ସରଣ୍ଡା ଜଙ୍ଗଲରୁ ପୁଣି ମିଳିଲା ୭୦୦ କେଜିର ବିସ୍ପୋରକ, ଏବେ ବି ଚାଲିଛି ସର୍ଚ୍ଚ ଅପରେସନ

ବଣାଇ ୦୪।୦୬ : ସରଣ୍ଡା ଜଙ୍ଗଲରୁ ପୁଣି ମିଳିଲା ବିସ୍ପୋରକ । ସୁନ୍ଦରଗଡ଼ ସରଣ୍ଡା ଜଙ୍ଗଲରୁ ୭୦୦ କେଜିର ବିସ୍ଫୋରକ  ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା ବାହିନୀ । ସର୍ଚ୍ଚ ଅପରେସନ ବେଳେ ଏହି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।ଏବେବି ସୁରକ୍ଷା କର୍ମୀଙ୍କ ପକ୍ଷରୁ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ସେହିପରି ମଙ୍ଗଳବାର କେନ୍ଦୁଝର ଜିଲ୍ଲାର ୧୦ଟି ଥାନା ଅଞ୍ଚଳରେ ୨୫ଟି ସ୍ଥାନରେ ଥିବା ୩୪ଟି ବିସ୍ଫୋରକ ଗୋଦାମରେ ଘନ ଘନ ଚଢ଼ାଉ କରି ଯାଞ୍ଚ କରୁଛି । ପ୍ରାଥମିକ ତଦନ୍ତରୁ ୪ଟି ଗୋଦାମ ବନ୍ଦ ଥିବା ଏସ୍‌ପି ସୂଚନା ଦେଇଛନ୍ତି । ଏହାସହ ଜିଲ୍ଲାର ସମସ୍ତ ବିସ୍ଫୋରକ ଗୋଦାମର ମାଲିକଙ୍କୁ ନେଇ ପୋଲିସ ପକ୍ଷରୁ ଏକ ସଚେତନତା ବୈଠକ ଅନୁଷ୍ଠିତ କରିବାକୁ ଯାଉଛି । ଏହାପରେ ଯେଉଁମାନେ ନିୟମର ଖିଲାପ କରିବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦୁଝର ଏସ୍‌ପି ସୂଚନା ଦେଇଛନ୍ତି l

ସରଣ୍ଡା ଜଙ୍ଗଲରୁ ପୁଣି ମିଳିଲା ୭୦୦ କେଜିର ବିସ୍ପୋରକ, ଏବେ ବି ଚାଲିଛି ସର୍ଚ୍ଚ ଅପରେସନ

ବଣାଇ ୦୪।୦୬ : ସରଣ୍ଡା ଜଙ୍ଗଲରୁ ପୁଣି ମିଳିଲା ବିସ୍ପୋରକ । ସୁନ୍ଦରଗଡ଼ ସରଣ୍ଡା ଜଙ୍ଗଲରୁ ୭୦୦ କେଜିର ବିସ୍ଫୋରକ  ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା ବାହିନୀ । ସର୍ଚ୍ଚ ଅପରେସନ ବେଳେ ଏହି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।ଏବେବି ସୁରକ୍ଷା କର୍ମୀଙ୍କ ପକ୍ଷରୁ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । 

ସେହିପରି ମଙ୍ଗଳବାର କେନ୍ଦୁଝର ଜିଲ୍ଲାର ୧୦ଟି ଥାନା ଅଞ୍ଚଳରେ ୨୫ଟି ସ୍ଥାନରେ ଥିବା ୩୪ଟି ବିସ୍ଫୋରକ ଗୋଦାମରେ ଘନ ଘନ ଚଢ଼ାଉ କରି ଯାଞ୍ଚ କରୁଛି । ପ୍ରାଥମିକ ତଦନ୍ତରୁ ୪ଟି ଗୋଦାମ ବନ୍ଦ ଥିବା ଏସ୍‌ପି ସୂଚନା ଦେଇଛନ୍ତି । ଏହାସହ ଜିଲ୍ଲାର ସମସ୍ତ ବିସ୍ଫୋରକ ଗୋଦାମର ମାଲିକଙ୍କୁ ନେଇ ପୋଲିସ ପକ୍ଷରୁ ଏକ ସଚେତନତା ବୈଠକ ଅନୁଷ୍ଠିତ କରିବାକୁ ଯାଉଛି । ଏହାପରେ ଯେଉଁମାନେ ନିୟମର ଖିଲାପ କରିବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦୁଝର ଏସ୍‌ପି ସୂଚନା ଦେଇଛନ୍ତି l