ସରକାରୀ କର୍ମଚାରୀଙ୍କୁ ଗିଫ୍ଟ, ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର୧୧/୪: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ମହଙ୍ଗା ଭତ୍ତାକୁ ଆଉ ୨ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । ଫଳରେ ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବଢିଛି । ୨୦୨୫ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଏପ୍ରିଲ ମାସ ଦରମାରେ ନଗଦ ଆକାରରେ ଦିଆଯିବ । ସେହିପରି ପେନ୍‌ସନ୍‌ ଭୋଗୀଙ୍କ ଟିଆଇରେ ମଧ୍ୟ ୨ ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବରେ ଏପ୍ରିଲ ମାସ ପେନ୍‌ସନ୍‌ରେ ଏହି ବର୍ଦ୍ଧିତ ଟିଆଇ ପାଇବେ । ଏହା ଦ୍ବାରା ପ୍ରାୟ ସାଢେ ୮ ଲକ୍ଷ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀ ଉପକୃତ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।  

ସରକାରୀ କର୍ମଚାରୀଙ୍କୁ ଗିଫ୍ଟ, ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର୧୧/୪: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ମହଙ୍ଗା ଭତ୍ତାକୁ ଆଉ ୨ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । ଫଳରେ ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବଢିଛି । ୨୦୨୫ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଏପ୍ରିଲ ମାସ ଦରମାରେ ନଗଦ ଆକାରରେ ଦିଆଯିବ । 

ସେହିପରି ପେନ୍‌ସନ୍‌ ଭୋଗୀଙ୍କ ଟିଆଇରେ ମଧ୍ୟ ୨ ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବରେ ଏପ୍ରିଲ ମାସ ପେନ୍‌ସନ୍‌ରେ ଏହି ବର୍ଦ୍ଧିତ ଟିଆଇ ପାଇବେ । ଏହା ଦ୍ବାରା ପ୍ରାୟ ସାଢେ ୮ ଲକ୍ଷ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀ ଉପକୃତ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।