ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟରେ ମାଡିଲା ଜଣ୍ଡିସ୍, ସ୍ୱାସ୍ଥ୍ୟ ପରୀକ୍ଷା କଲେ କର୍ତ୍ତୃପକ୍ଷ

କେନ୍ଦୁଝର ୨୦/୦୪: କେନ୍ଦୁଝର ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟରେ କିଛି ଛାତ୍ର ଜଣ୍ଡିସରେ ଆକ୍ରାନ୍ତ । ଛାତ୍ରାବାସରେ ବ୍ୟାପିଛି ଜଣ୍ଡିସ । ଏଠାରେ ୨୮ଜଣ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ହଷ୍ଟେଲରେ ପହଞ୍ଚି ୧୨ ଜଣ ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି ମେଡିକାଲ ଟିମ୍ ।ପାଣି ନମୁନା ସଂଗ୍ରହ କରି ପରିସ୍ଥିତି ଉପରେ ନଜର ରଖାଯାଇଥିବା କହିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂଚନା ଅନୁଯାୟୀ ଶୁକ୍ରବାର କଲେଜ କର୍ତ୍ତୃପକ୍ଷ ଏକ ଛାତ୍ରାବାସର ୨୮ ଜଣ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ । ସଙ୍ଗେ ସଙ୍ଗେ ଏକ ମେଡ଼ିକାଲ ଟିମ୍ ପଠାଯାଇଥିଲା । କିନ୍ତୁ ସେଥିମଧ୍ୟରୁ ୧୬ ଜଣ ଛାତ୍ର ଘରକୁ ପଳାଇଥିବା ବେଳେ ୧୨ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ପରୀକ୍ଷା କରାଯିବା ପରେ ସେମାନଙ୍କୁ ଜଣ୍ଡିସ ହୋଇଥିବା ଜଣାପଡିବା ପରେ ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା କରାଯାଇଛି । ହଷ୍ଟେଲର ପାଣି ନମୁନା ଅଣାଯାଇ ପରୀକ୍ଷା ପାଇଁ ପଠାଯାଇଛି । ବର୍ତ୍ତମାନ ସ୍ଥିତି ନୟନ୍ତ୍ରଣାଧିନ ଅଛି । 

ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟରେ ମାଡିଲା ଜଣ୍ଡିସ୍, ସ୍ୱାସ୍ଥ୍ୟ ପରୀକ୍ଷା କଲେ କର୍ତ୍ତୃପକ୍ଷ

କେନ୍ଦୁଝର ୨୦/୦୪: କେନ୍ଦୁଝର ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟରେ କିଛି ଛାତ୍ର ଜଣ୍ଡିସରେ ଆକ୍ରାନ୍ତ । ଛାତ୍ରାବାସରେ ବ୍ୟାପିଛି ଜଣ୍ଡିସ । ଏଠାରେ ୨୮ଜଣ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ହଷ୍ଟେଲରେ ପହଞ୍ଚି ୧୨ ଜଣ ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି ମେଡିକାଲ ଟିମ୍ ।

ପାଣି ନମୁନା ସଂଗ୍ରହ କରି ପରିସ୍ଥିତି ଉପରେ ନଜର ରଖାଯାଇଥିବା କହିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂଚନା ଅନୁଯାୟୀ ଶୁକ୍ରବାର କଲେଜ କର୍ତ୍ତୃପକ୍ଷ ଏକ ଛାତ୍ରାବାସର ୨୮ ଜଣ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ । ସଙ୍ଗେ ସଙ୍ଗେ ଏକ ମେଡ଼ିକାଲ ଟିମ୍ ପଠାଯାଇଥିଲା । 

କିନ୍ତୁ ସେଥିମଧ୍ୟରୁ ୧୬ ଜଣ ଛାତ୍ର ଘରକୁ ପଳାଇଥିବା ବେଳେ ୧୨ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ପରୀକ୍ଷା କରାଯିବା ପରେ ସେମାନଙ୍କୁ ଜଣ୍ଡିସ ହୋଇଥିବା ଜଣାପଡିବା ପରେ ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା କରାଯାଇଛି । ହଷ୍ଟେଲର ପାଣି ନମୁନା ଅଣାଯାଇ ପରୀକ୍ଷା ପାଇଁ ପଠାଯାଇଛି । ବର୍ତ୍ତମାନ ସ୍ଥିତି ନୟନ୍ତ୍ରଣାଧିନ ଅଛି ।