ସରକାରଙ୍କ ଦ୍ୱାରା ଅଣାଯାଇଥିବା ୩ ଆଇନକୁ ତାରିଫ କଲେ CJI, ଜାଣନ୍ତୁ କହିଲେ କଣ?

ନୂଆଦିଲ୍ଲୀ ୨୦।୪: ଭାରତର ମୁଖ୍ୟ ନ୍ୟାୟାଧୀଶ (ସିଜେଆଇ) ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ଼ ଭାରତୀୟ ଦଣ୍ଡ ସଂହିତା (ଆଇପିସି), ଦଣ୍ଡ ପ୍ରକ୍ରିୟା ସଂହିତା (ସିଆରପିସି) ଓ ସାକ୍ଷ ଅଧିନିୟମ (ଇଭିଡେନ୍ସ ଆକ୍ଚ)କୁ ରିପ୍ଲେସ୍ କରିବା ପାଇଁ କେନ୍ଦ୍ରର ମୋଦି ସରକାରଙ୍କ ପକ୍ଷରୁ ଅଣାଯାଇଥିବା ୩ ନୂଆ ଆଇନକୁ ତାରିଫ କରିଛନ୍ତି। ମିନିଷ୍ଟ୍ରି ଅଫ ଲ ଆଣ୍ଡ ଜଷ୍ଟିସ୍ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଭାରତ ଅପରାଧିକ ନ୍ୟାୟ ପ୍ରଣାଳୀରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତ। ସିଜେଆଇ କହିଛନ୍ତି ଯେ ନୂଆ ଆଇନ ଅପରାଧିକ ନ୍ୟାୟ ଉପରେ ଭାରତର ଆଇନ ଢାଞ୍ଚାକୁ ଏକ ନୂଆ ଯୁଗରେ  ପହଞ୍ଚାଇଛି। ନୂଆ ଆଇନ ନିଶ୍ଚିତ ସଫଳ ହେବ ଯଦି ନାଗରିକ ରୂପେ ଆମେ ଆଇନକୁ ଆପଣାଇବା। ସେ କହିଛନ୍ତି ଯେ ପୀଡ଼ିତଙ୍କ ହୀତକୁ ରକ୍ଷା କରି ଅପରାଧଗୁଡିକର ଯାଞ୍ଚ ଓ ମକଦ୍ଦମାକୁ କୁଶଳତା ପୂର୍ବକ ଚଳାଇବା ପାଇଁ ଏହି ଆଇନଗୁଡିକରେ ଜରୁରି ସଂଶୋଧନ କରାଯାଇଛି। ସିଜେଆଇ କହିଛନ୍ତି ଯେ ସଂସଦରେ ଏହି ଆଇନ ଗୃହୀତ ହେବା ଏକ ସ୍ପଷ୍ଟ ସଂକେତ ଯେ ଭାରତ ବଦଳୁଛି ଓ ଆଗକୁ ବଢୁଛି। #WATCH | Delhi: CJI DY Chandrachud says, "...I think the enactment of these (Bharatiya Nyaya Sanhita, Bharatiya Nagarik Suraksha Sanhita and Bharatiya Sakshya Act) laws by parliament is a

ସରକାରଙ୍କ ଦ୍ୱାରା ଅଣାଯାଇଥିବା ୩ ଆଇନକୁ ତାରିଫ କଲେ CJI, ଜାଣନ୍ତୁ କହିଲେ କଣ?

ନୂଆଦିଲ୍ଲୀ ୨୦।୪: ଭାରତର ମୁଖ୍ୟ ନ୍ୟାୟାଧୀଶ (ସିଜେଆଇ) ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ଼ ଭାରତୀୟ ଦଣ୍ଡ ସଂହିତା (ଆଇପିସି), ଦଣ୍ଡ ପ୍ରକ୍ରିୟା ସଂହିତା (ସିଆରପିସି) ଓ ସାକ୍ଷ ଅଧିନିୟମ (ଇଭିଡେନ୍ସ ଆକ୍ଚ)କୁ ରିପ୍ଲେସ୍ କରିବା ପାଇଁ କେନ୍ଦ୍ରର ମୋଦି ସରକାରଙ୍କ ପକ୍ଷରୁ ଅଣାଯାଇଥିବା ୩ ନୂଆ ଆଇନକୁ ତାରିଫ କରିଛନ୍ତି। ମିନିଷ୍ଟ୍ରି ଅଫ ଲ ଆଣ୍ଡ ଜଷ୍ଟିସ୍ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଭାରତ ଅପରାଧିକ ନ୍ୟାୟ ପ୍ରଣାଳୀରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତ। 

ସିଜେଆଇ କହିଛନ୍ତି ଯେ ନୂଆ ଆଇନ ଅପରାଧିକ ନ୍ୟାୟ ଉପରେ ଭାରତର ଆଇନ ଢାଞ୍ଚାକୁ ଏକ ନୂଆ ଯୁଗରେ  ପହଞ୍ଚାଇଛି। ନୂଆ ଆଇନ ନିଶ୍ଚିତ ସଫଳ ହେବ ଯଦି ନାଗରିକ ରୂପେ ଆମେ ଆଇନକୁ ଆପଣାଇବା। ସେ କହିଛନ୍ତି ଯେ ପୀଡ଼ିତଙ୍କ ହୀତକୁ ରକ୍ଷା କରି ଅପରାଧଗୁଡିକର ଯାଞ୍ଚ ଓ ମକଦ୍ଦମାକୁ କୁଶଳତା ପୂର୍ବକ ଚଳାଇବା ପାଇଁ ଏହି ଆଇନଗୁଡିକରେ ଜରୁରି ସଂଶୋଧନ କରାଯାଇଛି। ସିଜେଆଇ କହିଛନ୍ତି ଯେ ସଂସଦରେ ଏହି ଆଇନ ଗୃହୀତ ହେବା ଏକ ସ୍ପଷ୍ଟ ସଂକେତ ଯେ ଭାରତ ବଦଳୁଛି ଓ ଆଗକୁ ବଢୁଛି। 


ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟ ରମଣୀ ଓ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ ଉପସ୍ଥିତ ଥିଲେ। ୩ ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ ଅଧିନିୟମ ଦେଶରେ ୧ ଜୁଲାଇ ୨୦୨୪ରୁ କାର୍ଯ୍ୟକାରୀ ହେବ। ଏହି ଆଇନଗୁଡିକ ଲାଗୁ ହେବା ସହିତ ଦେଶର ଅପରାଧୀକ ନ୍ୟାୟ ପ୍ରାଣାଳୀ ସମ୍ପୂର୍ଣ୍ଣ ବଦଳି ଯିବ। 


ସିଜେଆଇ କହିଛନ୍ତି ଯେ ପୁରୁଣା ଆଇନ, ଆଇପିସି, ସିଆରପିସି, ଇଭିଡିଏନ୍ସ ଆକ୍ଟ ର ସବୁଠୁ ବଡ଼ ଅସୁବିଧା ହେଉଛି ଏଗୁଡିକ ଅତି ପୁରୁଣା ହେବା। ଏହି ଆଇନଗୁଡିକ କ୍ରମଶଃ ୧୮୬୦ ଓ ୧୮୭୩ରୁ ଚଳି ଆସୁଥିଲା। ନୂଆ ଆଇନ ସଂସଦରେ ଗୃହୀତ ହେବା ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ ଭାରତ ବଦଳୁଛି ଓ ଏବେକା ଚ୍ୟାଲେଞ୍ଜର ମୁକାବିଲା ନିମନ୍ତେ ନୂଆ ଉପାୟ ଦରକାର, ଯାହା ନୂଆ ଆଇନରୁ ଆମକୁ ମିଳିବାକୁ ଯାଉଛି। ସେ କହିଛନ୍ତି ଯେ ନୂଆ ଆଇନରେ ଏବେ ଚଢଉ କାଳରେ ସାକ୍ଷଙ୍କ ଅଡିଓ, ଭିଜୁଆଲ ରେକର୍ଡିଂ ହେବ। ଯାହା ଅଭିଯୁକ୍ତଙ୍କ ସହିତ ନାଗରିକଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରିବ।