ସରିବାର ନାଁ ନେଉନି ରାସ୍ତା କାମ, ଅସୁରକ୍ଷିତ ସଡକ କରୁଛି ଦୁର୍ଘଟଣାକୁ ଆମନ୍ତ୍ରଣ

ନନ୍ଦିଘୋଷ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଦିଗହରା। ସାଲେପୁରରେ ୫ବର୍ଷ ହେବ ଚାଲୁଥିଲା ରାସ୍ତା କାମ ଆଜି ଯାଏ... The post ସରିବାର ନାଁ ନେଉନି ରାସ୍ତା କାମ, ଅସୁରକ୍ଷିତ ସଡକ କରୁଛି ଦୁର୍ଘଟଣାକୁ ଆମନ୍ତ୍ରଣ appeared first on .

ସରିବାର ନାଁ ନେଉନି ରାସ୍ତା କାମ, ଅସୁରକ୍ଷିତ ସଡକ କରୁଛି ଦୁର୍ଘଟଣାକୁ ଆମନ୍ତ୍ରଣ

ନନ୍ଦିଘୋଷ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଦିଗହରା। ସାଲେପୁରରେ ୫ବର୍ଷ ହେବ ଚାଲୁଥିଲା ରାସ୍ତା କାମ ଆଜି ଯାଏ ସରିପାରିଲାନି। ଅସୁରକ୍ଷିତ ରାସ୍ତା ଦେଇ ଯିବା ଆସିବା କରିବା ବେଳେ ଦୁର୍ଘଟଣାର ସାମ୍ନା କରୁଛନ୍ତି ଲୋକେ। ରାସ୍ତା ନିର୍ମାଣ ପାଇଁ ୯ କୋଟି ୭୮ ଲକ୍ଷ ଏବଂ ୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୭୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଅବଧି ଶେଷର ୧୫ମାସ ବିତି ଯାଇଥିଲେ ବି ରାସ୍ତାର ୪୦ ପ୍ରତିଶତ କାମ ଶେଷ ହୋଇନାହିଁ।

ଧିମା ଗତିରେ ଚାଲିଛି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ କାର୍ଯ୍ୟ। ସାଲେପୁର ରେ ଯିବା ଆସିବା କରିବାରେ ଲୋକେ ନାନା ସମସ୍ଯାର ସାମ୍ନା କରୁଛନ୍ତି। ଶିଶୁଆରୁ ମଡ଼ଙ୍ଗା ଭାୟା ଛାଣିପୁର ରାସ୍ତା କାମ ମନ୍ଥର ଗତିରେ ଚାଲିଛି। ରାସ୍ତା ନିର୍ମାଣ ପାଇଁ ୯ କୋଟି ୭୮ ଲକ୍ଷ ଏବଂ ୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୭୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଅବଧି ଶେଷର ୧୫ମାସ ବିତି ଯାଇଥିଲେ ବି ରାସ୍ତାର ୪୦ ପ୍ରତିଶତ କାମ ଶେଷ ହୋଇନାହିଁ। ଅନ୍ୟପଟେ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି।

ବର୍ଷ ବର୍ଷ ଧରି ଦୟନୀୟ ଅବସ୍ଥାରେ ପଡିଛି ରାସ୍ତା। ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଲୋକେ। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ସଲାସୁତୁରାରେ ନିମ୍ନମାନର କାମ ହେଉଥିବା ଅଭିଯୋଗ କରି ଲୋକେ ବର୍ଷିଛନ୍ତି। ତୁରନ୍ତ ବିଭାଗୀୟ ଅଧିକାରୀ ମାନେ ଗୁତୃତ୍ଵ ଦେଇ କାମ ସାରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

The post ସରିବାର ନାଁ ନେଉନି ରାସ୍ତା କାମ, ଅସୁରକ୍ଷିତ ସଡକ କରୁଛି ଦୁର୍ଘଟଣାକୁ ଆମନ୍ତ୍ରଣ appeared first on .