ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର: ଗାଦି ମାଡ଼ିବସିଛନ୍ତି ବଡ଼ବାବୁ, ବଦଳି ପରେ ବି ବଦଳୁନାହାନ୍ତି

କନକ ବ୍ୟୁରୋ: ଅମାନିଆ ଓଏଏସ୍ ବାବୁଙ୍କୁ ସରକାରଙ୍କ କଡ଼ା ତାଗିଦ। ନିଜ କାମରେ ଯୋଗ ଦିଅ, ନହେଲେ ହେବ କଡ଼ା କାର୍ୟ୍ୟାନୁଷ୍ଠାନ। ବଦଳି ହୋଇଥିବା ବାବୁମାନେ ଯଦି ନିର୍ଦ୍ଧାରିତ ନୂଆ ଅଫିସରେ ୧୦ ତାରିଖ ସୁଦ୍ଧା କାମରେ ଯୋଗନଦିଅନ୍ତି, ତାହେଲେ ସେମାନଙ୍କୁ ନିଲମ୍ବନ କରାଯିବ ବୋଲି ଚିଠି ଲେଖି ରୋକଠୋକ ଭାଷାରେ ଶୁଣାଇଦେଇଛି ରାଜସ୍ବ ବିଭାଗ। ବାରମ୍ବାର କହିବା ପରେ କିଛି ଓଏଏସ୍ ଅଫିସର କଥା ନଶୁଣିବାରୁ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବିଜେପି ସରକାରକୁ ଆସିବା ପରେ ଅଫିସରଙ୍କ ବଦଳି କରାଯାଉଛି। ବର୍ଷ ବର୍ଷ ଧରି ଗାଦି ମାଡ଼ିବସିଥିବା ସରକାରୀ ବାବୁଙ୍କ ବଦଳି ହେଲା ପରେ ବି ସେମାନେ ପୁରୁଣା ଚୌକି ଛାଡ଼ି ନୂଆ ଜାଗାକୁ ଯିବାକୁ ନାରାଜ। ଏପରିକି ସରକାରଙ୍କ ବାରମ୍ବାର ତାଗିଦ ପରେ ବି ସୁଧୁରୁ ନାହାନ୍ତି ଏହି ଓଏଏସ୍ ଅଫିସର। ନଭେମ୍ବର ୨୬ରେ ରିଲିଭ୍ ଅର୍ଡର ନେଇ ଯଥାଶୀଘ୍ର ନୂଆ ଜାଗାରେ ଦାୟିତ୍ବ ନେବାର ଥିଲା। ହେଲେ ଏହି ବଦଳି ତାଲିକା ଭିତରୁ କିଛି ଓଏଏସ୍ ଅଫିସର ଢିଲାପଣ ଦେଖାଇ, ସେମାନଙ୍କୁ ଯେଉଁ ଜାଗାକୁ ପଠାଯାଇଛି, ଏଯାଏଁ ସେଠାରେ ଯୋଗଦେଇନାହାନ୍ତି। ଯାହାକୁ ନେଇ ମୋହନ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମ୍ପୃକ୍ତ ବାବୁମାନଙ୍କୁ ଚିଠି ଲେଖି ଡିସେମ୍ବର ୧୦ ସୁଦ୍ଧା ଦିଆଯାଇଥିବା ନୂଆ ଦାୟିତ୍ବ ନେବାକୁ କୁହାଯାଇଛି । ନହେଲେ ଡିସେମ୍ବର ୧୧ରୁ ସେମାନଙ୍କ ଦରମା ବ

ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର: ଗାଦି ମାଡ଼ିବସିଛନ୍ତି ବଡ଼ବାବୁ, ବଦଳି ପରେ ବି ବଦଳୁନାହାନ୍ତି

କନକ ବ୍ୟୁରୋ: ଅମାନିଆ ଓଏଏସ୍ ବାବୁଙ୍କୁ ସରକାରଙ୍କ କଡ଼ା ତାଗିଦ। ନିଜ କାମରେ ଯୋଗ ଦିଅ, ନହେଲେ ହେବ କଡ଼ା କାର୍ୟ୍ୟାନୁଷ୍ଠାନ। ବଦଳି ହୋଇଥିବା ବାବୁମାନେ ଯଦି ନିର୍ଦ୍ଧାରିତ ନୂଆ ଅଫିସରେ ୧୦ ତାରିଖ ସୁଦ୍ଧା କାମରେ ଯୋଗନଦିଅନ୍ତି, ତାହେଲେ ସେମାନଙ୍କୁ ନିଲମ୍ବନ କରାଯିବ ବୋଲି ଚିଠି ଲେଖି ରୋକଠୋକ ଭାଷାରେ ଶୁଣାଇଦେଇଛି ରାଜସ୍ବ ବିଭାଗ। ବାରମ୍ବାର କହିବା ପରେ କିଛି ଓଏଏସ୍ ଅଫିସର କଥା ନଶୁଣିବାରୁ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ବିଜେପି ସରକାରକୁ ଆସିବା ପରେ ଅଫିସରଙ୍କ ବଦଳି କରାଯାଉଛି। ବର୍ଷ ବର୍ଷ ଧରି ଗାଦି ମାଡ଼ିବସିଥିବା ସରକାରୀ ବାବୁଙ୍କ ବଦଳି ହେଲା ପରେ ବି ସେମାନେ ପୁରୁଣା ଚୌକି ଛାଡ଼ି ନୂଆ ଜାଗାକୁ ଯିବାକୁ ନାରାଜ। ଏପରିକି ସରକାରଙ୍କ ବାରମ୍ବାର ତାଗିଦ ପରେ ବି ସୁଧୁରୁ ନାହାନ୍ତି ଏହି ଓଏଏସ୍ ଅଫିସର। ନଭେମ୍ବର ୨୬ରେ ରିଲିଭ୍ ଅର୍ଡର ନେଇ ଯଥାଶୀଘ୍ର ନୂଆ ଜାଗାରେ ଦାୟିତ୍ବ ନେବାର ଥିଲା। ହେଲେ ଏହି ବଦଳି ତାଲିକା ଭିତରୁ କିଛି ଓଏଏସ୍ ଅଫିସର ଢିଲାପଣ ଦେଖାଇ, ସେମାନଙ୍କୁ ଯେଉଁ ଜାଗାକୁ ପଠାଯାଇଛି, ଏଯାଏଁ ସେଠାରେ ଯୋଗଦେଇନାହାନ୍ତି। ଯାହାକୁ ନେଇ ମୋହନ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମ୍ପୃକ୍ତ ବାବୁମାନଙ୍କୁ ଚିଠି ଲେଖି ଡିସେମ୍ବର ୧୦ ସୁଦ୍ଧା ଦିଆଯାଇଥିବା ନୂଆ ଦାୟିତ୍ବ ନେବାକୁ କୁହାଯାଇଛି । ନହେଲେ ଡିସେମ୍ବର ୧୧ରୁ ସେମାନଙ୍କ ଦରମା ବନ୍ଦ ସହ ଚାକିରିରୁ ନିଲମ୍ବନ କରାଯିବ ବୋଲି ଚେତାଇ ଦେଇଛନ୍ତି ରାଜ୍ୟ ସରକାର । 

ଅଗଷ୍ଟ ୧୭ ଓ ଅକ୍ଟୋବର ୧୭, ଏହି ଦୁଇଟି ତାରିଖରେ ରାଜ୍ୟରେ ଓଏଏସ୍ ଅଫିସରଙ୍କ ବଡ଼ ଧରଣର ବଦଳି କରାଯାଇଥିଲା। କିଛି ଓଏଏସ ଅଧିକାରୀଙ୍କୁ ବଦଳି କରାଯିବା ସହ ତୁରନ୍ତ ନୂଆ ଦାୟିତ୍ବରେ ଯୋଗଦେବାକୁ କୁହାଯାଇଥିଲା । ହେଲେ ବାବୁମାନେ କାମରେ ଯୋଗ ନଦେବାରୁ ବାଧ୍ୟ ହୋଇ ଡିସେମ୍ବର ୩ରେ ସରକାରଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା । ଏଥିରେ ନିର୍ଦ୍ଦେଶ ମାନିନଥିବା ଓଏଏସ୍ ଅଫିସରମାନଙ୍କ ଦରମା ବନ୍ଦ କରିଦେବାକୁ ଜିଲ୍ଲାପାଳମାନଙ୍କୁ କହିଥିଲା ରାଜସ୍ବ ବିଭାଗ । ଏହା ପରେ ବି କିଛି ଅଧିକାରୀ କାର୍ୟ୍ୟରେ ଯୋଗଦେଇନାହାନ୍ତି ।

 ଅଫିସରେ ବାବୁମାନଙ୍କ ଅନୁପସ୍ଥିତି ଯୋଗୁଁ ଅନେକ ସରକାରୀ କାର୍ୟ୍ୟ ଠପ୍ ହୋଇଯାଇଛି । ପ୍ରଶ୍ନ ଉଠୁଛି, କାହା ବଳରେ ବଳୀୟାନ ହୋଇ ବାବୁମାନେ ଏପରି ମନମାନି କରୁଛନ୍ତି, ନା ସମୟ ଆଳରେ ଲବି କରି ବଦଳି ରୋକିବାକୁ ମୂଲଚାଲ ଚାଲିଛି । ଏବେ ଅପେକ୍ଷା ରହିଲା, ସରକାରଙ୍କ ଏହି ନିଲମ୍ବନ ତାଗିଦକୁ ଓଏଏସ୍ ବାବୁମାନେ କେତେଦୂର ଗ୍ରହଣ କରୁଛନ୍ତି ।