ରେକର୍ଡ ଭାଙ୍ଗିଲା ଖରା, ୪୪.୨ ଡିଗ୍ରୀରେ ସନ୍ତୁଳି ହେଲେ ବୌଦ୍ଧବାସୀ

ଭୁବନେଶ୍ବର: ଅସହ୍ୟ ହେଉଛି ତାତି। କେବେ ମିଳିବ ମୁକ୍ତି। ପୁଣି ମେ’ ମାସବି ଅଛି। ଏଭଳି କିଛି କଥା ଏବେ ରାଜ୍ୟବାସୀଙ୍କୁ ମୁହଁରେ। ପ୍ରଚଣ୍ଡ ରୌଦ୍ୟ ତାପରେ ଘାଣ୍ଟି ହେଉଛନ୍ତି ରାଜ୍ୟବାସୀ। ଦିନକୁ ଦିନ ତାପମାତ୍ରା ରେକର୍ଡ ଭାଙ୍ଗିବାରେ ଲାଗିଛି। ଶୁକ୍ରବାର ତ’ ପାରଦ ଟପିଛି ୪୪ ଡିଗ୍ରୀ ସେଲସିୟସ। ଯାହା ଚଳିତ ବର୍ଷର ସର୍ବୋଚ୍ଚ ରେକର୍ଡ। ତତଲା କଡେଇରେ ଭାଜି ହେଲେ ବୌଦ୍ଧ ବାସୀ। ସୂଚନା ଅନୁଯାୟୀ, ଶୁକ୍ରବାର ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏହା ପରେ ବାରିପଦାରେ ୪୪.୨ ଡିଗ୍ରୀ, ଝାରସୁଗୁଡ଼ା ୪୩.୮ ଡିଗ୍ରୀ, ଅନୁଗୁଳ ୪୩.୭, ଟିଟିଲାଗଡ଼ ୪୩.୫, ବଲାଙ୍ଗୀର, ଭବାନୀପାଟଣା, ମାଲକାନଗିରି, ନୂଆପଡ଼ା, ନୟାଗଡ଼ରେ ୪୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ଆହୁରି ମଧ୍ୟ ତାଳଚେର ୪୨.୮, କଟକରେ ୪୨.୭, ସମ୍ବଲପୁର ୪୨.୫, ସୁନ୍ଦରଗଡ଼ ୪୨.୫, ଢେଙ୍କାନାଳରେ ୪୨.୫, ରାଉରକେଲା ୪୨.୪, ଚାନ୍ଦବାଲି, ପାରଳାଖେମୁଣ୍ଡି, କେନ୍ଦୁଝର ୪୨.୨ ଡିଗ୍ରୀ ଏବଂ ହୀରାକୁଦ ୪୨.୧ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲା। ଭୁବନେଶ୍ବରରେ ଗତକାଲି ଠାରୁ ତାପମାତ୍ରା କମ୍‌ ରହିଥିଲେ ୪୧.୪ ଡିଗ୍ରୀ ସେଲସିୟସ ସାଙ୍ଗକୁ ତତଲା ହାଓ୍ବା ଅସ୍ତବ୍ୟସ୍ତ କରିଥିଲା ରାଜଧାନୀବାସୀଙ୍କୁ।ବଡ଼ କଥା ହେଉଛି ଏପ୍ରିଲ‘ ମାସ ମଝିରୁ ଯଦି ଏଭଳି ଖରା ତେବେ ମେ ମାସରେ କ’ଣ ରହିବ ସ୍ଥିତି ତାହକୁ ନେଇ ଚିନ୍ତା। ସେପଟେ ଆହ

ରେକର୍ଡ ଭାଙ୍ଗିଲା ଖରା, ୪୪.୨ ଡିଗ୍ରୀରେ ସନ୍ତୁଳି ହେଲେ ବୌଦ୍ଧବାସୀ

ଭୁବନେଶ୍ବର: ଅସହ୍ୟ ହେଉଛି ତାତି। କେବେ ମିଳିବ ମୁକ୍ତି। ପୁଣି ମେ’ ମାସବି ଅଛି। ଏଭଳି କିଛି କଥା ଏବେ ରାଜ୍ୟବାସୀଙ୍କୁ ମୁହଁରେ। ପ୍ରଚଣ୍ଡ ରୌଦ୍ୟ ତାପରେ ଘାଣ୍ଟି ହେଉଛନ୍ତି ରାଜ୍ୟବାସୀ। ଦିନକୁ ଦିନ ତାପମାତ୍ରା ରେକର୍ଡ ଭାଙ୍ଗିବାରେ ଲାଗିଛି। ଶୁକ୍ରବାର ତ’ ପାରଦ ଟପିଛି ୪୪ ଡିଗ୍ରୀ ସେଲସିୟସ। ଯାହା ଚଳିତ ବର୍ଷର ସର୍ବୋଚ୍ଚ ରେକର୍ଡ। 

ତତଲା କଡେଇରେ ଭାଜି ହେଲେ ବୌଦ୍ଧ ବାସୀ। ସୂଚନା ଅନୁଯାୟୀ, ଶୁକ୍ରବାର ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏହା ପରେ ବାରିପଦାରେ ୪୪.୨ ଡିଗ୍ରୀ, ଝାରସୁଗୁଡ଼ା ୪୩.୮ ଡିଗ୍ରୀ, ଅନୁଗୁଳ ୪୩.୭, ଟିଟିଲାଗଡ଼ ୪୩.୫, ବଲାଙ୍ଗୀର, ଭବାନୀପାଟଣା, ମାଲକାନଗିରି, ନୂଆପଡ଼ା, ନୟାଗଡ଼ରେ ୪୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ଆହୁରି ମଧ୍ୟ ତାଳଚେର ୪୨.୮, କଟକରେ ୪୨.୭, ସମ୍ବଲପୁର ୪୨.୫, ସୁନ୍ଦରଗଡ଼ ୪୨.୫, ଢେଙ୍କାନାଳରେ ୪୨.୫, ରାଉରକେଲା ୪୨.୪, ଚାନ୍ଦବାଲି, ପାରଳାଖେମୁଣ୍ଡି, କେନ୍ଦୁଝର ୪୨.୨ ଡିଗ୍ରୀ ଏବଂ ହୀରାକୁଦ ୪୨.୧ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲା। 

ଭୁବନେଶ୍ବରରେ ଗତକାଲି ଠାରୁ ତାପମାତ୍ରା କମ୍‌ ରହିଥିଲେ ୪୧.୪ ଡିଗ୍ରୀ ସେଲସିୟସ ସାଙ୍ଗକୁ ତତଲା ହାଓ୍ବା ଅସ୍ତବ୍ୟସ୍ତ କରିଥିଲା ରାଜଧାନୀବାସୀଙ୍କୁ।ବଡ଼ କଥା ହେଉଛି ଏପ୍ରିଲ‘ ମାସ ମଝିରୁ ଯଦି ଏଭଳି ଖରା ତେବେ ମେ ମାସରେ କ’ଣ ରହିବ ସ୍ଥିତି ତାହକୁ ନେଇ ଚିନ୍ତା। 

ସେପଟେ ଆହୁରି ୩ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା  ୨୪ ଘଣ୍ଟାରେ ରାଜ୍ୟରେ ସିଭିୟର ହିଟ ୱେଭ ବା ଭୀଷଣ   ଗ୍ରୀଷ୍ମ  ପ୍ରବାହ ନେଇ ଆଲର୍ଟ ଜାରି କରାଯାଇଛି।  ମୟୂରଭଞ୍ଜ,  ନୟାଗଡ,  ଅନୁଗୋଳ,  ବୌଦ୍ଧ,  ଝାରସୁଗୁଡା ଓ ସୁନ୍ଦରଗଡ଼  ଜିଲ୍ଲା ପାଇଁ ଅରେଞ୍ଜ  ଓ୍ବାର୍ଣ୍ଣିଂ   ହୋଇଛି। ତେବେ ୨୧ ଓ ୨୨ରେ କାଳବୈଶାଖୀ ପାଇଁ   ତାତିରୁ  ଟିକିଏ  ଆଶ୍ବସ୍ତି  ମିଳିପାରେ। ପଶ୍ଚିମା ଝଡ଼  ପ୍ରଭାବରେ କେତେକ  ସ୍ଥାନରେ   କାଳବୈଶାଖୀ ବର୍ଷା  ସମ୍ଭାବନା ରହିଛି। ବିଶେଷ କରି  ଉତ୍ତର ଓ ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୨୫ରୁ ପୁଣି ରାଜ୍ୟରେ   ଅସହ୍ୟ  ତାତି ସହ  ଗୁଳୁଗୁଳି   ଜାରି ରହିବ। ମେ’ ୨ ଯାଏ ତାତିରୁ ନିସ୍ତାର ମିଳିବନି।