ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ବିଳମ୍ବିତ ରାତି ହଷ୍ଟେଲ ଛାଡିଲେ ୩୦ ଅନ୍ତେବାସୀ

ଉଦଳା : ଉଦଳା ଅନ୍ଵେଷା ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା ପରେ ବିଳମ୍ବିତ ରାତିରେ ହଷ୍ଟେଲ ଛାଡ଼ିଲେ ୩୦ ଅନ୍ତେବାସୀ । ଗତକାଲି ମର୍ଣ୍ଣିଙ୍ଗ ଷ୍ଟାର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଅନ୍ଵେଷା ହଷ୍ଟେଲରୁ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ପରେ ନିଜ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ମଣୁ ନଥିବା କହିଛନ୍ତି ଅଭିଭାବକ। […] The post ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ବିଳମ୍ବିତ ରାତି ହଷ୍ଟେଲ ଛାଡିଲେ ୩୦ ଅନ୍ତେବାସୀ appeared first on KNews Odisha.

ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ବିଳମ୍ବିତ ରାତି ହଷ୍ଟେଲ ଛାଡିଲେ ୩୦ ଅନ୍ତେବାସୀ
hostel u

ଉଦଳା : ଉଦଳା ଅନ୍ଵେଷା ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା ପରେ ବିଳମ୍ବିତ ରାତିରେ ହଷ୍ଟେଲ ଛାଡ଼ିଲେ ୩୦ ଅନ୍ତେବାସୀ । ଗତକାଲି ମର୍ଣ୍ଣିଙ୍ଗ ଷ୍ଟାର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଅନ୍ଵେଷା ହଷ୍ଟେଲରୁ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ପରେ ନିଜ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ମଣୁ ନଥିବା କହିଛନ୍ତି ଅଭିଭାବକ।

ସୂଚନା ଅନୁସାରେ ଗତକାଲି ହଷ୍ଟେଲରେ ଅଭିଭାବକ ବୈଠକ ଥିବାବେଳେ ନାବାଳିକାଙ୍କ ପରିବାର ଲୋକ ମଧ୍ୟ ସେହି ବୈଠକକୁ ଆସିଥିଲେ। ଅପରାହ୍ନରେ ଝିଅ ସହ କଥା ହୋଇ ଘରକୁ ଫେରିଥିଲେ । ହେଲେ ସନ୍ଧ୍ୟାରେ ପ୍ରାର୍ଥନା ସମୟରେ ସେ ଅନୁପସ୍ଥିତ ଥିଲେ । ଖୋଜାଖୋଜି ପରେ ନାବାଳିକା ଜଣଙ୍କ ତୃତୀୟ ମହଲାର ବାଲକୋନୀରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା । ପରେ ଅନ୍ୟ ଛାତ୍ରୀମାନେ ହଷ୍ଟେଲ ମାଟ୍ରନଙ୍କୁ କହିବା ପରେ ସମସ୍ତେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଉଦଳା ପୋଲିସ ସହିତ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟପଟେ ଛାତ୍ରୀଙ୍କ ମୃତ୍ୟୁ ପରେ ଅଭିଭାବକମାନେ ବିଳମ୍ବିତ ରାତିରେ ପହଞ୍ଚି ସାଙ୍ଗରେ ପିଲାଙ୍କୁ ନେଇଯାଇଯାଇଛନ୍ତି।

 

ଆହୁରି ପଢ଼ନ୍ତୁ : ଫେସବୁକରେ ବନ୍ଧୁତା କରି ଠକେଇ କରିଥିଲା ଅଭିଯୁକ୍ତ, ୬ କୋଟି ୧୬ ଲକ୍ଷ ଟଙ୍କାର ଅନଲାଇନ୍ ଫ୍ରଡ

The post ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ବିଳମ୍ବିତ ରାତି ହଷ୍ଟେଲ ଛାଡିଲେ ୩୦ ଅନ୍ତେବାସୀ appeared first on KNews Odisha.