ସରକାରୀ ଯୋଜନାରୁ ବଞ୍ଚିତ୍ତ ବାଳବତୀ
ପରଜଙ୍ଗ, ୩।୧୧ (ନିଗମାନନ୍ଦ ଦଳବେହେରା): ଦେଶ ସ୍ବାଧୀନତାର ୭୭ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଅଧିକାଂଶ ପରିବାର ଦୁଃଖ ଦୁର୍ଦ୍ଦଶାରେ ଜୀବନ ଅତିବାହିତ କରୁଛନ୍ତି । ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପିତିରି ପଞ୍ଚାୟତ ପଡିଆଭଙ୍ଗା ଗ୍ରାମରେ। ଏହି ଗ୍ରାମରେ ୮୪ ବର୍ଷ ବୟସ୍କା ବାଳବତୀ ବିଶ୍ୱାଳ ରହୁଛନ୍ତି, ଯାହାକୁ ଦେଖିଲେ ସମସ୍ତେ ଧୈର୍ଯ୍ୟହରା ହୋଇଯିବେ। ଜୀବନର ଶେଷ ସମୟରେ ସାହା ଭରସା ସାଜିଛି ନବନିର୍ମିତ ଗୋଷ୍ଠୀକେନ୍ଦ୍ରର […] The post ସରକାରୀ ଯୋଜନାରୁ ବଞ୍ଚିତ୍ତ ବାଳବତୀ appeared first on Dharitri Odia News.
ପରଜଙ୍ଗ, ୩।୧୧ (ନିଗମାନନ୍ଦ ଦଳବେହେରା): ଦେଶ ସ୍ବାଧୀନତାର ୭୭ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଅଧିକାଂଶ ପରିବାର ଦୁଃଖ ଦୁର୍ଦ୍ଦଶାରେ ଜୀବନ ଅତିବାହିତ କରୁଛନ୍ତି । ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପିତିରି ପଞ୍ଚାୟତ ପଡିଆଭଙ୍ଗା ଗ୍ରାମରେ। ଏହି ଗ୍ରାମରେ ୮୪ ବର୍ଷ ବୟସ୍କା ବାଳବତୀ ବିଶ୍ୱାଳ ରହୁଛନ୍ତି, ଯାହାକୁ ଦେଖିଲେ ସମସ୍ତେ ଧୈର୍ଯ୍ୟହରା ହୋଇଯିବେ। ଜୀବନର ଶେଷ ସମୟରେ ସାହା ଭରସା ସାଜିଛି ନବନିର୍ମିତ ଗୋଷ୍ଠୀକେନ୍ଦ୍ରର କାନ୍ଥ, ଯେଉଁ ଗୋଷ୍ଠୀକେନ୍ଦ୍ର ନିର୍ମାଣର ବିଲ୍ ଆଜିଯାଏଁ ଠିକାଦାର ପାଇନାହାନ୍ତି। ସେହି ଗୋଷ୍ଠୀକେନ୍ଦ୍ରର କାନ୍ଥରେ କାଠଡେରି ବରଡ଼ା ଥାପି ୨ ବର୍ଷ ହେଲା ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି ବାଳବତୀ। ବୟସ ୮୪ ହୋଇଯାଇଥିଲେ ବି ସରକାର ଦେଉଥିବା ଭତ୍ତା ୩ ହଜାର ଟଙ୍କାରୁ ପାଉଛନ୍ତି ମାତ୍ର ୧ ହଜାର ଟଙ୍କା। ଆବାସ ଯୋଜନାରେ ନାମ ଥାଇ ଦିଆଯାଉନାହିଁ କାହିଁକି ଘର ଟିଏ, ତାହା ବି ଆଜି ପ୍ରଶ୍ନବାଚୀ ହୋଇରହିଛି। କିଛିଦିନ ତଳେ ଘଟିଯାଇଥିବା ବାତ୍ୟା ‘ଦାନା’ରେ ବି ଦାନା ମୁଠାଏ ବାଳବତୀକୁ ଦେଇପାରିଲାନି ପ୍ରଶାସନ। ତେବେ ବୁଦ୍ଧିଜୀବୀଙ୍କ ଗୋଟିଏ ପ୍ରଶ୍ନ ମୈଳିକ ସୁବିଧାରୁ ବଞ୍ଚିତ ବାଳବତୀର ଏ ଅବସ୍ଥା ପାଇଁ ଦାୟୀ କିଏ? ୨୪ ବର୍ଷ ଶାସନ କରିଯାଇଥିବା ବିଜେଡି ସରକାର ନା ଓଡ଼ିଶାରେ ବର୍ତ୍ତମାନ ଶାସନ ଥିବା ଭାଜପା ସରକାର? ଏ ବିଷୟରେ ବିଡ଼ିଓ ସଞ୍ଜୟ କୁମାର ପଣ୍ଡା କହିଛନ୍ତି, ୩୦୦୦ ଟଙ୍କା ଭତ୍ତା ପାଇଁ ନିର୍ଦ୍ଦେଶ ଆସିନାହିଁ, ତେବେ ପିଇଓଙ୍କୁ କହିବି ଭୋଟର ଲିଷ୍ଟ ଦେଲେ ସେଥିରେ ୮୦ ବର୍ଷରୁ ଉର୍ଦ୍ଧ ହୋଇଥିଲେ ୧୨୦୦ ଟଙ୍କା ଦିଆଯିବ। ତା’ ସହିତ ଘର ଟାର୍ଗେଟ ଆସିଲେ ଦିଆଯିବ ବୋଲି କହିଛନ୍ତି।
The post ସରକାରୀ ଯୋଜନାରୁ ବଞ୍ଚିତ୍ତ ବାଳବତୀ appeared first on Dharitri Odia News.