ସରକାରୀ ଜମିରେ ପୋଖରୀ ଖୋଳିବା ଘଟଣା: ପାଣିର ନମୁନା ସଂଗ୍ରହ କଲା ପ୍ରଦୂଷଣ ବୋର୍ଡ

ପାଟଣା,୩୦ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ କୁଆପଶି ଗ୍ରାମରେ ଥିବା ନାରାୟଣୀ ରାଇସ ମିଲ୍ସ ଫାଟକ ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଶତାଧିକ କୁଆପସି, ମଙ୍ଗଳପୁର ଓ ଡିଆନାଳୀ ଅଞ୍ଚଳର ମହିଳା ଓ ପୁରୁଷ ଧାରଣା ଦେଇଥିଲେ। ମିଲ୍ସ ସଂଲଗ୍ନ ଗୋଚର ଜମିରେ ପୋଖରୀ ଖୋଳିବା ବନ୍ଦ,ପ୍ଲାଣ୍ଟ ବାହାରେ ଥିବା ବର୍ଜ୍ୟବସ୍ତୁ ଓ ପାଣି ନ ପକାଇବା ଦାବିରେ ଫାଟକ ସମ୍ମୁଖରେ ଏହି ଧାରଣା ଦେଇଥିଲେ। ଦୀର୍ଘ ସମୟ ଧରି ମିଲ୍ସ ସମ୍ମୁଖରେ ଉତ୍ତେଜନା […] The post ସରକାରୀ ଜମିରେ ପୋଖରୀ ଖୋଳିବା ଘଟଣା: ପାଣିର ନମୁନା ସଂଗ୍ରହ କଲା ପ୍ରଦୂଷଣ ବୋର୍ଡ appeared first on Dharitri Odia News.

ସରକାରୀ ଜମିରେ ପୋଖରୀ ଖୋଳିବା ଘଟଣା: ପାଣିର ନମୁନା ସଂଗ୍ରହ କଲା ପ୍ରଦୂଷଣ ବୋର୍ଡ

ପାଟଣା,୩୦ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ କୁଆପଶି ଗ୍ରାମରେ ଥିବା ନାରାୟଣୀ ରାଇସ ମିଲ୍ସ ଫାଟକ ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଶତାଧିକ କୁଆପସି, ମଙ୍ଗଳପୁର ଓ ଡିଆନାଳୀ ଅଞ୍ଚଳର ମହିଳା ଓ ପୁରୁଷ ଧାରଣା ଦେଇଥିଲେ। ମିଲ୍ସ ସଂଲଗ୍ନ ଗୋଚର ଜମିରେ ପୋଖରୀ ଖୋଳିବା ବନ୍ଦ,ପ୍ଲାଣ୍ଟ ବାହାରେ ଥିବା ବର୍ଜ୍ୟବସ୍ତୁ ଓ ପାଣି ନ ପକାଇବା ଦାବିରେ ଫାଟକ ସମ୍ମୁଖରେ ଏହି ଧାରଣା ଦେଇଥିଲେ। ଦୀର୍ଘ ସମୟ ଧରି ମିଲ୍ସ ସମ୍ମୁଖରେ ଉତ୍ତେଜନା ଲାଗି ରହିଥିଲା। ଆନ୍ଦୋଳନକାରୀଙ୍କ ଦାବିକୁ ରାଇସ ମିଲ୍ସ କର୍ତ୍ତୃପକ୍ଷ ପୂରଣ ନ କଲେ ଆଗାମୀ ଦିନ ଗେଟ୍‌ରେ ତାଲା ପକାଇ ଆନ୍ଦୋଳନ କରିବେ ବୋଲି ସ୍ଥାନୀୟ ଓ୍ବାର୍ଡମେମ୍ବର ଟନୁ ରାମ ମହାନ୍ତ, କ୍ଷତିଗ୍ରସ୍ତ ଚାଷୀ ଡୁରା ମହାନ୍ତ, ଲତା ନାଏକ, ସୋମବାରୀ ମୁଦି ପ୍ରମୁଖ ଚେତାବନୀ ଦେଇଛନ୍ତି। ଗତ ସୋମବାର ସମାନ ଢଙ୍ଗ ଓ ଦାବିରେ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ପରେ ଗୁରୁବାର ଜିଲା ପ୍ରଦୂଷଣ ବୋର୍ଡ ରିଜିଓନାଲ ଅଫିସର ସାଇଣ୍ଟିଷ୍ଟ ଇପସି ଗିରି ସଦଳବଳ ପହଞ୍ଚି ରାଇସ ମିଲ୍ସ ପ୍ଲାଣ୍ଟ ଏରିଆ ପରିଦର୍ଶନ କରିବା ସହ ବର୍ଜ୍ୟପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ କେନ୍ଦୁଝର ନେଇଛନ୍ତି। ଏହାପରେ ଆନ୍ଦୋଳନକାରୀଙ୍କୁ ମିଲ୍ସ ମାଲିକ ଡାକି ସମାଧାନ କରିବା ପାଇଁ ବୈଠକ କରିଥିଲେ। ୮ଦିନ ମଧ୍ୟରେ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ମିଲ୍ସ ମ୍ୟାନେଜିଂ ଡାଇରେକ୍ଟର ଲୋକେଶ ବଂଶଲ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏନେଇ ପରିଚାଳନା ବୋର୍ଡ ସଦସ୍ୟ ଗଗନ କୁମାର ବାଙ୍କା ତାଙ୍କ ପ୍ରତିକ୍ରିୟାରେ ୮ଦିନ ମଧ୍ୟରେ ଆନ୍ଦୋଳନକାରୀଙ୍କ ସମସ୍ତ ସମସ୍ୟା ଓ ଦାବିର ସମାଧାନ କରାଯିବ ବୋଲି କହିଛନ୍ତି।

 

The post ସରକାରୀ ଜମିରେ ପୋଖରୀ ଖୋଳିବା ଘଟଣା: ପାଣିର ନମୁନା ସଂଗ୍ରହ କଲା ପ୍ରଦୂଷଣ ବୋର୍ଡ appeared first on Dharitri Odia News.