ସରପଞ୍ଚଙ୍କୁ ମାଡ଼ ମାରି ସର୍ଟ ଚିରିବା ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି
ବୁଗୁଡ଼ା:୧୧।୧୧(କାଳିଚରଣଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ମୋଟାବାଡି ପଞ୍ଚାୟତର ସରପଞ୍ଚ ତଥା ସରପଞ୍ଚ ସଂଘର କୋଷାଧକ୍ଷ ପିଣ୍ଟୁ କୁମାର ସେଠୀଙ୍କୁ ରବିବାର ଦୀପକ ରାଉତ ନାମକ ଜନୈକ ଯୁବକ ଦ୍ବାରା ମରଣାନ୍ତକ ଆକ୍ରମଣ ହୋଇଥିଲେ। ସରପଞ୍ଚ ପିଣ୍ଟୁ ବୁଗୁଡା ମେଡିକାଲରେ ଚିକିତ୍ସିତ ହେବା ସହ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ କେସ ନଂ ୫୨୧/୨୪ରେ ଏକ ମାମଲା ରୁଜୁ କରିଥିଲା। ତେବେ ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ […] The post ସରପଞ୍ଚଙ୍କୁ ମାଡ଼ ମାରି ସର୍ଟ ଚିରିବା ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି appeared first on Dharitri Odia News.
ବୁଗୁଡ଼ା:୧୧।୧୧(କାଳିଚରଣଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ମୋଟାବାଡି ପଞ୍ଚାୟତର ସରପଞ୍ଚ ତଥା ସରପଞ୍ଚ ସଂଘର କୋଷାଧକ୍ଷ ପିଣ୍ଟୁ କୁମାର ସେଠୀଙ୍କୁ ରବିବାର ଦୀପକ ରାଉତ ନାମକ ଜନୈକ ଯୁବକ ଦ୍ବାରା ମରଣାନ୍ତକ ଆକ୍ରମଣ ହୋଇଥିଲେ। ସରପଞ୍ଚ ପିଣ୍ଟୁ ବୁଗୁଡା ମେଡିକାଲରେ ଚିକିତ୍ସିତ ହେବା ସହ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ କେସ ନଂ ୫୨୧/୨୪ରେ ଏକ ମାମଲା ରୁଜୁ କରିଥିଲା। ତେବେ ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ନ ଥିବା ହେତୁ ସୋମବାର ବୁଗୁଡା ବ୍ଳକ ସରପଞ୍ଚ ସଂଘ ପକ୍ଷରୁ ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏକ ଦାବିପତ୍ର ପୋଲିସକୁ ପ୍ରଦାନ କରାଯାଇଛି। ପ୍ରକାଶ,ଯେ, ରବିବାର ସରପଞ୍ଚ ପିଣ୍ଟୁ ମୋଟାବାଡି-ନାଗିରି ରାସ୍ତାରେ ଥିବା ଝାଞ୍ଜିରୀ ଗାଡ଼ିଆ ନିକଟରେ ରହି କାମ ନିରୀକ୍ଷଣ କରୁଥିବା ବେଳେ ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ହଠାତ ଦୀପକ ରାଉତ ନାମକ ଯୁବକ ତାଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲା। ଏଥିରେ ସରପଞ୍ଚଙ୍କ ସର୍ଟ ଚିରି ଯିବା ସହ ମୁହଁ, ଡାହାଣ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା । ଏ ନେଇ ଅଭିଯୋଗ ପରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରି ନଥିବାରୁ ସୋମବାର ସରପଞ୍ଚ ସଂଘର ସଭାପତି ରାଜଲକ୍ଷ୍ମୀ ପ୍ରଧାନ, ଉପସଭାପତି ସୁଶାନ୍ତ ପ୍ରଧାନ, ସମ୍ପାଦକ ସଞ୍ଜୟ ବିଶ୍ବାଳଙ୍କ,ଦିଲ୍ଲୀପ ପ୍ରଧାନଙ୍କ ସମେତ ଅନ୍ୟ ସରପଞ୍ଚମାନେ ଥାନାରେ ପହଞ୍ଚି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତ। ଅନ୍ୟପକ୍ଷେ ସରପଞ୍ଚ ସଂଘ ପକ୍ଷରୁ ଭଞ୍ଜନଗର ଏସ୍ଡିପିଓ ଏବଂ ଛତ୍ରପୁର ଆରକ୍ଷୀ ଅଧୀକ୍ଷକଙ୍କ ନିକଟଙ୍କୁ ମଧ୍ୟ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ ନକଲେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ମଧ୍ୟ ଦେଇଥିବା ଜଣାଯାଇଛି।
The post ସରପଞ୍ଚଙ୍କୁ ମାଡ଼ ମାରି ସର୍ଟ ଚିରିବା ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି appeared first on Dharitri Odia News.