ସରସରା ହତ୍ୟାକାଣ୍ଡ: ଛତିଶଗଡ଼ରୁ ଧରା ହେଲେ ଜଣେ ଅଭିଯୁକ୍ତ, ଆଉ ଜଣେ ଏବେ ବି ଫେରାର
ବରଗଡ଼,୨୪ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ ସୋମବାର ସାଧାରଣ ନିର୍ବାଚନ ନେଇ ମତଦାନ ଚାଲିଥିବାଳେ ବରଗଡ଼ ସଦର ଥାନା ଅର୍ନ୍ତଗତ ସରସରା ଗ୍ରାମରେ ସଂଘଟିତ ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସରସରା ଗ୍ରାମର ମନୋଜ ଓରଫ ଦୁର୍ବାଦଳ ନାଗ। ତାଙ୍କୁ ପଡ଼ୋଶୀ ଛତିଶଗଡ଼ରୁ ଗିରଫ କରାଯାଇଛି ବୋଲି ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍ପି ପି.ଏସ୍ ମୀନା କହିଛନ୍ତି। ସେହିପରି ଅନ୍ୟ ଅଭିଯୁକ୍ତ […] The post ସରସରା ହତ୍ୟାକାଣ୍ଡ: ଛତିଶଗଡ଼ରୁ ଧରା ହେଲେ ଜଣେ ଅଭିଯୁକ୍ତ, ଆଉ ଜଣେ ଏବେ ବି ଫେରାର appeared first on Dharitri Odia News.
ବରଗଡ଼,୨୪ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ ସୋମବାର ସାଧାରଣ ନିର୍ବାଚନ ନେଇ ମତଦାନ ଚାଲିଥିବାଳେ ବରଗଡ଼ ସଦର ଥାନା ଅର୍ନ୍ତଗତ ସରସରା ଗ୍ରାମରେ ସଂଘଟିତ ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସରସରା ଗ୍ରାମର ମନୋଜ ଓରଫ ଦୁର୍ବାଦଳ ନାଗ। ତାଙ୍କୁ ପଡ଼ୋଶୀ ଛତିଶଗଡ଼ରୁ ଗିରଫ କରାଯାଇଛି ବୋଲି ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍ପି ପି.ଏସ୍ ମୀନା କହିଛନ୍ତି। ସେହିପରି ଅନ୍ୟ ଅଭିଯୁକ୍ତ ଅଶୋକ ମହାନନ୍ଦ ଏବେ ମଧ୍ୟ ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ବ୍ୟାପକ ତନାଘନା ଚାଲିଛି ବୋଲି ଏସ୍ପି ମୀନା କହିଛନ୍ତି। ପୋଲିସର ସ୍ବତନ୍ତ୍ର ଟିମ୍ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି ଏବଂ ଅନ୍ୟ ଅଭିଯୁକ୍ତ ମଧ୍ୟ ଅତି ଶୀଘ୍ର ଧରାପଡ଼ିବେ ବୋଲି ଏସ୍ପି କହିଛନ୍ତି।
ପ୍ରକାର ଥାଉକି, ଗତ ୨୦ତାରିଖ ସରସରା ଭୋଟ୍ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଥିବା ବେଳେ ଜଣେ ଅଟୋଚାଳକ ବିଶ୍ବନାଥ ମିର୍ଦ୍ଧାଙ୍କୁ ଅଭିଯୁକ୍ତମାନେ ନିର୍ମମ ହତ୍ୟା କରିଥିଲେ।
The post ସରସରା ହତ୍ୟାକାଣ୍ଡ: ଛତିଶଗଡ଼ରୁ ଧରା ହେଲେ ଜଣେ ଅଭିଯୁକ୍ତ, ଆଉ ଜଣେ ଏବେ ବି ଫେରାର appeared first on Dharitri Odia News.