ସରକାରଙ୍କ କୌଣସି ନା କୌଣସି ଯୋଜନାରୁ ଲାଭବାନ ହେଉଛନ୍ତି ୯୨କୋଟି ଭାରତୀୟ, ୨୦୦ କୋଟି ରେକର୍ଡରୁ ମିଳିଲା ପ୍ରମାଣ
ନୂଆଦିଲ୍ଲୀ ୨୬।୩: ଦେଶରେ ନାଗରିକଙ୍କ ସୁବିଧା ନିମନ୍ତେ ସରକାର ଅନେକ ଲୋକ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି। ତେବେ ସରକାରଙ୍କ ଏହି ସବୁ ଯୋଜନାରୁ ଲୋକେ ଲାଭବାନ ହେଉଛନ୍ତି କି ନା ତାର ତଥ୍ୟ ପ୍ରଥମ ଥର ମିଳିଛି। ୨୦୦ କୋଟି ରେକର୍ଡ ଖୋଜି ସରକାରୀ ଯୋଜନାରୁ ଲାଭବାନ ହେଉଥିବା ଲୋକଙ୍କ ତଥ୍ୟ ବାହାର କରାଯାଇଛି। ତାଜା ତଥ୍ୟ ଅନୁସାରେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାରୁ ଦେଶର ୯୨ କୋଟିରୁ ଅଧିକ ଲୋକେ ଲଭାବାନ ହେଉଛନ୍ତି। ଏକ ଅଧିକାରୀକ ବୟାନ ଅନୁସାରେ ମନରେଗା, ଇପିଏଫଓ ଏବଂ ଇଏସଆଇସି ଭଳି ୩୪ପ୍ରକାର କେନ୍ଦ୍ର ସରକାରଙ୍କ ଯୋଜନାରେ ଏନକ୍ରିପ୍ଟେଡ ଆଧାର ଉପଯୋଗ କରି ସମସ୍ତ ହୀତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଏଥି ଲାଗି ୨୦୦ କୋଟିରୁ ଅଧିକ ରେକର୍ଡ ଖୋଜା ଯାଇଛି। ଶ୍ରମ ଓ ରୋଜଗାର ମନ୍ତ୍ରାଳୟ କହିଛନ୍ତି ଯେ ଭାରତର ସୋସିଆଲ ପ୍ରୋଟେକ୍ସନ ଡାଟା ପୁଲିଂ ଏକ୍ସରସାଇଜର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ବୟାନରେ କୁହାଯାଇଛି ଯେ ଦେଶ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲଓ) ସହଯୋଗରେ ବ୍ୟାପକ ଡାଟା ପୁଲିଂ ଏକ୍ସରସାଇଜ ମାଧ୍ୟମରେ ନିଜର ସାମାଜିକ ସୁରକ୍ଷା କଭରେଜକୁ ବଢ଼ାଇବାରେ ପ୍ରଗତି କରିଛି। ଏଥି ପାଇଁ ମନରେଗା, ଇପିଏଫଓ, ଇଏସଆଇସି, ଏପିୱାଇ ଓ ପିଏମ ପୋଷଣ ଭଳି ୩୪ଟି ପ୍ରମୁଖ କେନ୍ଦ୍ରୀୟ ଯୋଜନାରେ ଏକ ବିଶିଷ୍ଟ ଚିହ୍ନଟ ଭାବେ ଏନକ୍ରିପ୍ଟେଡ ଆଧାରର ଉପଯୋଗ କରାଯାଇଛି। ଏଥିରେ ହୀତାଧିକାରୀଙ୍କ ଚିହ୍ନଟ ଲାଗି ୨୦୦ କୋଟି
ନୂଆଦିଲ୍ଲୀ ୨୬।୩: ଦେଶରେ ନାଗରିକଙ୍କ ସୁବିଧା ନିମନ୍ତେ ସରକାର ଅନେକ ଲୋକ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି। ତେବେ ସରକାରଙ୍କ ଏହି ସବୁ ଯୋଜନାରୁ ଲୋକେ ଲାଭବାନ ହେଉଛନ୍ତି କି ନା ତାର ତଥ୍ୟ ପ୍ରଥମ ଥର ମିଳିଛି। ୨୦୦ କୋଟି ରେକର୍ଡ ଖୋଜି ସରକାରୀ ଯୋଜନାରୁ ଲାଭବାନ ହେଉଥିବା ଲୋକଙ୍କ ତଥ୍ୟ ବାହାର କରାଯାଇଛି। ତାଜା ତଥ୍ୟ ଅନୁସାରେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାରୁ ଦେଶର ୯୨ କୋଟିରୁ ଅଧିକ ଲୋକେ ଲଭାବାନ ହେଉଛନ୍ତି।
ଏକ ଅଧିକାରୀକ ବୟାନ ଅନୁସାରେ ମନରେଗା, ଇପିଏଫଓ ଏବଂ ଇଏସଆଇସି ଭଳି ୩୪ପ୍ରକାର କେନ୍ଦ୍ର ସରକାରଙ୍କ ଯୋଜନାରେ ଏନକ୍ରିପ୍ଟେଡ ଆଧାର ଉପଯୋଗ କରି ସମସ୍ତ ହୀତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଏଥି ଲାଗି ୨୦୦ କୋଟିରୁ ଅଧିକ ରେକର୍ଡ ଖୋଜା ଯାଇଛି। ଶ୍ରମ ଓ ରୋଜଗାର ମନ୍ତ୍ରାଳୟ କହିଛନ୍ତି ଯେ ଭାରତର ସୋସିଆଲ ପ୍ରୋଟେକ୍ସନ ଡାଟା ପୁଲିଂ ଏକ୍ସରସାଇଜର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହୋଇଯାଇଛି।
ବୟାନରେ କୁହାଯାଇଛି ଯେ ଦେଶ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲଓ) ସହଯୋଗରେ ବ୍ୟାପକ ଡାଟା ପୁଲିଂ ଏକ୍ସରସାଇଜ ମାଧ୍ୟମରେ ନିଜର ସାମାଜିକ ସୁରକ୍ଷା କଭରେଜକୁ ବଢ଼ାଇବାରେ ପ୍ରଗତି କରିଛି। ଏଥି ପାଇଁ ମନରେଗା, ଇପିଏଫଓ, ଇଏସଆଇସି, ଏପିୱାଇ ଓ ପିଏମ ପୋଷଣ ଭଳି ୩୪ଟି ପ୍ରମୁଖ କେନ୍ଦ୍ରୀୟ ଯୋଜନାରେ ଏକ ବିଶିଷ୍ଟ ଚିହ୍ନଟ ଭାବେ ଏନକ୍ରିପ୍ଟେଡ ଆଧାରର ଉପଯୋଗ କରାଯାଇଛି। ଏଥିରେ ହୀତାଧିକାରୀଙ୍କ ଚିହ୍ନଟ ଲାଗି ୨୦୦ କୋଟିରୁ ଅଧିକ ରେକର୍ଡକୁ ଖେଳାଇବାକୁ ପଡିଛି।
କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି ଯେ ଆଇଏଲଓର ନୂତନ ଆକଳନ ଅନୁସାରେ ଭାରତର ମୋଟ ସାମାଜିକ ସୁରକ୍ଷା କଭରେଜ ଏବେ ୪୮.୮ %ସ ତେବେ ପୂର୍ବରୁ ଏହା ୨୪% ଥିଲା। ଏହି ସଂଶୋଧନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଫର୍ମାଲ ସେକ୍ଟରରେ କାମ କରୁଥିବା ଲୋକଙ୍କ ନିମନ୍ତେ କାର୍ଯ୍ୟକାରୀ କରାଯାଉଥିବା କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଉପଲବ୍ଧ କରାଯାଇଥିବା ଅପଡେଟ୍ ତଥ୍ୟ ଉପରେ ଆଧାରିତ।
ମନସୁଖ ମାଣ୍ଡବ୍ୟଙ୍କ ଅନୁସାରେ ଡାଟା ପୁଲିଂ ଏକ୍ସରସାଇଜରୁ ଜଣାପଡିଛି ଯେ ଭାରତର ୬୫% ଜନସଂଖ୍ୟା(ପାଖାପାଖି ୯୨୦ନିୟୁତ) ଅନୁନ୍ୟ ଗୋଟିଏ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଅଛନ୍ତି। ଏମାନଙ୍କ ମଧ୍ୟରୁ ୪୮.୮%ଙ୍କୁ ସାମାଜିକ ସହାୟତା ଯୋଜନାରେ ନଗଦ ଲାଭ ମିଳୁଛି। ଜନୈକ ଅଧିକାରୀ କହିଛନ୍ତି ଯେ ସରକାର ଆକଳନ କରୁଛନ୍ତି ଫର୍ମାଲ ସେକ୍ଟର ଓ ଇନଫର୍ମାଲ ସେକ୍ଟର ଉଭୟ କ୍ଷେତ୍ରରେ ଶ୍ରମିକଙ୍କ ଲାଗି ବହୁ ସଂଖ୍ୟାରେ କଲ୍ୟାଣକାରୀ ଯୋଜନାକୁ ନଜରରେ ରଖି ଆଇଏଲଓଙ୍କ ୨୪% କଭରେଜର ଅନୁମାନ କମ ଓ ଏହା ସାମାଜିକ ସୁରକ୍ଷାର ସମ୍ପୂର୍ଣ୍ଣ ସୀମାକୁ ପ୍ରତିବିମ୍ବିତ କରୁ ନାହିଁ।