ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଉପହାର, ଏବେ ବର୍ଷକୁ ମିଳିବ ୩୦ ଦିନର ସ୍ବତନ୍ତ୍ର ଛୁଟି

ନୂଆଦିଲ୍ଲୀ ୨୫।୦୭: ସରକାରୀ କର୍ମଚାରୀଙ୍କୁ ୩୦ଦିନ ଛୁଟି ଦେଉଛନ୍ତି କେନ୍ଦ୍ର ସରକାର । ପରିଣତ ବୟସରେ ପିତାମାତାଙ୍କ ସେବା କରିବାକୁ ସରକାରୀ କର୍ମଚାରୀମାନେ ୩୦ ଦିନ ଛୁଟି ନେଇପାରିବେ । ଅନ୍ୟ କୌଣସି ବ୍ୟକ୍ତିଗତ କାରଣ ପାଇଁ ମଧ୍ୟ ଏହି ଛୁଟି ନିଆଯାଇପାରିବ । ଏନେଇ ଗୁରୁବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ । ପିତାମାତାଙ୍କ ସେବା ପାଇଁ ସରକାରୀ କର୍ମଚାରୀଙ୍କ ଲାଗି ଛୁଟିର ପ୍ରାବଧାନ ରହିଛି କି ନାହିଁ ବୋଲି ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସେ କହିଛନ୍ତି ଯେ ସେଣ୍ଟାଲ ସିଭିଲ ସର୍ଭିସେସ୍‌ (ଲିଭ୍‌) ରୁଲ ୧୯୭୨ରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୦ ଦିନର ଅର୍ଜିତ ଅବକାଶ (ଇଅର୍ଣ୍ଣଡ ଲିଭ୍‌) ମିଳିପାରିବ । ଏଥିସହ ୨୦ ଦିନର ଅର୍ଦ୍ଧବେତନ ଅବକାଶ (ହାଫ୍‌ ପେ ଲିଭ୍‌), ୮ ଦିନିଆ ଆକସ୍ମିକ ଛୁଟି (କାଜୁଆଲ ଲିଭ୍‌) ଏବଂ ପ୍ରତିବର୍ଷ ୨ ଦିନ ପ୍ରତିବନ୍ଧିତ ଛୁଟି (ରେଷ୍ଟ୍ରିକଟେଡ ହଲିଡେ)ର ପ୍ରାବଧାନ ରହିଛି । ଏସବୁ ବ୍ୟତୀତ ସରକାରୀ କର୍ମଚାରୀମାନେ ପୂର୍ବରୁ ନିର୍ଦ୍ଧାରିତ କରାଯାଇଥିବା ଛୁଟି ମଧ୍ୟ ନେଇପାରିବେ । ସେମାନେ ନିଜ ପିତାମାତାଙ୍କ ସେବା କରିବା ପାଇଁ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ କାରଣ ପାଇଁ ହେଉ, ଏସବୁ ଛୁଟି ନେଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେବା ଆଇନ ଅନୁସାରେ ସରକାରୀ କର୍ମଚାରୀଙ୍କ ପାଇଁ ଅର୍ଜିତ ଛୁଟି, ଅଧାଦିନ ଛୁଟି, ପରିବର୍ତ୍ତିତ ଛୁ

ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଉପହାର, ଏବେ ବର୍ଷକୁ ମିଳିବ ୩୦ ଦିନର ସ୍ବତନ୍ତ୍ର ଛୁଟି

ନୂଆଦିଲ୍ଲୀ ୨୫।୦୭: ସରକାରୀ କର୍ମଚାରୀଙ୍କୁ ୩୦ଦିନ ଛୁଟି ଦେଉଛନ୍ତି କେନ୍ଦ୍ର ସରକାର । ପରିଣତ ବୟସରେ ପିତାମାତାଙ୍କ ସେବା କରିବାକୁ ସରକାରୀ କର୍ମଚାରୀମାନେ ୩୦ ଦିନ ଛୁଟି ନେଇପାରିବେ । ଅନ୍ୟ କୌଣସି ବ୍ୟକ୍ତିଗତ କାରଣ ପାଇଁ ମଧ୍ୟ ଏହି ଛୁଟି ନିଆଯାଇପାରିବ । ଏନେଇ ଗୁରୁବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ । 

ପିତାମାତାଙ୍କ ସେବା ପାଇଁ ସରକାରୀ କର୍ମଚାରୀଙ୍କ ଲାଗି ଛୁଟିର ପ୍ରାବଧାନ ରହିଛି କି ନାହିଁ ବୋଲି ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସେ କହିଛନ୍ତି ଯେ ସେଣ୍ଟାଲ ସିଭିଲ ସର୍ଭିସେସ୍‌ (ଲିଭ୍‌) ରୁଲ ୧୯୭୨ରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୦ ଦିନର ଅର୍ଜିତ ଅବକାଶ (ଇଅର୍ଣ୍ଣଡ ଲିଭ୍‌) ମିଳିପାରିବ । ଏଥିସହ ୨୦ ଦିନର ଅର୍ଦ୍ଧବେତନ ଅବକାଶ (ହାଫ୍‌ ପେ ଲିଭ୍‌), ୮ ଦିନିଆ ଆକସ୍ମିକ ଛୁଟି (କାଜୁଆଲ ଲିଭ୍‌) ଏବଂ ପ୍ରତିବର୍ଷ ୨ ଦିନ ପ୍ରତିବନ୍ଧିତ ଛୁଟି (ରେଷ୍ଟ୍ରିକଟେଡ ହଲିଡେ)ର ପ୍ରାବଧାନ ରହିଛି । 

ଏସବୁ ବ୍ୟତୀତ ସରକାରୀ କର୍ମଚାରୀମାନେ ପୂର୍ବରୁ ନିର୍ଦ୍ଧାରିତ କରାଯାଇଥିବା ଛୁଟି ମଧ୍ୟ ନେଇପାରିବେ । ସେମାନେ ନିଜ ପିତାମାତାଙ୍କ ସେବା କରିବା ପାଇଁ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ କାରଣ ପାଇଁ ହେଉ, ଏସବୁ ଛୁଟି ନେଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେବା ଆଇନ ଅନୁସାରେ ସରକାରୀ କର୍ମଚାରୀଙ୍କ ପାଇଁ ଅର୍ଜିତ ଛୁଟି, ଅଧାଦିନ ଛୁଟି, ପରିବର୍ତ୍ତିତ ଛୁଟି, ଅବୈତନିକ ଛୁଟି, ବିଶେଷ ଛୁଟି, ମାତୃତ୍ୱକାଳୀନ ଛୁଟି, ପିତୃତ୍ୱ ଛୁଟି, ପିଲା ସେବା ଛୁଟି, ପାଠପଢ଼ା ଛୁଟି, ସ୍ୱତନ୍ତ୍ର ଭିନ୍ନକ୍ଷମ ଛୁଟି, ହସ୍ପିଟାଲ ଛୁଟି ଓ ବିଭାଗୀୟ ଛଟି ଭଳି ଅନେକ ଛୁଟିର ପ୍ରାବଧାନ ରହିଛି ।