ସରଫରାଜ ରନ୍‌ ଆଉଟ୍‌ ହେବା ପରେ ରାଗିକି କ୍ୟାପ୍‌ ପିଙ୍ଗିଲେ ରୋହିତ

ରାଜକୋଟ,୧୫।୨: ରାଜକୋଟ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ଚମତ୍କାର ଶତକ ହାସଲ କରିଛନ୍ତି। ଟିମ ଇଣ୍ଡିଆର ଅଧିନାୟକ କଠିନ ପରିସ୍ଥିତିରେ ୧୩୧ ରନ୍‌ ସଂଗ୍ରହ କରି ଏକ ଭଲ ଶତକ ଇନିଂସ ଖେଳିଛନ୍ତି। ସେ ତାଙ୍କ ଇନିଂସରେ ୧୪ ଚୌକା ଓ ୩ ଛକା ମାରିଥିଲେ। କିନ୍ତୁ ରୋହିତ ଶର୍ମାଙ୍କ ଏକ ଭିନ୍ନ ଚିତ୍ର ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ସରଫରାଜ ଖାନ ରାଜକୋଟ ଟେଷ୍ଟରେ ଡେବ୍ୟୁ […] The post ସରଫରାଜ ରନ୍‌ ଆଉଟ୍‌ ହେବା ପରେ ରାଗିକି କ୍ୟାପ୍‌ ପିଙ୍ଗିଲେ ରୋହିତ appeared first on Dharitri Odia News.

ସରଫରାଜ ରନ୍‌ ଆଉଟ୍‌ ହେବା ପରେ ରାଗିକି କ୍ୟାପ୍‌ ପିଙ୍ଗିଲେ ରୋହିତ

ରାଜକୋଟ,୧୫।୨: ରାଜକୋଟ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ଚମତ୍କାର ଶତକ ହାସଲ କରିଛନ୍ତି। ଟିମ ଇଣ୍ଡିଆର ଅଧିନାୟକ କଠିନ ପରିସ୍ଥିତିରେ ୧୩୧ ରନ୍‌ ସଂଗ୍ରହ କରି ଏକ ଭଲ ଶତକ ଇନିଂସ ଖେଳିଛନ୍ତି। ସେ ତାଙ୍କ ଇନିଂସରେ ୧୪ ଚୌକା ଓ ୩ ଛକା ମାରିଥିଲେ। କିନ୍ତୁ ରୋହିତ ଶର୍ମାଙ୍କ ଏକ ଭିନ୍ନ ଚିତ୍ର ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ସରଫରାଜ ଖାନ ରାଜକୋଟ ଟେଷ୍ଟରେ ଡେବ୍ୟୁ କରିବାକୁ ସୁଯୋଗ ପାଇଥିଲେ। ସରଫରାଜ ୬୬ ବଲରେ ୬୨ ରନ୍‌ ସଂଗ୍ରହ କରିଛନ୍ତି। ଏହି ଯୁବ ବ୍ୟାଟର ତାଙ୍କ ଇନିଂସରେ ୯ ଚୌକା ଓ ଗୋଟିଏ ଛକା ମାରିଥିଲେ।

ସରଫରାଜ ଖାନ ତାଙ୍କର ଡେବ୍ୟୁ ଟେଷ୍ଟରେ ଏକ ଭଲ ଇନିଂସ ଖେଳିଛନ୍ତି, କିନ୍ତୁ ଏହି ଯୁବ ବ୍ୟାଟର ଏଭଳି ରନ୍‌ ଆଉଟ ହୋଇଥିଲେ, ଯାହାକୁ ନେଇ ଭାରତୀୟ ଅଧିନାୟକ ରୋହିତ ଶର୍ମା କ୍ରୋଧରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲେ। ଟିମ ଇଣ୍ଡିଆର ଅଧିନାୟକ ଡ୍ରେସିଂ ରୁମରେ ଥାଇ କ୍ୟାପ୍‌ ଫିଙ୍ଗିଥିଲେ। ତେବେ ରୋହିତ ଶର୍ମାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ରମାଗତ ଭାବରେ ମନ୍ତବ୍ୟ ଦେଇ ନିଜର ମତାମତ ଦେଉଛନ୍ତି।

 

The post ସରଫରାଜ ରନ୍‌ ଆଉଟ୍‌ ହେବା ପରେ ରାଗିକି କ୍ୟାପ୍‌ ପିଙ୍ଗିଲେ ରୋହିତ appeared first on Dharitri Odia News.