ                    ୧୬
ନବରଙ୍ଗପୁର               ୧୩
ରାୟଗଡ଼ା                   ୧୩

ଗଞ୍ଜାମରେ ଦାଦନ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ୨ ବର୍ଷରେ ମରିଛନ୍ତି ୪୯ ଜଣ । ଦାଦନ ପାଇଁ ଚର୍ଚ୍ଚାରେ ଥିବା ବଲାଙ୍ଗିରିରେ ୨୩ ଜଣ ଶ୍ରମିକଙ୍କ ପ୍ରାଣ ଯାଇଥିବା ବେଳେ, କଳାହାଣ୍ଡି ଓ କନ୍ଧମାଳରେ ୧୬ ଜଣ ଲେଖାଏଁ ଶ୍ରମିକଙ୍କ ଜୀବନ ଯାଇଛି । ସେହିପରି ନବରଙ୍ଗପୁର ଓ ରାୟଗଡାରେ ୧୩ ଲେଖାଏଁ ଶ୍ରମିକ ଶେଷରେ ଶବ ହୋଇ ଫେରିଛନ୍ତି । ସେପଟେ ଦାଦନକୁ ନେଇ ଦୋଷ ଲଦାଲଦି ହୋଇଛନ୍ତି ବିଜେଡି-ବିଜେପି ।

ମରିଥିବା ୨୦୭ ଜଣ ଶ୍ରମିକଙ୍କ ଶବକୁ ଫେରାଇ ଆଣିବାକୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ଆଉ ଏକ ତଥ୍ୟ କହୁଛି, ୨୦୨୪ରେ ପ୍ରାୟ ୭୦, ୧୪୨ ଜଣ ଶ୍ରମିକ ବାହାର ରଜ୍ୟକୁ କାମ କରିବାକୁ ଯାଇଛନ୍ତି । ସରକାର ବଦଳିଛି, ନୂଆ ସରକାର ଦାଦନ ସମସ୍ୟାର ସମାଧାନ ପାଇଁ ଟାକ୍ସଫୋର୍ସ ମଧ୍ୟ ଗଠନ କରିଛନ୍ତି । ହେଲେ ପ୍ରଶ୍ନ ଉଠୁଛି କେବେ ଦାଦନମୁକ୍ତ ହେବ ଓଡ଼ିଶା ? ଦାଦନ ଅପବାଦର ଟୀକାକୁ କେବେ ହଟାଇବେ ମୋହନ ସରକାର ?