ସରିଲା ବାରବାଟୀ ଟିକେଟ : ସବୁ ଟିକେଟ ବିକ୍ରି ହୋଇଥିବା କହିଛନ୍ତି ଡିସିପି

 କଟକ :  ବାରବାଟୀରେ ଟିକେଟ୍ ପାଇଁ ବାଡ଼ିଆପିଟା ।   ଟିକେଟ କାଉଣ୍ଟରରେ ଠେଲାପେଲା, ଧସ୍ତାଧସ୍ତି ।  ପରସ୍ପର ଉପରେ ଚଢିଗଲେ, ପିଟା ପିଟି ବି ହେଲେ ।  ଯିଏ ଯେମିତି ପାରିଲା ଆଗକୁ ମାଡ଼ି ଚାଲିଲା ।  କିଛି ଲୋକଙ୍କର ଚେତା ବୁଡ଼ିଲା। ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୋଲିସ ନାକେଦମ। ବାରବାଟୀ ଷ୍ଟାଡିୟମରେ ଇଂଲଣ୍ଡ-ଇଣ୍ଡିଆ ଦ୍ୱିତୀୟ ଦିନିକିଆ ପାଇଁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭରୁ ଏଭଳି ଚିତ୍ର ସମସ୍ତଙ୍କ ହୋସ ଉଡ଼ାଇ ଦେଇଛି ।  ଟିକେଟ […] The post ସରିଲା ବାରବାଟୀ ଟିକେଟ : ସବୁ ଟିକେଟ ବିକ୍ରି ହୋଇଥିବା କହିଛନ୍ତି ଡିସିପି appeared first on KNews Odisha.

ସରିଲା ବାରବାଟୀ ଟିକେଟ : ସବୁ ଟିକେଟ ବିକ୍ରି ହୋଇଥିବା କହିଛନ୍ତି  ଡିସିପି
cuttack dcp

 କଟକ :  ବାରବାଟୀରେ ଟିକେଟ୍ ପାଇଁ ବାଡ଼ିଆପିଟା ।   ଟିକେଟ କାଉଣ୍ଟରରେ ଠେଲାପେଲା, ଧସ୍ତାଧସ୍ତି ।  ପରସ୍ପର ଉପରେ ଚଢିଗଲେ, ପିଟା ପିଟି ବି ହେଲେ ।  ଯିଏ ଯେମିତି ପାରିଲା ଆଗକୁ ମାଡ଼ି ଚାଲିଲା ।  କିଛି ଲୋକଙ୍କର ଚେତା ବୁଡ଼ିଲା। ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୋଲିସ ନାକେଦମ।

ବାରବାଟୀ ଷ୍ଟାଡିୟମରେ ଇଂଲଣ୍ଡ-ଇଣ୍ଡିଆ ଦ୍ୱିତୀୟ ଦିନିକିଆ ପାଇଁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭରୁ ଏଭଳି ଚିତ୍ର ସମସ୍ତଙ୍କ ହୋସ ଉଡ଼ାଇ ଦେଇଛି ।  ଟିକେଟ କାଉଣ୍ଟର ଆଗରେ ଦେଖିବାକୁ ମିଳିଥିଲା ଠେଲାପେଲା ଓ ଦଳଚକଟା ସ୍ଥିତି । ଖଣ୍ଡେ ଟିକେଟ୍ ପାଇଁ ଲୋକଙ୍କ ଉପରେ ଚଢିଯିବାକୁ ପଛାଇନଥିଲେ କ୍ରିକେଟ୍ ପ୍ରେମୀ ।  ପ୍ରବଳ ଖରା ସହ ପ୍ରବଳ ଭିଡ଼ ଯୋଗୁ କିଛି ଲୋକ ଚେତା ହରାଇଥିଲେ ।

ଭାରତ-ଇଂଲଣ୍ତ ୱାନଡେ ଟିକେଟ୍ ପାଇଁ ଧାଡ଼ି ବାନ୍ଧି ରାତି ସାରା ଉଜାଗର ରହି ବସି ରହିଥିଲେ ଫ୍ୟାନ।  କାଉଣ୍ଟରରେ ବୟସ୍କ ମହିଳାଙ୍କୁ ବି ଦେଖିବାକୁ ମିଳିଥିଲା । କିଛି ଟିକେଟ ପାଇ ଖୁସିରେ ଫେରିଥିବା ବେଳେ ଆଉ କିଛି ଟିକେଟ ନ ପାଇ ନିରାଶ ହୋଇ ଫେରିଥିଲେ ।  ପୋଲିସ ସବୁ ଜାଣି ଦେଖଣାହାରୀ ସାଜିଥିବା ଅଭିଯୋଗ ହୋଇଛି।

୨୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିବାବେଳେ ଘଟଣାସ୍ଥଳରେ ନିଜେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ କଟକ ଡିସିପି । ଗହଳି ନିୟନ୍ତ୍ରଣ କରିବାକୁ ଖୋଦ୍ ଡିସିପି ଜଗମୋହନ ମୀନା ମଧ୍ୟ ନାକେଦମ୍ ହୋଇଥିଲେ । ଭିଡ଼ ରୋକିବାକୁ ଲାଠି ଧରି ତଡ଼ିଥିଲା ପୋଲିସ୍। କ୍ରିକେଟପ୍ରେମୀ ଧାଇଁବା ଦେଖିବାକୁ ମିଳିଥିଲା । ଶେଷରେ ସରିଲା ବାରବାଟୀ ଟିକେଟ। ସାଧାରଣ ଦର୍ଶକଙ୍କ ପାଇଁ ମୋଟ ୧୧ ହଜାର ୮୦ ଟିକେଟ ସରିଛି ।  ଆଜି ଓ ଆସନ୍ତାକାଲି କାଉଁଟରେ ଟିକେଟ ବିକ୍ରି ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଆଜି ସବୁ ଟିକେଟ ବିକ୍ରି ହୋଇଥିବା ଡିସିପି କହିଛନ୍ତି ।

Also read: କାଉଣ୍ଟର ବନ୍ଦ ହେବାରୁ ତାତିଲେ ଲୋକେ, ଭାଙ୍ଗିଲେ ବାରିକେଡ୍

 

The post ସରିଲା ବାରବାଟୀ ଟିକେଟ : ସବୁ ଟିକେଟ ବିକ୍ରି ହୋଇଥିବା କହିଛନ୍ତି ଡିସିପି appeared first on KNews Odisha.