ଏହି ରାଜ୍ୟରେ ପଶିଲା ନୂଆ ଭାଇରସ୍‌, କୋମାରେ ପହଞ୍ଚି ଯାଉଛି ମଣିଷ

ଉଦୟପୁର, ୧୬।୦୭: ଗୁଜୁରାଟ ପରେ ଏବେ ଚଣ୍ଡିପୁରା ଭାଇରସ୍‌ ରାଜସ୍ଥାନରେ ପ୍ରବେଶ କରିଛି। ଏହି ଭାଇରସ୍‌ର ଲକ୍ଷଣଗୁଡିକ ଉଦୟପୁରର ଆଦିବାସୀ ଅଞ୍ଚଳର ୨ ପିଲାଙ୍କଠାରେ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ଗୁଜୁରାଟର ହିମ୍ମତନଗରର ସିଭିଲ ହସ୍ପିଟାଲରେ ଚିକିତ୍ସା ସମୟରେ ଜଣେ ଶିଶୁର ମୃତ୍ୟୁ ଘଟିଛି। ଆଉ ଜଣେ ୪ ବର୍ଷର ଶିଶୁ ଏହି ଜୀବାଣୁ କବଳରେ ରହିଛି। କିନ୍ତୁ ଶିଶୁଟିର ଅବସ୍ଥା ବିପଦ ମୁକ୍ତ ରହିଥିବା ଜଣାପଡ଼ିଛି । ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଜୀବାଣୁ ସିଧାସଳଖ ମସ୍ତିଷ୍କ ଉପରେ […] The post ଏହି ରାଜ୍ୟରେ ପଶିଲା ନୂଆ ଭାଇରସ୍‌, କୋମାରେ ପହଞ୍ଚି ଯାଉଛି ମଣିଷ appeared first on Dharitri Odia News.

ଏହି ରାଜ୍ୟରେ ପଶିଲା ନୂଆ ଭାଇରସ୍‌, କୋମାରେ ପହଞ୍ଚି ଯାଉଛି ମଣିଷ

ଉଦୟପୁର, ୧୬।୦୭: ଗୁଜୁରାଟ ପରେ ଏବେ ଚଣ୍ଡିପୁରା ଭାଇରସ୍‌ ରାଜସ୍ଥାନରେ ପ୍ରବେଶ କରିଛି। ଏହି ଭାଇରସ୍‌ର ଲକ୍ଷଣଗୁଡିକ ଉଦୟପୁରର ଆଦିବାସୀ ଅଞ୍ଚଳର ୨ ପିଲାଙ୍କଠାରେ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ଗୁଜୁରାଟର ହିମ୍ମତନଗରର ସିଭିଲ ହସ୍ପିଟାଲରେ ଚିକିତ୍ସା ସମୟରେ ଜଣେ ଶିଶୁର ମୃତ୍ୟୁ ଘଟିଛି। ଆଉ ଜଣେ ୪ ବର୍ଷର ଶିଶୁ ଏହି ଜୀବାଣୁ କବଳରେ ରହିଛି। କିନ୍ତୁ ଶିଶୁଟିର ଅବସ୍ଥା ବିପଦ ମୁକ୍ତ ରହିଥିବା ଜଣାପଡ଼ିଛି । ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଜୀବାଣୁ ସିଧାସଳଖ ମସ୍ତିଷ୍କ ଉପରେ ଆକ୍ରମଣ କରିଥାଏ। ପ୍ରଥମେ ଫ୍ଲୁ ଲକ୍ଷଣ ଦେଖାଯାଏ ଏବଂ ତା’ପରେ ପିଲା କୋମାକୁ ପଳାଏ ବୋଲି ବିଶେଷଜ୍ଞ କହିଛନ୍ତି ।
ଦୁଇଟି ମାମଲା ସାମ୍ନାକୁ ଆସିବା ପରେ ଡାକ୍ତରୀ ବିଭାଗ ଟିମ ସେମାନଙ୍କ ଗ୍ରାମକୁ ଯାଇ ଅନ୍ୟ ପିଲାମାନଙ୍କର ନମୁନା ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ ପୁନେର ଲ୍ୟାବକୁ ସେମାନଙ୍କ ପରିବାର ସଦସ୍ୟଙ୍କ ନମୁନା ମଧ୍ୟ ପଠାଯାଇଛି। ସ଼୍ବାସ୍ଥ୍ୟ ବିଭାଗର ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ୧୯୬୫ ମସିହାରେ ମହାରାଷ୍ଟ୍ରର ଚଣ୍ଡିପୁରା ଗ୍ରାମରେ ଏହି ଚଣ୍ଡିପୁରା ଭାଇରସ୍‌ ବ୍ୟାପି ଯାଇଥିଲା। ସେବେଠାରୁ ଏହାର ନାମ ଚଣ୍ଡିପୁରା ଭାଇରସ୍‌ ରଖାଯାଇଛି ।

The post ଏହି ରାଜ୍ୟରେ ପଶିଲା ନୂଆ ଭାଇରସ୍‌, କୋମାରେ ପହଞ୍ଚି ଯାଉଛି ମଣିଷ appeared first on Dharitri Odia News.