ସରକାର୍ କେ ମାଲ୍, ଦରିଆ ମେ ଡାଲ୍
ସରକାର୍ କେ ମାଲ୍, ଦରିଆ ମେ ଡାଲ୍। କିଛି ଏଭଳି ସ୍ଥିତି ଦେଖିବାକୁ ମିଳିଛି ଭଦ୍ରକ ସହର ବାଙ୍କସାହି ୟୁପି ସ୍କୁଲରେ। ପୂର୍ବ ସରକାର ଆରମ୍ଭ କରିଥିବା ଖୁସି ଯୋଜନାରେ ଶହ ଶହ ସାନିଟାରୀ ନାପକିନ୍ ପ୍ୟାକେଟ୍ ସ୍କୁଲକୁ ଆସି, ପଡ଼ି ପଡ଼ି ନଷ୍ଟ ହୋଇଯାଇଥିବା ଏବଂ ଏଣେତେଣେ ବିଛାଡ଼ି ହୋଇପଡ଼ିଥିବା ଦେଖିବାକୁ ମିଳିଛି ।