ସରକାରଙ୍କ ନୂଆ ଘୋଷଣା: ସହର ଛାଡ଼ି ଗାଁରେ ବିବାହ କର, ଅବିବାହିତା ଝିଅଙ୍କୁ ମିଳିବ ମୋଟା ଅଙ୍କର ଅର୍ଥ
ଟୋକିଓ,୩୦ା୮: ଜାପାନ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅବିବାହିତ ଝିଅମାନଙ୍କୁ ଟଙ୍କା ଦିଆଯିବା ସହ ସହର ଛାଡ଼ି ଗାଁକୁ ଯାଇ ବିବାହ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଗାଁରେ ମହିଳାଙ୍କ ସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି, ତେଣୁ ଜାପାନ ସରକାର ଅବିବାହିତା ଯୁବତୀଙ୍କୁ ବିବାହ ପାଇଁ ବିପୁଳ ପରିମାଣର ଅର୍ଥ ଦେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ,ସରକାର ଏଭଳି ଯୁବତୀଙ୍କୁ ୭୦୦୦ ଡଲାର ପର୍ଯ୍ୟନ୍ତ ଦେଉଛନ୍ତି। ବାସ୍ତବରେ ଜାପାନର ଗ୍ରାମାଞ୍ଚଳରେ ମହିଳାଙ୍କ ସଂଖ୍ୟା […] The post ସରକାରଙ୍କ ନୂଆ ଘୋଷଣା: ସହର ଛାଡ଼ି ଗାଁରେ ବିବାହ କର, ଅବିବାହିତା ଝିଅଙ୍କୁ ମିଳିବ ମୋଟା ଅଙ୍କର ଅର୍ଥ appeared first on Dharitri Odia News.
ଟୋକିଓ,୩୦ା୮: ଜାପାନ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅବିବାହିତ ଝିଅମାନଙ୍କୁ ଟଙ୍କା ଦିଆଯିବା ସହ ସହର ଛାଡ଼ି ଗାଁକୁ ଯାଇ ବିବାହ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।
ଗାଁରେ ମହିଳାଙ୍କ ସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି, ତେଣୁ ଜାପାନ ସରକାର ଅବିବାହିତା ଯୁବତୀଙ୍କୁ ବିବାହ ପାଇଁ ବିପୁଳ ପରିମାଣର ଅର୍ଥ ଦେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ,ସରକାର ଏଭଳି ଯୁବତୀଙ୍କୁ ୭୦୦୦ ଡଲାର ପର୍ଯ୍ୟନ୍ତ ଦେଉଛନ୍ତି। ବାସ୍ତବରେ ଜାପାନର ଗ୍ରାମାଞ୍ଚଳରେ ମହିଳାଙ୍କ ସଂଖ୍ୟା କମ୍ ଅଟେ। ୨୦୨୦ ଜନଗଣନା ଅନୁଯାୟୀ, ଏଠାରେ ୯୧ ଲକ୍ଷ ଅବିବାହିତା ଯୁବତୀ ଥିବାବେଳେ ପୁରୁଷଙ୍କ ସଂଖ୍ୟା ହେଉଛି ୧.୧୧ କୋଟି। ସେହି ଅନୁଯାୟୀ, ମହିଳାଙ୍କ ସଂଖ୍ୟା ୨୦ ପ୍ରତିଶତ କମ୍ ଅଟେ। ଅନେକ କ୍ଷେତ୍ର ଅଛି ଯେଉଁଠାରେ ଏହି ପାର୍ଥକ୍ୟ ୩୦ ପ୍ରତିଶତରେ ପହଞ୍ଚିଛି।
ରିପୋର୍ଟରେ କୁହାଯାଇଛି, ଆଜିକାଲି ଝିଅମାନେ ଅଧ୍ୟୟନ ଶେଷ କରିବା ପରେ ସହରକୁ ଯାଉଛନ୍ତି, ଯେଉଁଥିପାଇଁ ଗାଁରେ ମହିଳାଙ୍କ ସଂଖ୍ୟା ହ୍ରାସ ପାଇଛି। ତେଣୁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ପ୍ରାୟ ୫.୮୭ ଲକ୍ଷ ଟଙ୍କା ଦେଉଛନ୍ତି। ଜାପାନର ଅଧିକାରୀମାନେ କହିଛନ୍ତି,ଗତ ବର୍ଷ ଏଠାରେ କେବଳ ୭୨୭,୨୭୭ଟି ଜନ୍ମ ରେକର୍ଡ କରାଯାଇଥିଲା ଏବଂ ପ୍ରଜନନ ହାର ୧.୨୦ ଥିଲା। ଏକ ଦେଶ କିମ୍ବା ଅଞ୍ଚଳର ଜନସଂଖ୍ୟାକୁ ସ୍ଥିର ରଖିବା ପାଇଁ ଆବଶ୍ୟକ ଜନ୍ମ ହାର ହେଉଛି ୨.୧, ଅର୍ଥାତ୍ ପ୍ରତ୍ୟେକ ମହିଳା ହାରାହାରି ୨.୧ ସନ୍ତାନ ଜନ୍ମ କରିବା ଉଚିତ, ଏହା ସନ୍ତୁଳନ ବଜାୟ ରଖେ।
ଏହାପୂର୍ବରୁ ସ୍ବିଡେନ ମଧ୍ୟ ଏହାର ଗୋଟିଏ ନିଷ୍ପତ୍ତି ହେତୁ ଚର୍ଚ୍ଚାରେ ରହିଥିଲା। ଦେଶ ଛାଡ଼ିବାକୁ ନାଗରିକଙ୍କୁ ଟଙ୍କା ଦେବାକୁ ଏଠାରେ ସରକାର ଘୋଷଣା କରିଥିଲେ। ଶରଣାର୍ଥୀ ଏବଂ ପ୍ରବାସୀମାନେ ଦେଶ ଛାଡ଼ିବା ସମୟରେ ଭାରତୀୟ ମୁଦ୍ରାରେ ପ୍ରାୟ ୮୦ ହଜାର ଟଙ୍କା ପାଇଥାନ୍ତି। ଏହି ଟଙ୍କା ସମସ୍ତଙ୍କୁ ଥରେ ଦିଆଯାଏ । ବର୍ତ୍ତମାନ ଜାପାନରୁ ମଧ୍ୟ ଏହି ପ୍ରକାରର ଖବର ଆସୁଛି, ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି।
The post ସରକାରଙ୍କ ନୂଆ ଘୋଷଣା: ସହର ଛାଡ଼ି ଗାଁରେ ବିବାହ କର, ଅବିବାହିତା ଝିଅଙ୍କୁ ମିଳିବ ମୋଟା ଅଙ୍କର ଅର୍ଥ appeared first on Dharitri Odia News.