ସରକାରୀ ଜମି କବଜା କରୁଥିବା ବଡ଼ ସିଣ୍ଡିକେଟରେ ସାମିଲ ଥିଲେ ହେମନ୍ତ ସୋରେନ, ଇଡି ଡକ୍ୟୁମେଣ୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ,୧।୨: ଝାଡ଼ଖଣ୍ଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିବା ପରେ ଜମି ଘୋଟାଲା ନେଇ ବଡ଼ ଖୁଲାସା ହୋଇଛି। ଇଡି ଡକ୍ୟୁମେଣ୍ଟରୁ ଜଣାପଡିଛି ଯେ ହେମନ୍ତ ସୋରେନ ଏକ ବଡ଼ ସିଣ୍ଡିକେଟର ଅଂଶ ଯାହାକି ସରକାରୀ ଜମି ଦଖଲ କରିଛି। ସୋରେନ୍ ୧୨ ଟି ସମ୍ପତ୍ତିର ବେଆଇନ ଅଧିକାର କରିଥିଲେ। ପ୍ରାୟ ୮.୫ ଏକର ସରକାରୀ ଜମି ଉପରେ କବଜା କରାଯାଇଥିଲା। ନକଲି ବିକ୍ରୟ କାରବାର ଏବଂ ଡକ୍ୟୁମେଣ୍ଟ ଆଧାରରେ ଏହି କବଜା […] The post ସରକାରୀ ଜମି କବଜା କରୁଥିବା ବଡ଼ ସିଣ୍ଡିକେଟରେ ସାମିଲ ଥିଲେ ହେମନ୍ତ ସୋରେନ, ଇଡି ଡକ୍ୟୁମେଣ୍ଟରୁ ହେଲା ଖୁଲାସା appeared first on Dharitri Odia News.

ସରକାରୀ ଜମି କବଜା କରୁଥିବା ବଡ଼ ସିଣ୍ଡିକେଟରେ ସାମିଲ ଥିଲେ ହେମନ୍ତ ସୋରେନ, ଇଡି ଡକ୍ୟୁମେଣ୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ,୧।୨: ଝାଡ଼ଖଣ୍ଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିବା ପରେ ଜମି ଘୋଟାଲା ନେଇ ବଡ଼ ଖୁଲାସା ହୋଇଛି। ଇଡି ଡକ୍ୟୁମେଣ୍ଟରୁ ଜଣାପଡିଛି ଯେ ହେମନ୍ତ ସୋରେନ ଏକ ବଡ଼ ସିଣ୍ଡିକେଟର ଅଂଶ ଯାହାକି ସରକାରୀ ଜମି ଦଖଲ କରିଛି। ସୋରେନ୍ ୧୨ ଟି ସମ୍ପତ୍ତିର ବେଆଇନ ଅଧିକାର କରିଥିଲେ। ପ୍ରାୟ ୮.୫ ଏକର ସରକାରୀ ଜମି ଉପରେ କବଜା କରାଯାଇଥିଲା। ନକଲି ବିକ୍ରୟ କାରବାର ଏବଂ ଡକ୍ୟୁମେଣ୍ଟ ଆଧାରରେ ଏହି କବଜା କରାଯାଇଥିଲା। ରାଜସ୍ୱ ରେକର୍ଡଗୁଡିକ ମଧ୍ୟ ହେରଫେର ହୋଇଛି। ଏହି ଜମିର ମୂଲ୍ୟ କୋଟି କୋଟିଏରୁ ଉର୍ଦ୍ଧ ଅଟେ।

ଗତ ବର୍ଷ ଏପ୍ରିଲ ୧୩ ରେ ହୋଇଥିବା ଏକ ଚଢ଼ାଉ ସମୟରେ ରେଭିନ୍ୟୁ ସବ୍ ଇନ୍ସପେକ୍ଟର ଭାନୁ ପ୍ରତାପଙ୍କ ଘରେ ଜମି ସମ୍ବନ୍ଧୀୟ ରେକର୍ଡ ଏବଂ ରେଜିଷ୍ଟର ମିଳିଥିଲା, ଏହା ପରେ ରାଞ୍ଚି ପୋଲିସ ଜୁନ୍ ମାସରେ ଭାନୁ ପ୍ରତାପଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ଇଡି ରାଞ୍ଚି ପୋଲିସର ଏଫ୍ଆଇଆର୍ରେ ଟଙ୍କା ହେରଫେର ମାମଲା ରୁଜୁ କରିଥିଲା।

ଯେତେବେଳେ ଏହାର ତଦନ୍ତ କରାଗଲା, ଭାନୁ ପ୍ରତାପ ଏକ ବଡ ସିଣ୍ଡିକେଟର ଏକ ଅଂଶ ଥିବା ଜଣା ପଡିଥିଲା, ଯାହା ନକଲି ବିକ୍ରୟ କାର୍ଯ୍ୟ କରି ରାଜସ୍ୱ ରେକର୍ଡକୁ ବ୍ୟବହାର କରି ସରକାରୀ ଜମି ଅଧିକାର କରିଆସୁଥିଲା। ହେମନ୍ତ ସୋରେନ ମଧ୍ୟ ଏହିପରି ଅନେକ ଜମିର ଅଧିକାର କରିଥିଲେ। କେବଳ ଏତିକି ନୁହେଁ, ଭାନୁ ପ୍ରତାପଙ୍କ ମୋବାଇଲରୁ ସୋରେନଙ୍କର ଅନେକ ସମ୍ପତ୍ତି ବିଷୟରେ ସୂଚନା ମଧ୍ୟ ମିଳିଥିଲା।

ପ୍ରାୟ ୬୦୦କୋଟି ଟଙ୍କାର ଏହି ଘୋଟାଲାରେ ସରକାରୀ ଜମିର ମାଲିକାନା ପରିବର୍ତ୍ତନ ହୋଇ ଏହାକୁ ବିଲଡରଙ୍କୁ ବିକ୍ରି କରାଯାଇଥିଲା। ଏହି ମାମଲାରେ ଇଡି ପୂର୍ବତନ ରାଞ୍ଚି ଡିସି ଆଇଏଏସ୍ ଅଧିକାରୀ ଛବି ରଂଜନଙ୍କ ସମେତ ୧୪ ଜଣଙ୍କୁ ଗିରଫ କରିସାରିଛି, ଯାହାର ନାମ ପ୍ରଦିପ ବାଗଚି, ଆଫସର ଅଲି, ତାଲହା ଖାନ, ସଦ୍ଦାମ ହୁସେନ୍, ଇମତିଆଜ ଅହମ୍ମଦ, ଫାୟାଜ ଖାନ, ଛବି ରଂଜନ, ଭାନୁ ପ୍ରତାପ ପ୍ରସାଦ, ଦିଲୀପ ଘୋଷ, ଅମିତ ଅଗ୍ରୱାଲ, ରାଜେଶ ରାୟ, ବିଷ୍ଣୁ ଅଗ୍ରୱାଲ, ପ୍ରେମ ପ୍ରକାଶ ଏବଂ ଭାରତ ପ୍ରସାଦ।​

The post ସରକାରୀ ଜମି କବଜା କରୁଥିବା ବଡ଼ ସିଣ୍ଡିକେଟରେ ସାମିଲ ଥିଲେ ହେମନ୍ତ ସୋରେନ, ଇଡି ଡକ୍ୟୁମେଣ୍ଟରୁ ହେଲା ଖୁଲାସା appeared first on Dharitri Odia News.