ସରକାରୀ ଯୋଜନା ସହାୟତା ନାଁରେ ମିଛ ପ୍ରଚାର…ବିଧାୟକଙ୍କ ଆଗରେ ୱାର୍ଡସଭ୍ୟ ଓ ପୂର୍ବତନ ସରପଞ୍ଚ ପିଟାପିଟି

କଥା କଟାକଟିରୁ ଉପୁଜିଥିଲା ମୁହାଁମୁହିଁ ପରିସ୍ଥିତି। ପୂର୍ବତନ ସରପଞ୍ଚ ସାଗରିକା ସେଠୀ ୱାର୍ଡସଭ୍ୟ ଗୌରାଙ୍ଗକୁ ଚପଲରେ ପିଟିଥିଲେ। ପୂର୍ବତନ ସରପଞ୍ଚ ଏବଂ ୱାର୍ଡସଭ୍ୟ ଉଭୟ ମରାମରି ହୋଇଥିଲେ।

ସରକାରୀ ଯୋଜନା ସହାୟତା ନାଁରେ ମିଛ ପ୍ରଚାର…ବିଧାୟକଙ୍କ ଆଗରେ ୱାର୍ଡସଭ୍ୟ ଓ ପୂର୍ବତନ ସରପଞ୍ଚ ପିଟାପିଟି

ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତସ୍ତରୀୟ ସଚେତନନା କାର୍ଯ୍ୟକ୍ରମ ସରକାରୀ ଯୋଜନାର ସହାୟତା ପାଇଥିବା ମିଛ ପ୍ରଚାରକୁ ନେଇ ତୁମୁଳକାଣ୍ଡ। ପୂର୍ବତନ ସରପଞ୍ଚ ଏବଂ ବର୍ତ୍ତମାନର ୱାର୍ଡସଭ୍ୟଙ୍କ ମଧ୍ୟରେ ମାରପିଟ ଗଣ୍ଡଗୋଳ। ଭଦ୍ରକ ବାସୁଦେବପୁର ବ୍ଲକ ଆର୍ତ୍ତୁଂ ପଞ୍ଚାୟତରେ ଘଟିଛି ଏଭଳି କାଣ୍ଡ। ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇଥିବା କାର୍ଯ୍ୟକ୍ରମରେ ଘଟିଛି ଏଭଳି ଅଘଟଣ।

ପଞ୍ଚାୟତର ୱାର୍ଡସଭ୍ୟ ଗୌରାଙ୍ଗ ବେହେରା ସିଧାସଳଖ ପ୍ରଶ୍ନ କରିବା ସହ କହିଥିଲେ, ତାଙ୍କ ନାଁରେ କାଳିଆ ଯୋଜନାରେ ବାର୍ଷିକ ମାତ୍ର ୮ ହଜାର ପାଉଥିବାବେଳେ ସେ ଜଣେ କ୍ଷୁଦ୍ର ଚାଷୀ। ଏବଂ କାଳିଆ ଯୋଜନାରେ ବାର୍ଷିକ ୨୫ହଜାର ଟଙ୍କା ପାଇଥିବା ବହିରେ ଉଲ୍ଲେଖ କରାଯାଇଛି। ସେହିପରି ଗୌରାଙ୍ଗଙ୍କ ପତ୍ନୀ ଉର୍ମିଳା ବେହେରା କୌଣସି ରୋଗରେ ପୀଡିତ ନଥିଲେ ବି ବିଏସକେୱାଇ କାର୍ଡରେ ଭଦ୍ରକ ହସପିଟାଲରେ ମାଗଣା ଅପରେସନ କରାଯାଇଥିବା ପୁସ୍ତିକାରେ ଦର୍ଶାଯାଇଛି।

ଏହାକୁ ନେଇ ସଚେତନତା ସଭାରେ ପ୍ରଶ୍ନ କରିବାରୁ ବିଜେଡି କର୍ମୀ ଗୌତମ ସେଠୀ ଏବଂ ଗୌରାଙ୍ଗ ବେହେରାଙ୍କ ମଧ୍ୟରେ କଥାକଟି ହୋଇଥିଲା। ସେହି କଥା କଟାକଟିରୁ ଉପୁଜିଥିଲା ମୁହାଁମୁହିଁ ପରିସ୍ଥିତି। ଏହି ସମୟରେ ପୂର୍ବତନ ସରପଞ୍ଚ ସାଗରିକା ସେଠୀ ଚପଲରେ ୱାର୍ଡସଭ୍ୟ ଗୌରାଙ୍ଗକୁ ପିଟିଥିଲେ। ପୂର୍ବତନ ସରପଞ୍ଚ ଏବଂ ୱାର୍ଡ ସଭ୍ୟ ଉଭୟ ମାଡ ମରାମରି ହୋଇଥିଲେ।