ସରକାରୀ ଯୋଜନାର ବାସ୍ତବ ଚିତ୍ର, ଝାଟିମାଟି ଘରେ ବିତୁଛି ଜୀବନ

ସରକାରୀ ଯୋଜନା ପାଲଟିଛି ସାତ ସପନ । ଝାଟିମାଟି ଘରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି ଗୌରି ମାଉସୀ।

ସରକାରୀ ଯୋଜନାର ବାସ୍ତବ ଚିତ୍ର, ଝାଟିମାଟି ଘରେ ବିତୁଛି ଜୀବନ

ପୁଅ ନାହିଁ କି ଝିଅ ନାହିଁ। ତାଙ୍କ ପାଖରେ କିଛି ନାହିଁ, କେହିବି ନାହାଁନ୍ତି। ଜୀବନ ନଉକାରେ ଏକମାତ୍ର ଯାତ୍ରୀ। ବୟସ 70 ଟପିଲାଣି। ସମ୍ବଳ କହିଲେ, ଭଙ୍ଗା ଦଦରା ଘର ଆଉ କେଇ ଖଣ୍ଡ ଶାଢୀ। ନିରାଶ୍ରୟ, ଅସହାୟ ବୁଢୀ ମାଉସୀର କୋହଭରା କ୍ଷୋଭ ଶୁଣିଲେ ଆପଣ ବି ନିଜକୁ ଧିକ୍କାର କରିବେ। ଝାଟିମାଟି ଘର, ଉପରେ ପାଲ ଛପର ହୋଇଛି, ରାତି ଅନ୍ଧାରରେ ଆଲୁଅ ତାପାଇଁ ସାତ ସପନ, ଖାଇବା କଥା କିଏ ପଚାରେ। ସାହି ଲୋକ ଯିଏ ଯେତେବଳେ ଯାହା ଦିଅନ୍ତି ତାକୁ ଖାଇ ବଞ୍ଚି ଯାଆନ୍ତି। ଏହି ଦୃଶ୍ୟ ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ ଦେଖିବାକୁ ମିଳିଛି। ଦେଖନ୍ତୁ ପୂରା ରିପୋର୍ଟ।