ସରପଞ୍ଚଙ୍କ ପାଇଁ ବଡ଼ ଖବର : ଏଣିକି ଦୁର୍ନୀତି ଅଭିଯୋଗ ଆସିଲେ ଆଉ କ୍ଷମା…

ଭୁବନେଶ୍ୱର,୧୦।୯: ବିଧାନସଭା ଚାଲିଥିବା ବେଳେ ବିଧାୟକ ପ୍ରଶାନ୍ତ ବେହେରା ପ୍ରଶ୍ନ କରିଥିଲେ ରାଜ୍ୟର କେତେଜଣ ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିବାବେଳେ ତାହାର ତଦନ୍ତ ହୋଇ, କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହାର ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଲିଖିତ ଉତ୍ତର ରଖିଥିଲେ ।  ଲିଖିତ ଉତ୍ତରରେ କୌଣସି ପଞ୍ଚାୟତରୁ ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ ତାଙ୍କୁ କ୍ଷମା ନାହିଁ ବୋଲି ମନ୍ତ୍ରୀ ରବି ନାୟକ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, କୌଣସି ସରପଞ୍ଚଙ୍କ […] The post  ସରପଞ୍ଚଙ୍କ ପାଇଁ ବଡ଼ ଖବର : ଏଣିକି ଦୁର୍ନୀତି ଅଭିଯୋଗ ଆସିଲେ ଆଉ କ୍ଷମା… appeared first on Dharitri Odia News.

 ସରପଞ୍ଚଙ୍କ ପାଇଁ ବଡ଼ ଖବର : ଏଣିକି ଦୁର୍ନୀତି ଅଭିଯୋଗ ଆସିଲେ ଆଉ କ୍ଷମା…
ଭୁବନେଶ୍ୱର,୧୦।୯: ବିଧାନସଭା ଚାଲିଥିବା ବେଳେ ବିଧାୟକ ପ୍ରଶାନ୍ତ ବେହେରା ପ୍ରଶ୍ନ କରିଥିଲେ ରାଜ୍ୟର କେତେଜଣ ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିବାବେଳେ ତାହାର ତଦନ୍ତ ହୋଇ, କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଏହାର ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଲିଖିତ ଉତ୍ତର ରଖିଥିଲେ ।
 ଲିଖିତ ଉତ୍ତରରେ କୌଣସି ପଞ୍ଚାୟତରୁ ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ ତାଙ୍କୁ କ୍ଷମା ନାହିଁ ବୋଲି ମନ୍ତ୍ରୀ ରବି ନାୟକ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, କୌଣସି ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪, ଧାରା ୧୧୫ ଅନୁସାରେ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ଏହାସହ ଉକ୍ତ ସରପଞ୍ଚଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯିବାର ବ୍ୟବସ୍ଥା ରହିଛି । ଏହି ଆଧାରରେ ଗତ ୫ ବର୍ଷରେ ୮୧ ଜଣ ସରପଞ୍ଚଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

The post  ସରପଞ୍ଚଙ୍କ ପାଇଁ ବଡ଼ ଖବର : ଏଣିକି ଦୁର୍ନୀତି ଅଭିଯୋଗ ଆସିଲେ ଆଉ କ୍ଷମା… appeared first on Dharitri Odia News.