ସରମରାରେ ଧୁମ୍ଧାମରେ ପାଳନ ହେଉଛି ସରସ୍ୱତୀ ପୂଜା, ଜମୁଛି ମେଳା
ଭଦ୍ରକ: ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ସରମରାଠାରେ ଗଣପର୍ବ ଭାବେ ପାଳିତ ହେଉଛି ସରସ୍ବତୀ ପୂଜା। ପ୍ରାୟ ୭ ଦିନ ଧରି ସରସ୍ବତୀ ପୂଜା ଗାଁର ପ୍ରାୟ ୫ ଟି ମଣ୍ଡପରେ ମହାସମାରୋହରେ ପାଳନ ହୋଇଥାଏ। ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକ ସଜ୍ଜା ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ। ବିଶଷ କରି ଆଧ୍ୟାତ୍ମିକ ଘଟଣାବଳୀ ସହ ସାମାଜିକ ଘଟଣାବଳୀ ଉପରେ ଆଧାରିତ ପାର୍ଶ୍ଵମୂର୍ତ୍ତୀ ଦର୍ଶକଙ୍କୁ ଆକୃଷ୍ଟ କରିଥାଏ। ପୂଜା ଅବସରରେ କ୍ଲବମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି । ୭ ଦିନ ପରେ ଭସାଣି ଦିନ ସମସ୍ତ ମେଢ଼ ଏକାଠି ଭାବେ ବିସର୍ଜନ ଶୋଭଯାତ୍ରାରେ ବାହାରି ମେଲାଣି ନିଅନ୍ତି ।ଗାଁରୁ ବାହାରେ ଥିବା ସମସ୍ତେ ଏହି ପୂଜା ସମୟରେ ଏକାଠି ହୁଅନ୍ତି। ଖାଲି ସେତିକି ନୁହେଁ ପୂଜା ସମୟରେ ମୀନାବଜାର ସହ ଭଳିକି ଭଳି ଦୋକାନ ମଧ୍ୟ ପସରାବି ବେଶ୍ ଜମିଥାଏ। କିଣାବିକା ବେଶ ଭଲ ହୋଇଥାଏ ।
ଭଦ୍ରକ: ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ସରମରାଠାରେ ଗଣପର୍ବ ଭାବେ ପାଳିତ ହେଉଛି ସରସ୍ବତୀ ପୂଜା। ପ୍ରାୟ ୭ ଦିନ ଧରି ସରସ୍ବତୀ ପୂଜା ଗାଁର ପ୍ରାୟ ୫ ଟି ମଣ୍ଡପରେ ମହାସମାରୋହରେ ପାଳନ ହୋଇଥାଏ। ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକ ସଜ୍ଜା ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ।
ବିଶଷ କରି ଆଧ୍ୟାତ୍ମିକ ଘଟଣାବଳୀ ସହ ସାମାଜିକ ଘଟଣାବଳୀ ଉପରେ ଆଧାରିତ ପାର୍ଶ୍ଵମୂର୍ତ୍ତୀ ଦର୍ଶକଙ୍କୁ ଆକୃଷ୍ଟ କରିଥାଏ। ପୂଜା ଅବସରରେ କ୍ଲବମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି । ୭ ଦିନ ପରେ ଭସାଣି ଦିନ ସମସ୍ତ ମେଢ଼ ଏକାଠି ଭାବେ ବିସର୍ଜନ ଶୋଭଯାତ୍ରାରେ ବାହାରି ମେଲାଣି ନିଅନ୍ତି ।
ଗାଁରୁ ବାହାରେ ଥିବା ସମସ୍ତେ ଏହି ପୂଜା ସମୟରେ ଏକାଠି ହୁଅନ୍ତି। ଖାଲି ସେତିକି ନୁହେଁ ପୂଜା ସମୟରେ ମୀନାବଜାର ସହ ଭଳିକି ଭଳି ଦୋକାନ ମଧ୍ୟ ପସରାବି ବେଶ୍ ଜମିଥାଏ। କିଣାବିକା ବେଶ ଭଲ ହୋଇଥାଏ ।