ସରପଞ୍ଚଙ୍କୁ ବାଦ୍ ଦେଇ ପିଇଓ ପାଳିଲେ ସ୍ବଚ୍ଛତା ପକ୍ଷ, ତେଜୁଛି ବିବାଦ
ପାଟଣା,୬ା୪(ବୀରକିଶୋର ଦାଶ): ରାଜ୍ୟ ସରକାର ଏପ୍ରିଲ ୧ରୁ ୧୪ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରୁଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ରଘୁନାଥଜୀଉ ମଠ ନିକଟରେ ରବିବାର ସକାଳୁ ପାଟଣା ବ୍ଲକ ପ୍ରଶାସନ ପକ୍ଷରୁ ସ୍ବଚ୍ଛତା ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଆଖିଳ ଚନ୍ଦ୍ର ନାୟକ, ସ୍ଥାନୀୟ ସରପଞ୍ଚ ସୁଧାଂଶୁ ନାଏକ, ସମିତି ସଭ୍ୟ ଅବନୀ ନାଏକ ପାଟଣା ବ୍ଲକ ବିଡିଓ ମାନସ କୁମାର ଦଣ୍ଡପାଟ, ସାମାଜିକ […] The post ସରପଞ୍ଚଙ୍କୁ ବାଦ୍ ଦେଇ ପିଇଓ ପାଳିଲେ ସ୍ବଚ୍ଛତା ପକ୍ଷ, ତେଜୁଛି ବିବାଦ appeared first on Dharitri Odia News.
ପାଟଣା,୬ା୪(ବୀରକିଶୋର ଦାଶ): ରାଜ୍ୟ ସରକାର ଏପ୍ରିଲ ୧ରୁ ୧୪ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରୁଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ରଘୁନାଥଜୀଉ ମଠ ନିକଟରେ ରବିବାର ସକାଳୁ ପାଟଣା ବ୍ଲକ ପ୍ରଶାସନ ପକ୍ଷରୁ ସ୍ବଚ୍ଛତା ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଆଖିଳ ଚନ୍ଦ୍ର ନାୟକ, ସ୍ଥାନୀୟ ସରପଞ୍ଚ ସୁଧାଂଶୁ ନାଏକ, ସମିତି ସଭ୍ୟ ଅବନୀ ନାଏକ ପାଟଣା ବ୍ଲକ ବିଡିଓ ମାନସ କୁମାର ଦଣ୍ଡପାଟ, ସାମାଜିକ କର୍ମୀ ଅକ୍ଷୟ ନାରାୟଣ ମିଶ୍ର,ପ୍ରଦୀପ ପାଣି, ଆର୍ସି ଏମ୍ଡି ଜମାଲୁଦ୍ଦିନ ଖାଁ ଏପି ଓ ଦୀପକ କୁମାର ବେହେରା, ଯନ୍ତ୍ରୀ ମନୋଜ କୁମାର ପଣ୍ଡା ଖିଲାରାମ ମୁର୍ମୁ, ବିପିସି ସୁରେନ୍ଦ୍ରନାଥ ଖଣ୍ଡା,ପିଇଓ ଲଲାଟେନ୍ଦୁ ବିଦ୍ୟାଧର ମହାନ୍ତ, ଭାଜପା ନେତା ରଜନୀ କାନ୍ତ ମିଶ୍ର, ମୃତ୍ୟୁଞ୍ଜୟ ପାଣି, ହୃଷୀ ସାହୁ ପ୍ରମୁଖ ଯୋଗ ଦେଇ ସଫେଇ କାର୍ଯ୍ୟ କରିଥିବା ଏମ୍ବି କେ, ସିଆର୍ପି, ଓ୍ବାର୍ଡମେମ୍ବର ଓଗ୍ରାମ ବାସୀ ଯୋଗ ଦେଇଥିଲେ।
ସେହିଭଳି ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ସ୍ବାମ୍ ସୋମେଶ୍ୱର ଶିବ ମନ୍ଦିର ପରିସର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ମାନସ କୁମାର ଦଣ୍ଡପାଟ, ପିଇଓ ତପନ ମହାନ୍ତ, ଭାଜପା ନେତା ସୁବ୍ରତ କୁମାର ଦ୍ୱିବେଦୀ, ନେତ୍ରୀ ସୋମବାରୀ ମୁଣ୍ଡା ପ୍ରମୁଖ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ବିନତି ବନାରାଙ୍କୁ କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନ ଥିଲା। ଏନେଇ ଶ୍ରୀମତୀ ବାନାରାଙ୍କୁ ପଚାରିବାରୁ ପିଇଓ ମୋ’ ଅଜ୍ଞାତରେ ମନମୁଖୀ ଭାବେ କାର୍ଯ୍ୟକ୍ରମ କରିଛନ୍ତି। ମୋ’ ସହ କୌଣସି ପରାମର୍ଶ କରିନାହାନ୍ତି। କାର୍ଯ୍ୟକ୍ରମ ସ୍ଥଳୀରୁ ଶେଷ ମୁହୂର୍ତ୍ତରେ ମୋତେ ଫୋନ୍ ଯୋଗେ ଜଣାଇଥିଲେ।
The post ସରପଞ୍ଚଙ୍କୁ ବାଦ୍ ଦେଇ ପିଇଓ ପାଳିଲେ ସ୍ବଚ୍ଛତା ପକ୍ଷ, ତେଜୁଛି ବିବାଦ appeared first on Dharitri Odia News.