ସରକାରୀ ଭାଗିଦାରୀ କମ୍ କରିବେ ୫ ବ୍ୟାଙ୍କ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ ୧୪।୩: ଦେଶର ୫ ପବ୍ଲିକ ସେକ୍ଟର ବ୍ୟାଙ୍କରେ ସରକାରଙ୍କ ଭାଗିଦାରୀ ହ୍ରାସ ହୋଇପାରେ। ଫାଇନାନ୍ସ ସର୍ଭିସ ସେକ୍ରେଟାରୀ ବିବେକ ଯୋଶୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବ୍ୟାଙ୍କ ଅଫ ମହାରାଷ୍ଟ୍ର, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କ ସମେତ ପବ୍ଲିକ ସେକ୍ଟରର ୫ ବ୍ୟାଙ୍କ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ଙ୍କ ମିନିମମ ପବ୍ଲିକ ସେୟାର ହୋଲ୍ଡିଂସ (ଏମପିଏସ୍) ପାଳନ କରିବା ପାଇଁ ସରକାରୀ ଅଂଶର ୭୫ ପ୍ରତିଶତ କମ କରିବାକୁ ଯୋଜନା କରୁଛନ୍ତି। ଯୋଶୀ କହିଛନ୍ତି ଯେ  ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ପବ୍ଲିକ୍ ସେକ୍ଟରର ୧୨ ବ୍ୟାଙ୍କ ଏମପିଏସ୍ ମାନଦଣ୍ଡ ପାଳନ କରିଆସୁଥିଲେ। ଜାରି ଆର୍ଥିକ ବର୍ଷରେ ପବ୍ଲିକ ସେକ୍ଚରର ଆଉ ୩ ବ୍ୟାଙ୍କ ଅନୁନ୍ୟ ୨୫ ପ୍ରତିସତ ପବ୍ଲିକ ଫ୍ଲୋଟର ଅନୁପାଳନ କରିଛନ୍ତି। ବାକି ୫ଟି ବ୍ୟାଙ୍କ ଏମପିଏସ୍ ଆବଶ୍ୟକତା ପୂରଣ କରିବା ପାଇଁ ସରକାରୀ ଭାଗିଦାରୀ ହ୍ରାସ କରିବାକୁ ଯୋଜନା କରିଛନ୍ତି। ଏଣୁ ଏହି ବ୍ୟାଙ୍କମାନେ ଖୁବ୍ ଶୀଘ୍ର ସରକାରୀ ଭାଗିଦାରୀ ହ୍ରାସ କରିପାରନ୍ତି। ସେବିଙ୍କ ଏହି ନିୟମ ପାଳନ କରିବା ପାଇଁ ସରକାରୀ କ୍ଷେତ୍ରର ଏହି ବ୍ୟାଙ୍କମାନଙ୍କ ନିକଟରେ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ସମୟ ରହିଛି। ଉଲ୍ଲେଖଯୋଗ୍ୟ ଯେ ସେବିଙ୍କ ନିୟମ ଅନୁସାରେ ସମସ୍ତ ଲିଷ୍ଟେଡ କମ୍ପାନୀଙ୍କ ଲାଗି ଏମପିଏସ ମାନଦଣ୍ଡ ଅନୁନ୍ୟ ୨୫ ପ୍ରତିଶତ ପବ୍ଲିକ୍ ଫ୍ଲୋଟ ଅନିବାର୍ଯ୍ୟ। ଅର୍ଥାତ କୌଣସି କମ୍ପାନୀରେ

ସରକାରୀ ଭାଗିଦାରୀ କମ୍ କରିବେ ୫ ବ୍ୟାଙ୍କ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ ୧୪।୩: ଦେଶର ୫ ପବ୍ଲିକ ସେକ୍ଟର ବ୍ୟାଙ୍କରେ ସରକାରଙ୍କ ଭାଗିଦାରୀ ହ୍ରାସ ହୋଇପାରେ। ଫାଇନାନ୍ସ ସର୍ଭିସ ସେକ୍ରେଟାରୀ ବିବେକ ଯୋଶୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବ୍ୟାଙ୍କ ଅଫ ମହାରାଷ୍ଟ୍ର, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କ ସମେତ ପବ୍ଲିକ ସେକ୍ଟରର ୫ ବ୍ୟାଙ୍କ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ଙ୍କ ମିନିମମ ପବ୍ଲିକ ସେୟାର ହୋଲ୍ଡିଂସ (ଏମପିଏସ୍) ପାଳନ କରିବା ପାଇଁ ସରକାରୀ ଅଂଶର ୭୫ ପ୍ରତିଶତ କମ କରିବାକୁ ଯୋଜନା କରୁଛନ୍ତି। 

ଯୋଶୀ କହିଛନ୍ତି ଯେ  ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ପବ୍ଲିକ୍ ସେକ୍ଟରର ୧୨ ବ୍ୟାଙ୍କ ଏମପିଏସ୍ ମାନଦଣ୍ଡ ପାଳନ କରିଆସୁଥିଲେ। ଜାରି ଆର୍ଥିକ ବର୍ଷରେ ପବ୍ଲିକ ସେକ୍ଚରର ଆଉ ୩ ବ୍ୟାଙ୍କ ଅନୁନ୍ୟ ୨୫ ପ୍ରତିସତ ପବ୍ଲିକ ଫ୍ଲୋଟର ଅନୁପାଳନ କରିଛନ୍ତି। ବାକି ୫ଟି ବ୍ୟାଙ୍କ ଏମପିଏସ୍ ଆବଶ୍ୟକତା ପୂରଣ କରିବା ପାଇଁ ସରକାରୀ ଭାଗିଦାରୀ ହ୍ରାସ କରିବାକୁ ଯୋଜନା କରିଛନ୍ତି। ଏଣୁ ଏହି ବ୍ୟାଙ୍କମାନେ ଖୁବ୍ ଶୀଘ୍ର ସରକାରୀ ଭାଗିଦାରୀ ହ୍ରାସ କରିପାରନ୍ତି। 

ସେବିଙ୍କ ଏହି ନିୟମ ପାଳନ କରିବା ପାଇଁ ସରକାରୀ କ୍ଷେତ୍ରର ଏହି ବ୍ୟାଙ୍କମାନଙ୍କ ନିକଟରେ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ସମୟ ରହିଛି। ଉଲ୍ଲେଖଯୋଗ୍ୟ ଯେ ସେବିଙ୍କ ନିୟମ ଅନୁସାରେ ସମସ୍ତ ଲିଷ୍ଟେଡ କମ୍ପାନୀଙ୍କ ଲାଗି ଏମପିଏସ ମାନଦଣ୍ଡ ଅନୁନ୍ୟ ୨୫ ପ୍ରତିଶତ ପବ୍ଲିକ୍ ଫ୍ଲୋଟ ଅନିବାର୍ଯ୍ୟ। ଅର୍ଥାତ କୌଣସି କମ୍ପାନୀରେ ରିଟେଲର୍ସଙ୍କ ଅଂଶିଦାରୀ ୨୫ ପ୍ରତିଶତ ହେବା ଆବଶ୍ୟକ। କେତେକ ପବ୍ଲିକ୍ ସେକ୍ଟର କମ୍ପାନୀଙ୍କୁ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଏମପିଏସ୍ ରିହାତି ଦିଆଯାଇଥିଲା। ସେବିଙ୍କ ନିୟମ ଅନୁସାରେ କମ୍ପାନୀ ସୂଚୀଭୁକ୍ତ ହେବାର ୩ ବର୍ଷ ମଧ୍ୟରେ ଅନୁନ୍ୟ ୨୫ ପ୍ରତିଶତ ପବ୍ଲିକ୍ ଅଂଶିଦାରୀ ରହିବା କଥା। ଯଦି ଏପରି ନ ହୁଏ ଏହାକୁ ସେବି ନିୟମର ବିରୋଧ ବୋଲି ବିଚାର କରାଯାଏ। 

ଦେଶରେ ୧୨ଟି ପବ୍ଲିକ୍ ସେକ୍ଟର ବ୍ୟାଙ୍କ ରହିଛି। ଏଥିରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ବ୍ୟାଙ୍କ ଅଫ ଇଣ୍ଡିଆ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, କ୍ୟାନାରା ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ପଞ୍ଜାବ ଆଣ୍ଡ ସିଣ୍ଡ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ମହାରାଷ୍ଟ୍ର ରହିଛି।