ସହରାଞ୍ଚଳ ଡିଜିଟାଲ ସର୍ଭେ ‘ନକ୍ସା’ର ଶୁଭାରମ୍ଭ କଲେ ମନ୍ତ୍ରୀ
ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଭାରତ ସରକାରଙ୍କ ସର୍ବେକ୍ଷଣ ସଂସ୍ଥା ସର୍ଭେ ଅଫ ଇଣ୍ଡିଆ ଆନୁକୂଲ୍ୟରେ ମଙ୍ଗଳବାର ସହରାଞ୍ଚଳ ଜାତୀୟ ଭୂସ୍ଥାନିକ ସର୍ବେକ୍ଷଣ ‘ନକ୍ସା’ର ଶୁଭାରମ୍ଭ ହୋଇଯାଇଛି। ଦେଶର ୧୫୨ଟି ସହର ଏଥିରେ ସ୍ଥାନ ପାଇଥିବା ବେଳେ ଓଡ଼ିଶାରୁ ଖୋର୍ଦ୍ଧା, ଜଟଣୀ, ଝାରସୁଗୁଡ଼ା ଓ ବାରିପଦା ସ୍ଥାନ ପାଇଛି। ମଧ୍ୟପ୍ରଦେଶରୁ କେନ୍ଦ୍ର କୃଷି ଓ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଏହାର ଉଦ୍ଘାଟନ କରିଥିଲେ। ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନଠାରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ […] The post ସହରାଞ୍ଚଳ ଡିଜିଟାଲ ସର୍ଭେ ‘ନକ୍ସା’ର ଶୁଭାରମ୍ଭ କଲେ ମନ୍ତ୍ରୀ appeared first on Dharitri Odia News.
ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଭାରତ ସରକାରଙ୍କ ସର୍ବେକ୍ଷଣ ସଂସ୍ଥା ସର୍ଭେ ଅଫ ଇଣ୍ଡିଆ ଆନୁକୂଲ୍ୟରେ ମଙ୍ଗଳବାର ସହରାଞ୍ଚଳ ଜାତୀୟ ଭୂସ୍ଥାନିକ ସର୍ବେକ୍ଷଣ ‘ନକ୍ସା’ର ଶୁଭାରମ୍ଭ ହୋଇଯାଇଛି। ଦେଶର ୧୫୨ଟି ସହର ଏଥିରେ ସ୍ଥାନ ପାଇଥିବା ବେଳେ ଓଡ଼ିଶାରୁ ଖୋର୍ଦ୍ଧା, ଜଟଣୀ, ଝାରସୁଗୁଡ଼ା ଓ ବାରିପଦା ସ୍ଥାନ ପାଇଛି। ମଧ୍ୟପ୍ରଦେଶରୁ କେନ୍ଦ୍ର କୃଷି ଓ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଏହାର ଉଦ୍ଘାଟନ କରିଥିଲେ। ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନଠାରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଏହାର ଉଦ୍ଘାଟନ କରିଥିଲେ।
ମନ୍ତ୍ରୀ ଉଦ୍ବୋଧନ ଦେଇ କହିଲେ, ଅତ୍ୟାଧୁନିକ ଜ୍ଞାନ କୌଶଳ ଯଥା ସାଟେଲାଇଟ୍ ମାଧ୍ୟମରେ ଛବି ଉତ୍ତୋଳନ, ଡ୍ରୋନ ସର୍ଭେ, ଭୂସ୍ଥାନିକ ସର୍ବେକ୍ଷଣ(ଜିଆଇଏସ୍) ଆଧାରରେ ସହରାଞ୍ଚଳର ଭୂମି ରେକର୍ଡକୁ ଆଧୁନିକୀକରଣ କରିବା ନିମନ୍ତେ ଏହା ଭାରତ ସରକାରଙ୍କର ଏକ ଅଭିନବ ପ୍ରୟାସ। ଏହାଦ୍ବାରା ସହରାଞ୍ଚଳର ଭୂମି ସମ୍ବନ୍ଧିତ ରେକର୍ଡକୁ ଠିକ ଭାବେ ଡିଜିଟାଲ ପୋର୍ଟାଲରେ ଉପଲବ୍ଧ କରାଯାଇପାରିବ ଏବଂ ନିୟମିତ ଭାବେ ଅପ୍ଡେଟ ମଧ୍ୟ କରାଯାଇପାରିବ ।
ଏହି ସର୍ବେକ୍ଷଣ ଜମିଜମା ସମ୍ବନ୍ଧିତ ବିବାଦକୁ ସହଜରେ ଦୂର କରିବା ସହ ସହରାଞ୍ଚଳ ଜମିର ଠିକ ମୂଲ୍ୟ ଆକଳନ ତଥା ଠିକ ଭାବେ ଭୂମି କର ଆଦାୟ କରିବାରେ ସହାୟକ ହେବ । ଏହି ସର୍ଭେ ଦ୍ବାରା ସହରାଞ୍ଚଳର ସ୍ବଳ୍ପ ଜମିର ସନ୍ତୁଳିତ ଉପଯୋଗ, ନିୟମାବଳୀକୁ ଠିକ ଭାବେ ଲାଗୁ କରିବା, ସ୍ଥାବର ସମ୍ପତ୍ତି ସମ୍ବନ୍ଧିତ ସେବା ପ୍ରଦାନ କରିବା, ପରିବହନ ତଥା ଅନ୍ୟାନ୍ୟ ଆପଦକାଳୀନ ସେବାକୁ ସୁଦୃଢ଼ କରିବା ସହ ସହରାଞ୍ଚଳର ନିରନ୍ତର ବିକାଶକୁ ସୁନିଶ୍ଚିତ କରାଯାଇପାରିବ ।
ଡ୍ରୋନ ସର୍ଭେ ସହ ଭୂମିର ସର୍ଭେ ସମୟରେ ଜମି ମାଲିକଙ୍କ ଉପସ୍ଥିତିରେ ନିର୍ଭୁଲ ଓ ଠିକ ମୂଲ୍ୟାୟନ ଉପରେ ମନ୍ତ୍ରୀ ପୂଜାରୀ ଗୁରୁତ୍ୱ ଦେବା ସହ ପୌର ପରିଷଦ, ରାଜସ୍ବ ବିଭାଗ ଏବଂ ସର୍ଭେ ଦାୟିତ୍ୱରେ ଥିବା ସଂସ୍ଥା ମଧ୍ୟରେ ଉତ୍ତମ ବୁଝାମଣା, ସମନ୍ବୟତା ଏବଂ ଜନସାଧାରଣଙ୍କ ସହଭାଗିତା ଜରୁରୀ ବୋଲି କହିଥିଲେ। ସର୍ଭେ ଅତ୍ୟନ୍ତ ଦାୟିତ୍ୱ ସମ୍ପନ୍ନ ଭାବେ ନିର୍ବାହ କରିବା ସହ ନିଖୁଣ, ସ୍ବଚ୍ଛତା ଅବଲମ୍ବନ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ବିକଶିତ ଖୋର୍ଦ୍ଧା ନିର୍ମାଣରେ ଏହା ବେଶ୍ ସହାୟକ ହେବ ବୋଲି ବିଧାୟକ ଜଗଦେବ କହିଥିଲେ।
ଜିଲାପାଳ ଚଞ୍ଚଳ ରାଣାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ରାଜ୍ୟ ଜମି ରେକର୍ଡ ସର୍ଭେ ନିଦ୍ଦେର୍ଶକ ବିଜୟ କୁମାର ଖଣ୍ଡାୟତରାୟ, କେନ୍ଦ୍ର ସର୍ଭେ ଅଫ ଇଣ୍ଡିଆର ନିର୍ଦ୍ଦେଶକ ଆଶିଷ କୌଶଳ, ଅତିରିକ୍ତ ଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଖୋର୍ଦ୍ଧା ଭାରପ୍ରାପ୍ତ ତହସିଲଦାର ନିବେଦିତା ପରିଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଜନ ପ୍ରତିନିଧି, ବୁଦ୍ଧିଜୀବୀ, ଶିକ୍ଷାବିତ ପ୍ରମୁଖ ଉପସ୍ଥିତ ଥିଲେ।
The post ସହରାଞ୍ଚଳ ଡିଜିଟାଲ ସର୍ଭେ ‘ନକ୍ସା’ର ଶୁଭାରମ୍ଭ କଲେ ମନ୍ତ୍ରୀ appeared first on Dharitri Odia News.