ସରକାରୀ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଅଫିସ୍ ବିଳମ୍ବରେ ପହଞ୍ଚିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୧୫ା୪(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଠିକ୍ ସମୟରେ ଅଫିସ୍ ଆସୁନାହାନ୍ତି। ଫଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବିଳମ୍ବ ହେଉଛି। ଏହାକୁ ନେଇ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୦ଟା ସୁଦ୍ଧା ଅଫିସ୍ରେ ପହଞ୍ଚତ୍ବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗର ସମସ୍ତ କର୍ମଚାରୀ ନିରନ୍ତର ଭାବେ ନିଜ ଡ୍ୟୁଟିରେ ଯୋଗଦେବାକୁ କୁହାଯାଇଛି। ଏଥିରେ ଯେକୌଣସି ତ୍ରୁଟିକୁ ଗମ୍ଭୀରତାର […] The post ସରକାରୀ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଅଫିସ୍ ବିଳମ୍ବରେ ପହଞ୍ଚିଲେ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.
ଭୁବନେଶ୍ୱର,୧୫ା୪(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଠିକ୍ ସମୟରେ ଅଫିସ୍ ଆସୁନାହାନ୍ତି। ଫଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବିଳମ୍ବ ହେଉଛି। ଏହାକୁ ନେଇ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୦ଟା ସୁଦ୍ଧା ଅଫିସ୍ରେ ପହଞ୍ଚତ୍ବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗର ସମସ୍ତ କର୍ମଚାରୀ ନିରନ୍ତର ଭାବେ ନିଜ ଡ୍ୟୁଟିରେ ଯୋଗଦେବାକୁ କୁହାଯାଇଛି। ଏଥିରେ ଯେକୌଣସି ତ୍ରୁଟିକୁ ଗମ୍ଭୀରତାର ସହ ବିଚାର କରାଯିବ। ଯଦି କୌଣସି କର୍ମଚାରୀ ନିର୍ଦ୍ଦେଶର ଖିଲାପ କରିବେ, ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗର କମିଶନର ତଥା ସଚିବଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
The post ସରକାରୀ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଅଫିସ୍ ବିଳମ୍ବରେ ପହଞ୍ଚିଲେ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.