ସରକାରୀ କ୍ୱାର୍ଟର୍ସ ଭଡ଼ା ଦେଇ ମାଲେମାଲ୍ ବାବୁ, ବିକିଦେଉଛନ୍ତି କ୍ୱାର୍ଟର୍ସ ନିକଟ ଖାଲି ଜାଗା
ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କୁ ରହିବା ପାଇଁ ମିଳୁଛି କ୍ୱାର୍ଟର୍ସ। କିନ୍ତୁ ସରକାରୀ ବାବୁମାନେ ମିଳିଥିବା କ୍ୱାର୍ଟର୍ସର ଦୁରୁପଯୋଗ କରିବାରେ ଲାଗିଛନ୍ତି। ସେମାନେ ଏହି କ୍ୱାର୍ଟର୍ସକୁ ଭଡ଼ାକୁ ଦେଇ ମାଲେମାଲ୍ ହେଉଛନ୍ତି। ଅନ୍ୟପକ୍ଷରେ ରାଜଧାନୀରେ ଥିବା ନିଜର ରାଜମହଲ ପରି କୋଠାରେ ରହୁଛନ୍ତି। ନିକଟରେ ଭିଜିଲାନ୍ସ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାଇଭେଟ୍ ସେକ୍ରେଟାରୀ ରମେଶ ଚନ୍ଦ୍ର ଜେନାଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉବେଳେ ଏହି ସରକାରୀ କ୍ୱାର୍ଟର୍ସର ଗୁମର ଜଣାପଡ଼ିଥିଲା। ସେ ଦୀର୍ଘ ଦିନ […]

ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କୁ ରହିବା ପାଇଁ ମିଳୁଛି କ୍ୱାର୍ଟର୍ସ। କିନ୍ତୁ ସରକାରୀ ବାବୁମାନେ ମିଳିଥିବା କ୍ୱାର୍ଟର୍ସର ଦୁରୁପଯୋଗ କରିବାରେ ଲାଗିଛନ୍ତି। ସେମାନେ ଏହି କ୍ୱାର୍ଟର୍ସକୁ ଭଡ଼ାକୁ ଦେଇ ମାଲେମାଲ୍ ହେଉଛନ୍ତି। ଅନ୍ୟପକ୍ଷରେ ରାଜଧାନୀରେ ଥିବା ନିଜର ରାଜମହଲ ପରି କୋଠାରେ ରହୁଛନ୍ତି। ନିକଟରେ ଭିଜିଲାନ୍ସ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାଇଭେଟ୍ ସେକ୍ରେଟାରୀ ରମେଶ ଚନ୍ଦ୍ର ଜେନାଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉବେଳେ ଏହି ସରକାରୀ କ୍ୱାର୍ଟର୍ସର ଗୁମର ଜଣାପଡ଼ିଥିଲା।
ସେ ଦୀର୍ଘ ଦିନ ହେବ ତାଙ୍କ ସରକାରୀ କ୍ୱାର୍ଟର୍ସକୁ ଭଡ଼ାରେ ଦେଇ ମାସକୁ ୧୨ ହଜାର ଟଙ୍କା ପାଉଥିବା ଜଣାପଡ଼ିଥିଲା। ଭଡ଼ାଟିଆ ତାଙ୍କୁ ଫୋନ୍ ପେ’ ମାଧ୍ୟମରେ ଟଙ୍କା ପଠାଇଥିବା ପ୍ରମାଣ ମିଳିଥିଲା। କେବଳ ରମେଶ ନୁହେଁ ଏହିଭଳି ଅନେକ ସରକାରୀ ଅଫିସର ନିଜ ସରକାରୀ କ୍ୱାର୍ଟର୍ସକୁ ଭଡ଼ା ଆକାରରେ ଦେଇ ଭଡ଼ା ପାଉଛନ୍ତି। ଆଉ ସେମାନେ କଳାଧନରେ କରିଥିବା ରାଜମହଲ ପରି କୋଠାରେ ଅୟସ ଜୀବନ ବିତାଉଛନ୍ତି। ଏ ସବୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଜାଣିଥିଲେ ମଧ୍ୟ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ବିଭାଗ ଏହି ସବୁ ସରକାରୀ କ୍ୱାର୍ଟର୍ସକୁ ଯାଇ ରହୁଥିବା ଲୋକଙ୍କୁ ପଚରାଉଚରା କଲେ ସତ ଧରାପଡ଼ନ୍ତା। କିନ୍ତୁ ବିଭାଗ ନଜାଣିଲା ପରି ରହୁଛନ୍ତି।
କେବଳ ଘର ନୁହେଁ ସରକାରୀ କ୍ୱାର୍ଟର୍ସ ନିକଟରେ ଥିବା ଜାଗାକୁ ମଧ୍ୟ ଅନ୍ୟ ବ୍ୟକ୍ତିଙ୍କୁ ବିକ୍ରି କରି ଦେଉଛନ୍ତି। ସେଠାରେ ଉକ୍ତ ଲୋକ ରାତାରାତି ଘର କରି ରହୁଛନ୍ତି। କେବଳ ଜାଗା ନୁହେଁ ଏହି ସରକାରୀ ବାବୁ ଉକ୍ତ ଜାଗାରେ ଘର କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଆବେଦନ କରୁଛନ୍ତି। ସେମାନେ ଏହି ବିଭାଗକୁ ହାତ କରି ସେମାନେ କ୍ୱାର୍ଟର୍ସ ନିକଟରେ ଘର କରିବାକୁ ଅନୁମତି ଦେଉଛନ୍ତି। ବଡ଼ କଥା ହେଲା ଏଥିରେ ମଧ୍ୟ ଠିକାଦାରଙ୍କୁ ମଧ୍ୟ ମାଲାମାଲ କରାଯାଉଛି। କିଠାଦାର କାମ ନେଇ ବିଭାଗକୁ ମଧ୍ୟ କିଛି ଟଙ୍କା ପିସି ଆକାରରେ ଦେଉଛନ୍ତି।
ଆହୁରି ମଧ୍ୟ କିଛି ଅସାମାଜିକ ବ୍ୟକ୍ତି ସରକାରୀ କ୍ୱାର୍ଟର୍ସକୁ ଭଡ଼ା ଆକାରରେ ନେଇ ଅପରାଧିକ କାର୍ଯ୍ୟ କରୁଛନ୍ତି। ନା ସେମାନଙ୍କ ସମ୍ପର୍କରେ ପୁଲିସ ଜାଣିପାରୁଛି ନା କିଛି ବି ତଥ୍ୟ ସେମାନଙ୍କ ବିଷୟରେ ରହୁଛି। ପୁଲିସ ସରକାରୀ କ୍ୱାର୍ଟର୍ସରେ ରହୁଥିବା ଲୋକଙ୍କୁ ସନ୍ଦେହ କରିବାର ଅବକାଶ ରହୁନଥିବାରୁ ଏହା ଅପରାଧିଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି। ବିଗତ ଦିନରେ ସରକାରୀ କ୍ୱାର୍ଟର୍ସରୁ ପୁଲିସ ଡ୍ରଗ୍ସ ଜବତ କରିଛି। ଗତ ବର୍ଷ ଏସ୍ଟିଏଫ୍ ୟୁନିଟ୍-୮ରେ ଥିବା ଏକ ସରକାରୀ କ୍ୱାର୍ଟର୍ସରୁ ୧କେଜିରୁ ଅଧିକ ଡ୍ରଗ୍ସ ଜବତ କରିବା ସହ ବେପାରୀକୁ ଗିରଫ କରିଥିଲା। ସେ ଘର ଭଡ଼ାକୁ ନେଇ ଏଭଳି ଡ୍ରଗ୍ସ କାରବାର କରୁଥିଲା। ସେହିପରି ପୂର୍ବରୁ ମଧ୍ୟ ଓୟୁଏଟି ଛକ ନିକଟରେ ଏକ ସରକାରୀ କ୍ୱାର୍ଟର୍ସରେ ବନ୍ଧୁକ ନିର୍ମାଣ କରାଯାଉଥିବା ଧରାପଡ଼ିଥିଲା। କେବଳ ଏଭଳି ଅପରାଧ ନୁହେଁ ସରକାରୀ କ୍ୱାର୍ଟର୍ସରେ ସେକ୍ସ ରାକେଟ୍ ଭଳି ଅନେକ ଅପରାଧିକ କାର୍ଯ୍ୟ କରାଯାଉଛି। ସରକାରୀ ବାବୁ କ୍ୱାର୍ଟର୍ସ ପାଇଥିବାରୁ ପୁଲିସ ତାହାକୁ ଆଡ଼ ଆଖିରେ ବି ଚାହେଁ ନାହିଁ। ଏହାର ଫାଇଦା ନେଇ ଏବେ ଅନେକ ଅପରାଧି ସରକାରୀ କ୍ୱାର୍ଟର୍ସକୁ ଅଧିକ ଭଡ଼ା ଦେଇ ମଧ୍ୟ ରହୁଛନ୍ତି। ସାଧାରଣ ପ୍ରଶାସନ ବିଭାଗ ଯଦି ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତା, ତେବେ ସରକାରୀ ବାବୁଙ୍କୁ ମିଳିଥିବା କ୍ୱାର୍ଟର୍ସକୁ ଭଡ଼ାକୁ ଦିଅନ୍ତେ ନାହିଁ।