ସରସ୍ୱତୀ ପୂଜା ତାରିଖକୁ ନେଇ ଦ୍ବନ୍ଦ୍ବ ଦୂର କଲା ଶ୍ରୀମନ୍ଦିର ପ୍ରଶାସନ
ଭୁବନେଶ୍ବର: ଚଳିତବର୍ଷର ସରସ୍ୱତୀ ପୂଜା ତାରିଖକୁ ନେଇ ଲାଗିରହିଥିବା ଦ୍ବନ୍ଦ୍ବ ଦୂର କଲା ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏନେଇ ସ୍ପଷ୍ଟ ପ୍ରତିକ୍ରିୟା ରଖାଯାଇଛି। ଆସନ୍ତା ଫେବ୍ରୁଆରୀ ୨ ତାରିଖରେ ଶ୍ରୀମନ୍ଦିରରେ ସରସ୍ୱତୀ ପୂଜା ଅନୁଷ୍ଠିତ ହେବା । ସେହିଦିନ ତିନିରଥର ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପଞ୍ଜିକାର ମାନଙ୍କ ସହ ପାଞ୍ଜି ସମୀକରଣ ବୈଠକର ନିଷ୍ପତ୍ତି ଆଧାରରେ ଆସନ୍ତା ଫେବ୍ରୁଆରୀ ୨ ତାରିଖରେ […]

ଭୁବନେଶ୍ବର: ଚଳିତବର୍ଷର ସରସ୍ୱତୀ ପୂଜା ତାରିଖକୁ ନେଇ ଲାଗିରହିଥିବା ଦ୍ବନ୍ଦ୍ବ ଦୂର କଲା ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏନେଇ ସ୍ପଷ୍ଟ ପ୍ରତିକ୍ରିୟା ରଖାଯାଇଛି। ଆସନ୍ତା ଫେବ୍ରୁଆରୀ ୨ ତାରିଖରେ ଶ୍ରୀମନ୍ଦିରରେ ସରସ୍ୱତୀ ପୂଜା ଅନୁଷ୍ଠିତ ହେବା । ସେହିଦିନ ତିନିରଥର ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପଞ୍ଜିକାର ମାନଙ୍କ ସହ ପାଞ୍ଜି ସମୀକରଣ ବୈଠକର ନିଷ୍ପତ୍ତି ଆଧାରରେ ଆସନ୍ତା ଫେବ୍ରୁଆରୀ ୨ ତାରିଖରେ ସରସ୍ୱତୀ ପୂଜା ହେବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ପ୍ରତିକ୍ରିୟା ରଖିଛନ୍ତି। ତେବେ ସରସ୍ୱତୀ ପୂଜା ଫେବ୍ରୁଆରୀ ୨ ତାରିଖରେ ହେବ ନା ଫେବ୍ରୁଆରୀ ୩ ତାରିଖରେ ହେବାନେଇ ବିଭିନ୍ନ ପଞ୍ଜିକାରେ ଭିନ୍ନଭିନ୍ନ ମତ ଥିବାରୁ ଦ୍ୱନ୍ଦ ଦେଖା ଦେଇଥିଲା।