ସରିଲା ଡିଜି ସମ୍ମିଳନୀ:ଦେଶର ସୁରକ୍ଷା ଦିଗକୁ ନେଇ ତିନି ଦିନିଆ ସମ୍ମିଳନୀରେ ଚାଲିଥିଲା ମାନସ ମନ୍ଥନ
ଭୁବନେଶ୍ୱର:ସରିଲା ତିନିଦିନିଆ ଡିଜିପି ସମ୍ମିଳନୀ।ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି ସମ୍ମିଳନୀ।ସମ୍ମିଳନୀର ଆୟୋଜନ ନେଇ ସମସ୍ତେ ପ୍ରଶଂସା କରିଛନ୍ତି ସମ୍ମିଳନୀ ପାଇଁ ଫୁଲ ପ୍ରୁଫ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କିଛି ଧମକ ଆସିଥିଲା।ତାହାକୁ ଆମେ ସମ୍ପୂର୍ଣ୍ଣ ତର୍ଜମା କରିଛୁ। ଆମେ ଏଭଳି ପରିସ୍ଥିତି ପାଇଁ ପ୍ରସ୍ତୁତ ଥିଲୁ।ପୁରା ସଫଳତାର ସହ ସରିଲା ସମ୍ମିଳନୀ । ଦେଶର ସୁରକ୍ଷା ଦିଗକୁ ନେଇ ବୈଠକରେ ହୋଇଛି ଆଲୋଚନା । ସବୁ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ତଥା ମହାନିରିକ୍ଷକ ବୈଠକରେ […]

ଭୁବନେଶ୍ୱର:ସରିଲା ତିନିଦିନିଆ ଡିଜିପି ସମ୍ମିଳନୀ।ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି ସମ୍ମିଳନୀ।ସମ୍ମିଳନୀର ଆୟୋଜନ ନେଇ ସମସ୍ତେ ପ୍ରଶଂସା କରିଛନ୍ତି ସମ୍ମିଳନୀ ପାଇଁ ଫୁଲ ପ୍ରୁଫ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କିଛି ଧମକ ଆସିଥିଲା।ତାହାକୁ ଆମେ ସମ୍ପୂର୍ଣ୍ଣ ତର୍ଜମା କରିଛୁ। ଆମେ ଏଭଳି ପରିସ୍ଥିତି ପାଇଁ ପ୍ରସ୍ତୁତ ଥିଲୁ।ପୁରା ସଫଳତାର ସହ ସରିଲା ସମ୍ମିଳନୀ । ଦେଶର ସୁରକ୍ଷା ଦିଗକୁ ନେଇ ବୈଠକରେ ହୋଇଛି ଆଲୋଚନା ।
ସବୁ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ତଥା ମହାନିରିକ୍ଷକ ବୈଠକରେ ସାମିଲ ହୋଇଥିଲେ। ଅନ୍ତରୀଣ ସୁରକ୍ଷା ତଥା ବାହ୍ୟ ସୁରକ୍ଷାକୁ ନେଇ ବୈଠକରେ ଆଲୋଚନା ହୋଇଛି।ସମସ୍ତ ଅତିଥି ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ମନ୍ଦିର ମାଳିନୀର ଲୋକାଲ ମାର୍କେଟରୁ କିଣାକିଣି କରିବା ସହ,ଏହାର ଶୋଭାକୁ ମଧ୍ୟ ଉପଭୋଗ କରିଛନ୍ତି ବୋଲି ପୋଲିସ କମିଶନର କହିଛନ୍ତି। ସେହିଭଳି କିଛି ଅତିଥି ଆଜି ନିଜ ଗନ୍ତବ୍ୟସ୍ଥଳକୁ ଫେରିଥିବା ବେଳେ ଆଉ କିଛି ଅତିଥି ଓଡ଼ିଶାରେ ଅଧିକ ସମୟ ରହିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି
ପୋଲିସ କମିଶନର ଏସ ଦେବଦତ୍ତ ସିଂ କହିଛନ୍ତି।