ଏପ୍ରିଲ୍ ୩୦ରୁ ଭୁବନେଶ୍ୱରରେ ୱିମେନ୍ସ ବିଜନେସ୍ ମେଳା ୨.୦; ମେଳା ବୁଲିବେ, ବ୍ୟବସାୟର ମନ୍ତ୍ର ଶିଖିବେ ମହିଳା
ଭୁବନେଶ୍ବର: ଏପ୍ରିଲ ୩୦ରୁ ଭୁବନେଶ୍ବରସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବ ମହିଳା ବ୍ୟବସାୟ ମେଳା 2.0 । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ନ୍ୟାସନାଲ୍ ୱିମେନ୍ସ ଏଣ୍ଟରପ୍ରିନ୍ୟୁରସିପ୍ କାଉନସିଲ୍ ପକ୍ଷରୁ ଆୟୋଜିତ ଏହି ମେଗା କାର୍ଯ୍ୟକ୍ରମରେ ମେ ୪ ତାରିଖ ଅର୍ଥାତ ୫ ଦିନ ଧରି ଚାଲି। ମେଳାରେ ୨୦୦ରୁ ଅଧିକ ଷ୍ଟଲ୍ ସ୍ଥାପନ କରାଯିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସବୁ ଷ୍ଟଲକୁ ବ୍ରାଣ୍ଡିଂ କରାଯିବ। ଅର୍ଥାତ୍ ଷ୍ଟଲ ବାବଦରେ ସବିଶେଷ ତଥ୍ୟ ରହିବ। ଯାହା ମେଳା ବୁଲି ଆସିଥିବା ମହିଳାଙ୍କୁ ଉକ୍ତ ଷ୍ଟଲ ବିଷୟରେ ସୂଚନା ପ୍ରଦାନ କରିବ। ଏହି ମେଳାରେ କିଛି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବଛାବଛା ଉଦ୍ୟୋଗ, ଜନଜାତି ଉଦ୍ୟୋଗୀ, ଏସଏଚଜି ଗ୍ରୁପ୍ ଏବଂ ଶିଶୁ ଉଦ୍ୟୋଗୀଙ୍କୁ ସମ୍ପୂର୍ଣ୍ଣ ଭାବେ ମାଗଣା ଷ୍ଟଲ ଦିଆଯିବ। ମହିଳା ବିଜନେସ୍ ମେଳା ୨.୦ ଓଡ଼ିଶାର ଜିଲ୍ଲାଗୁଡ଼ିକରେ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ସହ ଅନ୍ତର୍ଭୁକ୍ତ ଉଦ୍ୟୋଗିତାକୁ ଆଗକୁ ନେବ ଏବଂ ସ୍ଥାୟୀ ଅର୍ଥନୈତିକ ବ୍ୟବସ୍ଥାକୁ ସୁଦୃଢ଼ କରିବ। ଆଏନ୍ଡବ୍ଲୁଇସିର ଜାତୀୟ ମହିଳା ବ୍ୟବସାୟ ମେଳା ୨.୦ରେ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍ ସେଲିବ୍ରିଟି, ଶିଳ୍ପ କ୍ଷେତ୍ରରେ ପରିଚୟ ସୃଷ୍ଟି କରିଥିବା ଅନ୍ତର୍ଜାତୀୟ ଚେହେରା ଏବଂ ପ୍ରସିଦ୍ଧ ବକ୍ତା।ଏନେଇ ମଙ୍ଗଳବାର ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇଏନଡବ୍ଲୁଇସି ଆ
ଭୁବନେଶ୍ବର: ଏପ୍ରିଲ ୩୦ରୁ ଭୁବନେଶ୍ବରସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବ ମହିଳା ବ୍ୟବସାୟ ମେଳା 2.0 । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ନ୍ୟାସନାଲ୍ ୱିମେନ୍ସ ଏଣ୍ଟରପ୍ରିନ୍ୟୁରସିପ୍ କାଉନସିଲ୍ ପକ୍ଷରୁ ଆୟୋଜିତ ଏହି ମେଗା କାର୍ଯ୍ୟକ୍ରମରେ ମେ ୪ ତାରିଖ ଅର୍ଥାତ ୫ ଦିନ ଧରି ଚାଲି। ମେଳାରେ ୨୦୦ରୁ ଅଧିକ ଷ୍ଟଲ୍ ସ୍ଥାପନ କରାଯିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସବୁ ଷ୍ଟଲକୁ ବ୍ରାଣ୍ଡିଂ କରାଯିବ। ଅର୍ଥାତ୍ ଷ୍ଟଲ ବାବଦରେ ସବିଶେଷ ତଥ୍ୟ ରହିବ। ଯାହା ମେଳା ବୁଲି ଆସିଥିବା ମହିଳାଙ୍କୁ ଉକ୍ତ ଷ୍ଟଲ ବିଷୟରେ ସୂଚନା ପ୍ରଦାନ କରିବ।
ଏହି ମେଳାରେ କିଛି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବଛାବଛା ଉଦ୍ୟୋଗ, ଜନଜାତି ଉଦ୍ୟୋଗୀ, ଏସଏଚଜି ଗ୍ରୁପ୍ ଏବଂ ଶିଶୁ ଉଦ୍ୟୋଗୀଙ୍କୁ ସମ୍ପୂର୍ଣ୍ଣ ଭାବେ ମାଗଣା ଷ୍ଟଲ ଦିଆଯିବ। ମହିଳା ବିଜନେସ୍ ମେଳା ୨.୦ ଓଡ଼ିଶାର ଜିଲ୍ଲାଗୁଡ଼ିକରେ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ସହ ଅନ୍ତର୍ଭୁକ୍ତ ଉଦ୍ୟୋଗିତାକୁ ଆଗକୁ ନେବ ଏବଂ ସ୍ଥାୟୀ ଅର୍ଥନୈତିକ ବ୍ୟବସ୍ଥାକୁ ସୁଦୃଢ଼ କରିବ। ଆଏନ୍ଡବ୍ଲୁଇସିର ଜାତୀୟ ମହିଳା ବ୍ୟବସାୟ ମେଳା ୨.୦ରେ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍ ସେଲିବ୍ରିଟି, ଶିଳ୍ପ କ୍ଷେତ୍ରରେ ପରିଚୟ ସୃଷ୍ଟି କରିଥିବା ଅନ୍ତର୍ଜାତୀୟ ଚେହେରା ଏବଂ ପ୍ରସିଦ୍ଧ ବକ୍ତା।
ଏନେଇ ମଙ୍ଗଳବାର ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇଏନଡବ୍ଲୁଇସି ଆବାହକ ପ୍ରୀତି ପଲ୍ଲବୀ ପଟ୍ଟନାୟକ। ସାମ୍ବାଦିକ ସମ୍ମିଳନୀରେ ଆବାହକ ସ୍ବାତୀ କେଜ୍ରିଓ୍ବାଲ, ସୁମାଦେବୀ ଦାସ, ଆଇସିସି ଚେୟାରମ୍ୟାନ ରାଜୀବ ସାହୁ, ଉପାଧ୍ୟକ୍ଷ ନୀଳାଞ୍ଜନା ମୁଖାର୍ଜୀ, ଏମଏସଏମଇ ବିଭାଗ ସ୍ବତନ୍ତ୍ର ସଚିବ ଶୁଭେନ୍ଦ୍ର କୁମାର ନାୟକ ଉପସ୍ଥିତ ଥିଲେ।