ସରକାରୀ ବ୍ୟବସ୍ଥାରେ ଦିଆଯାଉନି ପିଲାଙ୍କୁ ହାଡଫୁଟି ଟିକା, ବର୍ଷାଦିନେ ବି ମାଡିଚାଲିଛି

ଭୁବନେଶ୍ୱର ୨୪/୦୭: ରାଜ୍ୟରେ ଏବେ ହାଡଫୁଟି ବ୍ୟାପିବାରେ ଲାଗିଛି । ବିଶେଷ କରି ବୟସ୍କ ବ୍ୟକ୍ତିମାନେ ଏଥିରେ ଆକ୍ରାନ୍ତ ହେଉଥିବା ନଜରକୁ ଆସିଛି । ନଭେମ୍ୱର-ଫେବ୍ରୁଆରୀ ମାସ ଭିତରେ ସାଧାରଣ ଭାବେ ହାଡଫୁଟି ବ୍ୟାପିଥାଏ । ମାତ୍ର ଏବେ ଜୁନ୍ ଓ ଜୁଲାଇ ମାସରେ ରାଜ୍ୟରେ ବହୁ ସଂଖ୍ୟାରେ ରୋଗୀ ଏଥିରେ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛି । ତେଣୁ ରୋଗ ସଂକ୍ରମଣ ପ୍ରକ୍ରିୟାରେ ଏଭଳି ପରିବର୍ତ୍ତନ ପଛର କାରଣ କ'ଣ ତାହା ସ୍ପଷ୍ଟ ହୋଇନି । ଭାରିସେଲାଜୋଷ୍ଟର ଭୂତାଣୁ ଯୋଗୁଁ ହାଡ଼ଫୁଟି ହୋଇଥାଏ । ଏହା ଏକ ସଂକ୍ରାମତକ ରୋଗ ହୋଇଥିବା ବେଳେ ଏହି ଭୂତାମୁ ବେଶ୍ ପୁରୁଣା । ଆକ୍ରାନ୍ତଙ୍କ ମୁହଁ ଓ ଶରୀରରେ ଫୋଟକା ହେବା ସହ ଜ୍ୱର ଓ ଅସୁସ୍ଥତା ପ୍ରକାଶ ପାଇଥାଏ । ତେବେ କୋଭିଡ ପରବର୍ତ୍ତୀ ସମୟରେ ହାଡଫୁଟିରୁ ସୁରକ୍ଷା ପାଇଁ ଟିକା ନେିଥିବା ବ୍ୟକ୍ତିଙ୍କଠାରେ ଦ୍ୱିତୀୟ ବାର ହେବା ଦେଖିବାକୁ ମିଳୁଛି । ପ୍ରକୃତରେ ଏହାର କାରଣ କଣ ଜଣାପଡିନି । ଖାସ୍ କରି ଟିକା ନେଇଥିବା ପିଲା ହାଡଫୁଟିରେ ଆକ୍ରାନ୍ତ ହେବାର ଆଶଙ୍କା କମ୍ । ଯେଉଁମାନେ ବି ସଂକ୍ରମିତ ହୋଇଥାନ୍ତି, ସେମାନଙ୍କଠାରେ କମ୍ ଲକ୍ଷଣ ଦେଖିବାକୁ ମିଳିଥାଏ । ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଥିବା ଟିକାକରଣ କାର୍ଯ୍ୟକ୍ରମରେ ହାଡଫୁଟି ପାଇଁ କୌଣସି ଟିକା ଦିଆଯାଉନାହିଁ । ଏଥିପାଇଁ ଅଭିଭାବକଙ୍କୁ ବାହାର ଟିକା କିଣିବାକୁ ପଡୁଛି । ଏଥିପାଇଁ ଅଭିଭାବକମାନଙ୍କୁ ବାହାର ଟିକା କ

ସରକାରୀ ବ୍ୟବସ୍ଥାରେ ଦିଆଯାଉନି ପିଲାଙ୍କୁ ହାଡଫୁଟି ଟିକା, ବର୍ଷାଦିନେ ବି ମାଡିଚାଲିଛି

ଭୁବନେଶ୍ୱର ୨୪/୦୭: ରାଜ୍ୟରେ ଏବେ ହାଡଫୁଟି ବ୍ୟାପିବାରେ ଲାଗିଛି । ବିଶେଷ କରି ବୟସ୍କ ବ୍ୟକ୍ତିମାନେ ଏଥିରେ ଆକ୍ରାନ୍ତ ହେଉଥିବା ନଜରକୁ ଆସିଛି । ନଭେମ୍ୱର-ଫେବ୍ରୁଆରୀ ମାସ ଭିତରେ ସାଧାରଣ ଭାବେ ହାଡଫୁଟି ବ୍ୟାପିଥାଏ । ମାତ୍ର ଏବେ ଜୁନ୍ ଓ ଜୁଲାଇ ମାସରେ ରାଜ୍ୟରେ ବହୁ ସଂଖ୍ୟାରେ ରୋଗୀ ଏଥିରେ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛି । ତେଣୁ ରୋଗ ସଂକ୍ରମଣ ପ୍ରକ୍ରିୟାରେ ଏଭଳି ପରିବର୍ତ୍ତନ ପଛର କାରଣ କ'ଣ ତାହା ସ୍ପଷ୍ଟ ହୋଇନି । 

ଭାରିସେଲାଜୋଷ୍ଟର ଭୂତାଣୁ ଯୋଗୁଁ ହାଡ଼ଫୁଟି ହୋଇଥାଏ । ଏହା ଏକ ସଂକ୍ରାମତକ ରୋଗ ହୋଇଥିବା ବେଳେ ଏହି ଭୂତାମୁ ବେଶ୍ ପୁରୁଣା । ଆକ୍ରାନ୍ତଙ୍କ ମୁହଁ ଓ ଶରୀରରେ ଫୋଟକା ହେବା ସହ ଜ୍ୱର ଓ ଅସୁସ୍ଥତା ପ୍ରକାଶ ପାଇଥାଏ । ତେବେ କୋଭିଡ ପରବର୍ତ୍ତୀ ସମୟରେ ହାଡଫୁଟିରୁ ସୁରକ୍ଷା ପାଇଁ ଟିକା ନେିଥିବା ବ୍ୟକ୍ତିଙ୍କଠାରେ ଦ୍ୱିତୀୟ ବାର ହେବା ଦେଖିବାକୁ ମିଳୁଛି । ପ୍ରକୃତରେ ଏହାର କାରଣ କଣ ଜଣାପଡିନି । 

ଖାସ୍ କରି ଟିକା ନେଇଥିବା ପିଲା ହାଡଫୁଟିରେ ଆକ୍ରାନ୍ତ ହେବାର ଆଶଙ୍କା କମ୍ । ଯେଉଁମାନେ ବି ସଂକ୍ରମିତ ହୋଇଥାନ୍ତି, ସେମାନଙ୍କଠାରେ କମ୍ ଲକ୍ଷଣ ଦେଖିବାକୁ ମିଳିଥାଏ । ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଥିବା ଟିକାକରଣ କାର୍ଯ୍ୟକ୍ରମରେ ହାଡଫୁଟି ପାଇଁ କୌଣସି ଟିକା ଦିଆଯାଉନାହିଁ । ଏଥିପାଇଁ ଅଭିଭାବକଙ୍କୁ ବାହାର ଟିକା କିଣିବାକୁ ପଡୁଛି । ଏଥିପାଇଁ ଅଭିଭାବକମାନଙ୍କୁ ବାହାର ଟିକା କିଣି ଦେବାକୁ ପଡୁଛି । 

କ୍ୟାପିଟାଲ ହସ୍ପିଟାଲ ଶିଶୁରୋଗ ବିଶେଷଜ୍ଞଙ୍କ ମତରେ ଟିକା ନେଉଥିବା ପିଲାଙ୍କ କ୍ଷେତ୍ରରେ ଏହା ଜୀବନ ବ୍ୟାପୀ ରକ୍ଷା କବଚ ପାଲଟିଥାଏ । ମାତ୍ର ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ଟିକା ତାଲିକାରେ ଏହା ସ୍ଥାନ ପାିଇନି । ହାଡଫୁଟି ପ୍ରାୟତଃ ନଭେମ୍ୱର-ଫେବ୍ରୁୟାରୀ ମାସରେ ଦେଖିବାକୁ ମିଳିଥାଏ । ମାତ୍ର ଅନ୍ୟ ସମୟରେ ଏହା ବ୍ୟାପିବାର କାରଣ ହେଉଛି ଦେଶାନ୍ତର ବା ମାଇଗ୍ରେସନ । ବାହାର ଲୋକଙ୍କ ଯିବା ଆସିବା ଲାଗି ରହୁଥିବାରୁ ଏବେ ହାଡଫୁଟି ବ୍ୟାବିବାର କାରଣ କୌଣସି ନିର୍ଦ୍ଦିଷ୍ଟ ସମୟ ହୋଇ ରହିନାହିଁ ।