ବିଧାନସଭାରେ ନବୀନ କହିବା ବେଳେ ବନ୍ଦ କରିଦେଲେ ମାଇକ! ବିଜେଡି କହିଲା…

ଭୁବନେଶ୍ୱର,୨୨।୭: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ୨୪ ବର୍ଷ ଧରି ଶାସନ କାଳରେ ବିଜେଡି ଆଜି ପ୍ରଥମ ଥର ପାଇଁ ବିରୋଧୀ ଆସନରେ ବସିଛି। ଭାଜପା ସରକାର ବିରୋଧରେ ରଣନୀତି ପ୍ରସ୍ତୁତ କରିବା ଲାଗି ବିଜେଡି ପ୍ରସ୍ତୁତ ହୋଇଛି। ଏହି ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିବା ବେଳେ ଓଡ଼ିଆ ଅସ୍ମିତା କଥା ଉଠାଇ ବିଜେଡି ଓ କଂଗ୍ରେସ ବିଧାୟକ ପ୍ରତିବାଦ କରିଥିଲେ। ଏହି ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ […] The post ବିଧାନସଭାରେ ନବୀନ କହିବା ବେଳେ ବନ୍ଦ କରିଦେଲେ ମାଇକ! ବିଜେଡି କହିଲା… appeared first on Dharitri Odia News.

ବିଧାନସଭାରେ ନବୀନ କହିବା ବେଳେ ବନ୍ଦ କରିଦେଲେ ମାଇକ! ବିଜେଡି କହିଲା…

ଭୁବନେଶ୍ୱର,୨୨।୭: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ୨୪ ବର୍ଷ ଧରି ଶାସନ କାଳରେ ବିଜେଡି ଆଜି ପ୍ରଥମ ଥର ପାଇଁ ବିରୋଧୀ ଆସନରେ ବସିଛି। ଭାଜପା ସରକାର ବିରୋଧରେ ରଣନୀତି ପ୍ରସ୍ତୁତ କରିବା ଲାଗି ବିଜେଡି ପ୍ରସ୍ତୁତ ହୋଇଛି। ଏହି ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିବା ବେଳେ ଓଡ଼ିଆ ଅସ୍ମିତା କଥା ଉଠାଇ ବିଜେଡି ଓ କଂଗ୍ରେସ ବିଧାୟକ ପ୍ରତିବାଦ କରିଥିଲେ। ଏହି ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କହିବାବେଳେ ମାଇକ ଏବଂ କ୍ୟାମେରା ବନ୍ଦ କରାଯାଇଥିବା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ ଆଣିଛନ୍ତି । ପ୍ରମିଳା କହିଛନ୍ତି, ବିଜୁ ଜନତା ଦଳ ଏହାକୁ ନିନ୍ଦା କରିଛି। ଏନେଇ ବାଚସ୍ପତିଙ୍କୁ ଲିଖିତ ଆକାରରେ ଜଣାଇଛୁ ।

ଗୃହ ଆରମ୍ଭରୁ ଓଡ଼ିଆ ଅସ୍ମିତା କଥା ଉଠାଇ ବିଜେଡି ଓ କଂଗ୍ରେସ ବିଧାୟକ ପ୍ରତିବାଦ କରିଥିଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଛିଡା ହେଇ ପ୍ରତିବାଦ କରିଥିଲେ। ଏହା ସହିତ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କରିଥିଲେ । ଶେଷରେ ରାଜ୍ୟପାଳଙ୍କ ଅଭିଭାଷଣ ଚାଲିଥିବା ସମୟରେ ବିରୋଧୀ କକ୍ଷତ୍ୟାଗ କରିଥିଲେ। ଏହି ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋହନ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ।

The post ବିଧାନସଭାରେ ନବୀନ କହିବା ବେଳେ ବନ୍ଦ କରିଦେଲେ ମାଇକ! ବିଜେଡି କହିଲା… appeared first on Dharitri Odia News.