ସରିଲା ଓଡ଼ିଶା ପୋଲିସ୍ ଅଫିସର ଆସୋସିଏସନର ନିର୍ବାଚନ, ନୂଆ ସଭାପତି ହେଲେ ଅସିତ୍ ରଞ୍ଜନ ଜେନା
କଟକ: ଓଡ଼ିଶା ପୋଲିସ୍ ଅଫିସର ଆସୋସିଏସନର ନୂଆ ସଭାପତି ହେଲେ ଅସିତ୍ ରଞ୍ଜନ ଜେନା। ବୁଧବାର ଓଡ଼ିଶା ପୋଲିସ୍ ଅଫିସର ଆସୋସିଏସନର ନିର୍ବାଚନ ହୋଇଥିଲା। ଆଉ ନିର୍ବାଚନ ପରେ ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଅସିତ୍ ରଞ୍ଜନ ଜେନା।ଅସିତ୍ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପ୍ରେମ କୁମାର ଜେନାଙ୍କୁ ୩୨୫୦ ଖଣ୍ଡ ଭୋଟରେ ହରାଇଛନ୍ତି। ଅସିତ୍ ସବ୍ ଇନ୍ପେକ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ସଂଘର ଅନେକ ପଦ ପଦବୀରେ ରହି ଆସୁଛନ୍ତି। ବିଜୟୀ ହେବା ପରେ ସଂଘ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳିଥିଲେ ଅସିତଙ୍କ ସମର୍ଥକ ଓ ସଂଘର ସଦସ୍ୟ ସଦସ୍ୟାମାନେ।
କଟକ: ଓଡ଼ିଶା ପୋଲିସ୍ ଅଫିସର ଆସୋସିଏସନର ନୂଆ ସଭାପତି ହେଲେ ଅସିତ୍ ରଞ୍ଜନ ଜେନା। ବୁଧବାର ଓଡ଼ିଶା ପୋଲିସ୍ ଅଫିସର ଆସୋସିଏସନର ନିର୍ବାଚନ ହୋଇଥିଲା। ଆଉ ନିର୍ବାଚନ ପରେ ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଅସିତ୍ ରଞ୍ଜନ ଜେନା।
ଅସିତ୍ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପ୍ରେମ କୁମାର ଜେନାଙ୍କୁ ୩୨୫୦ ଖଣ୍ଡ ଭୋଟରେ ହରାଇଛନ୍ତି। ଅସିତ୍ ସବ୍ ଇନ୍ପେକ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ସଂଘର ଅନେକ ପଦ ପଦବୀରେ ରହି ଆସୁଛନ୍ତି। ବିଜୟୀ ହେବା ପରେ ସଂଘ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳିଥିଲେ ଅସିତଙ୍କ ସମର୍ଥକ ଓ ସଂଘର ସଦସ୍ୟ ସଦସ୍ୟାମାନେ।