ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା: ଆସିଲା ନୂଆ ପେନସନ୍‌ ଯୋଜନା

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ୟୁନିଫାଏଡ ପେନସନ ସ୍କିମ୍‌କୁ ମଞ୍ଜୁରୀ। କେନ୍ଦ୍ର କ୍ୟାବିନେଟ୍‌ରେ ମିଳିଲା ଅନୁମୋଦନ। ଏହା ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହେବ। ନ୍ୟାସନାଲ ପେନସନ ସ୍କିମ୍‌ ବଦଳରେ ଲାଗୁ ହେବ UPS।UPS  କହିଲେ ଏକକ ପେନସନ ଯୋଜନା। ପୁରୁଣା ପେନସନ (OPS) ଦାବି ପରେ ନୂଆ ନିଷ୍ପତ୍ତି।କ’ଣ ଏହି ୟୁପିଏସ୍ ?♻️ଯଦି କୌଣସି କର୍ମଚାରୀ ସର୍ବନିମ୍ନ ୨୫ ବର୍ଷ କାର୍ଯ୍ୟ କରିଛନ୍ତି, ତେବେ ପେନସନ ଭାବରେ ଅବସର ନେବା ପୂର୍ବରୁ ଗତ ୧୨ ମାସ ମଧ୍ୟରେ ସେ ହାରାହାରି ବେତନର ବେସିକ୍‌ ପେ'ର ୫୦ ପ୍ରତିଶତ ପାଇବେ।♻️ଯଦି ଜଣେ ପେନସନଧାରୀ ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ପରିବାର ମୃତ୍ୟୁ ସମୟରେ ପାଇଥିବା ପେନ୍‌ସନ୍‌ର ୬୦ ପ୍ରତିଶତ ପାଇବେ।♻️ ଅତିକମ୍‌ରେ ୧୦ ବର୍ଷ କାର୍ଯ୍ୟ କରିଥିଲେ ଯୋଗ୍ୟ ଭାବେ ଅତିକମରେ ହାରାହାରି ୧୦ ହଜାର ପେନସନ ପାଇବେ।ୟୁପିଏସ୍‌ ୧ ଏପ୍ରିଲ ୨୦୨୫ରୁ ଲାଗୁ ହେବ। ସମସ୍ତ ଏନପିଏସ୍‌ ଧାରୀଙ୍କୁ ୟୁପିଏସ୍‌ ନେବା ଲାଗି ବିକଳ୍ପ ମିଳିବ । ସରକାର ଏଥିପାଇଁ ଏରିୟର ଦେବାକୁ ବ୍ୟବସ୍ଥା କରିଛନ୍ତି । ଯେଉଁ କର୍ମଚାରୀ ୨୦୦୪ରୁ ଅବସର ନେଇଛନ୍ତି ସେମାନଙ୍କୁ ମଧ୍ୟ ଏହାର ଫାଇଦା ମିଳିବ ବୋଲି ଜଣାପଡ଼ିଛି ।କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ବିରୋଧୀ କେବଳ ପୁରୁଣା ପେନସନ୍‌ ସ୍କିମ୍‌ (ଓପିଏସ୍‌)କୁ ନେଇ ରାଜନୀତି କରୁଥିଲେ । ବିଶ୍ବରେ କେଉଁଭଳି ସ୍କିମ୍‌ ରହିଛି ସେସବୁ ଦେଖିଲା ପରେ

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା: ଆସିଲା ନୂଆ ପେନସନ୍‌ ଯୋଜନା

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ୟୁନିଫାଏଡ ପେନସନ ସ୍କିମ୍‌କୁ ମଞ୍ଜୁରୀ। କେନ୍ଦ୍ର କ୍ୟାବିନେଟ୍‌ରେ ମିଳିଲା ଅନୁମୋଦନ। ଏହା ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହେବ। ନ୍ୟାସନାଲ ପେନସନ ସ୍କିମ୍‌ ବଦଳରେ ଲାଗୁ ହେବ UPS।

UPS  କହିଲେ ଏକକ ପେନସନ ଯୋଜନା। ପୁରୁଣା ପେନସନ (OPS) ଦାବି ପରେ ନୂଆ ନିଷ୍ପତ୍ତି।

କ’ଣ ଏହି ୟୁପିଏସ୍ ?

♻️ଯଦି କୌଣସି କର୍ମଚାରୀ ସର୍ବନିମ୍ନ ୨୫ ବର୍ଷ କାର୍ଯ୍ୟ କରିଛନ୍ତି, ତେବେ ପେନସନ ଭାବରେ ଅବସର ନେବା ପୂର୍ବରୁ ଗତ ୧୨ ମାସ ମଧ୍ୟରେ ସେ ହାରାହାରି ବେତନର ବେସିକ୍‌ ପେ'ର ୫୦ ପ୍ରତିଶତ ପାଇବେ।

♻️ଯଦି ଜଣେ ପେନସନଧାରୀ ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ପରିବାର ମୃତ୍ୟୁ ସମୟରେ ପାଇଥିବା ପେନ୍‌ସନ୍‌ର ୬୦ ପ୍ରତିଶତ ପାଇବେ।

♻️ ଅତିକମ୍‌ରେ ୧୦ ବର୍ଷ କାର୍ଯ୍ୟ କରିଥିଲେ ଯୋଗ୍ୟ ଭାବେ ଅତିକମରେ ହାରାହାରି ୧୦ ହଜାର ପେନସନ ପାଇବେ।


ୟୁପିଏସ୍‌ ୧ ଏପ୍ରିଲ ୨୦୨୫ରୁ ଲାଗୁ ହେବ। ସମସ୍ତ ଏନପିଏସ୍‌ ଧାରୀଙ୍କୁ ୟୁପିଏସ୍‌ ନେବା ଲାଗି ବିକଳ୍ପ ମିଳିବ । ସରକାର ଏଥିପାଇଁ ଏରିୟର ଦେବାକୁ ବ୍ୟବସ୍ଥା କରିଛନ୍ତି । ଯେଉଁ କର୍ମଚାରୀ ୨୦୦୪ରୁ ଅବସର ନେଇଛନ୍ତି ସେମାନଙ୍କୁ ମଧ୍ୟ ଏହାର ଫାଇଦା ମିଳିବ ବୋଲି ଜଣାପଡ଼ିଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ବିରୋଧୀ କେବଳ ପୁରୁଣା ପେନସନ୍‌ ସ୍କିମ୍‌ (ଓପିଏସ୍‌)କୁ ନେଇ ରାଜନୀତି କରୁଥିଲେ । ବିଶ୍ବରେ କେଉଁଭଳି ସ୍କିମ୍‌ ରହିଛି ସେସବୁ ଦେଖିଲା ପରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରି କମିଟି ୟୁନିଫାଏଡ୍‌ ପେନସନ୍‌ ସ୍କିମ୍‌ ଲାଗି ପରାମର୍ଶ ଦେଇଛି । କ୍ୟାବିନେଟ୍‌ ୟୁନିଫାଏଡ୍ ପେନସନ୍‌ ସ୍କିମ୍‌କୁ ମଞ୍ଜୁରୀ ଦେଇଛି ।’