ସରିଲା ଖରା ଛୁଟି, ଖୋଲିଲା କଲେଜ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଖରା ଛୁଟି ସରିବା ପରେ ମଙ୍ଗଳବାର ଖୋଲିଛି କଲେଜ। ଏଣିକି ଆରମ୍ଭ ହେବ ଛାତ୍ରୀଛାତ୍ରଙ୍କ ପାଠପଢ଼ା। ଏନେଇ କଲେଜ ପରିସର ଚଳଚଞ୍ଚଳ ହୋଇପଡିଛି। ଅପରପକ୍ଷେ ମଙ୍ଗଳବାର ଯୁକ୍ତ ୩ କଳା, ବାଣିଜ୍ୟ ଏବଂ ବିଜ୍ଞାନ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପ୍ରଥମ ପର୍ଯ୍ୟାୟ ନାମ ଲେଖାର ଶେଷ ଦିବସ। ପ୍ରଥମ ପର୍ଯ୍ୟାୟ ନାମ ଲେଖା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ତେଣୁ ଛାତ୍ରୀଛାତ୍ରମାନେ ମନୋନୀତ କଲେଜଗୁଡିକରେ ନାମ ଲେଖାଇବା ପାଇଁ ଭିଡ଼ ଜମାଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ […] The post ସରିଲା ଖରା ଛୁଟି, ଖୋଲିଲା କଲେଜ appeared first on Dharitri Odia News.

ସରିଲା ଖରା ଛୁଟି, ଖୋଲିଲା କଲେଜ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଖରା ଛୁଟି ସରିବା ପରେ ମଙ୍ଗଳବାର ଖୋଲିଛି କଲେଜ। ଏଣିକି ଆରମ୍ଭ ହେବ ଛାତ୍ରୀଛାତ୍ରଙ୍କ ପାଠପଢ଼ା। ଏନେଇ କଲେଜ ପରିସର ଚଳଚଞ୍ଚଳ ହୋଇପଡିଛି।

ଅପରପକ୍ଷେ ମଙ୍ଗଳବାର ଯୁକ୍ତ ୩ କଳା, ବାଣିଜ୍ୟ ଏବଂ ବିଜ୍ଞାନ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପ୍ରଥମ ପର୍ଯ୍ୟାୟ ନାମ ଲେଖାର ଶେଷ ଦିବସ। ପ୍ରଥମ ପର୍ଯ୍ୟାୟ ନାମ ଲେଖା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ତେଣୁ ଛାତ୍ରୀଛାତ୍ରମାନେ ମନୋନୀତ କଲେଜଗୁଡିକରେ ନାମ ଲେଖାଇବା ପାଇଁ ଭିଡ଼ ଜମାଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ହେବ। ତୃତୀୟ ପର୍ଯ୍ୟାୟ ନାମଲେଖା ଜୁଲାଇ ୩ରୁ ୪ ତାରିଖ ପର୍ଯ୍ୟନ୍ତ ହେବ।

The post ସରିଲା ଖରା ଛୁଟି, ଖୋଲିଲା କଲେଜ appeared first on Dharitri Odia News.