ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲେ ରାଜ୍ୟ ସରକାର
ନୂଆଦିଲ୍ଲୀ,୧୫।୧୦: ନିକଟରେ ଦୁର୍ଗାପୂଜା ସରିଥିବା ବେଳେ ଆଉ ଦୁଇଟି ସପ୍ତାହ ପରେ ଦୀପାବଳି ପର୍ବ ପାଳନ ହେବ। ଏହାରି ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ରାଜ୍ୟ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରିଛନ୍ତି। ରାଜ୍ୟରେ ନଭେମ୍ବର ୨୦ ତାରିଖରେ ବିଧାନସଭା ନିର୍ବାଚନ ଘୋଷଣା କରିବାର କିଛି କ୍ଷଣ ପୂର୍ବରୁ ସରକାର ଏହି ବଡ଼ ଘୋଷଣା କରିଛନ୍ତି। ମଙ୍ଗଳବାର ଭାରତୀୟ ନିର୍ବାଚନ ଆୟୋଗ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ରାଜ୍ୟ କର୍ମଚାରୀଙ୍କ […] The post ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲେ ରାଜ୍ୟ ସରକାର appeared first on Dharitri Odia News.
ନୂଆଦିଲ୍ଲୀ,୧୫।୧୦: ନିକଟରେ ଦୁର୍ଗାପୂଜା ସରିଥିବା ବେଳେ ଆଉ ଦୁଇଟି ସପ୍ତାହ ପରେ ଦୀପାବଳି ପର୍ବ ପାଳନ ହେବ। ଏହାରି ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ରାଜ୍ୟ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରିଛନ୍ତି। ରାଜ୍ୟରେ ନଭେମ୍ବର ୨୦ ତାରିଖରେ ବିଧାନସଭା ନିର୍ବାଚନ ଘୋଷଣା କରିବାର କିଛି କ୍ଷଣ ପୂର୍ବରୁ ସରକାର ଏହି ବଡ଼ ଘୋଷଣା କରିଛନ୍ତି। ମଙ୍ଗଳବାର ଭାରତୀୟ ନିର୍ବାଚନ ଆୟୋଗ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି।
ରାଜ୍ୟ କର୍ମଚାରୀଙ୍କ ସହିତ ବିଏମସି (ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍) ମଧ୍ୟ କର୍ମଚାରୀମାନଙ୍କୁ ୨୯ ହଜାର ଟଙ୍କା ବୋନସ୍ ଘୋଷଣା କରିଛି। ଗତ ବର୍ଷ ତୁଳନାରେ ଏହା ତିନି ହଜାର ଟଙ୍କା ଅଧିକ। ଶିଶୁ ଉଦ୍ୟାନର ଶିକ୍ଷକ ଏବଂ ଆଶା କର୍ମଚାରୀମାନେ ମଧ୍ୟ ବୋନସ୍ ପାଇବେ। ତେବେ ମଙ୍ଗଳବାର ଭାରତର ନିର୍ବାଚନ ଆୟୋଗ ମହାରାଷ୍ଟ୍ର ନିର୍ବାଚନର ତାରିଖ ଘୋଷଣା କରିଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଭୋଟ୍ ନଭେମ୍ବର ୨୦ ରେ ଗୋଟିଏ ପର୍ୟ୍ୟାୟରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ନଭେମ୍ବର ୨୩ ରେ ଘୋଷଣା କରାଯିବ।
The post ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲେ ରାଜ୍ୟ ସରକାର appeared first on Dharitri Odia News.