ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ହେଲେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ,୧୦।୧୦: ନ୍ୟାଶନାଲ୍‌ କନଫରେନ୍ସ୍‌(ଏନସି) ବିଧାନସଭା ପାର୍ଟି ବୈଠକ ଆଜି ନୱାଇ ସୁବାହ ପାର୍ଟି ମୁଖ୍ୟାଳୟରେ ଆରମ୍ଭ ହୋଇଛି। ଏଥିରେ ଦଳର ନେତା ଏନସି ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ସମସ୍ତ ନୂତନ ନିର୍ବାଚିତ ବିଧାୟକ ଉପସ୍ଥିତ ଥିଲେ। ଏହି ବୈଠକରେ ଓମାର ଅବଦୁଲ୍ଲା ସର୍ବସମ୍ମତି କ୍ରମେ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏନ୍‌ସି ନେତା ସଲମାନ ସାଗର କହିଛନ୍ତି, ଯେତେବେଳେ ଆମେ ଓମାର ଅବଦୁଲ୍ଲାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତ କରିଥିଲୁ ଏହା […] The post ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ହେଲେ ଓମାର ଅବଦୁଲ୍ଲା appeared first on Dharitri Odia News.

ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ହେଲେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ,୧୦।୧୦: ନ୍ୟାଶନାଲ୍‌ କନଫରେନ୍ସ୍‌(ଏନସି) ବିଧାନସଭା ପାର୍ଟି ବୈଠକ ଆଜି ନୱାଇ ସୁବାହ ପାର୍ଟି ମୁଖ୍ୟାଳୟରେ ଆରମ୍ଭ ହୋଇଛି। ଏଥିରେ ଦଳର ନେତା ଏନସି ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ସମସ୍ତ ନୂତନ ନିର୍ବାଚିତ ବିଧାୟକ ଉପସ୍ଥିତ ଥିଲେ। ଏହି ବୈଠକରେ ଓମାର ଅବଦୁଲ୍ଲା ସର୍ବସମ୍ମତି କ୍ରମେ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏନ୍‌ସି ନେତା ସଲମାନ ସାଗର କହିଛନ୍ତି, ଯେତେବେଳେ ଆମେ ଓମାର ଅବଦୁଲ୍ଲାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତ କରିଥିଲୁ ଏହା ଆମ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା।

ଜମ୍ମୁ-କଶ୍ମୀରରେ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଏବଂ କଂଗ୍ରେସର ମେଣ୍ଟ ସରକାର ଶପଥ ନେବା ପରେ ପ୍ରଥମ କ୍ୟାବିନେଟ୍‌ରେ ଅନୁଚ୍ଛେଦ ୩୭୦ ଉପରେ ସଂକଳ୍ପନାମା ପାରିତ କରାଯିବ। କେନ୍ଦ୍ରଶାସିତ ଅଞ୍ଚଳକୁ ରାଜ୍ୟ ମାନ୍ୟତା ଫେରାଇବା ପାଇଁ କେନ୍ଦ୍ର ଉପରେ ଚାପ ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦାବି ଦୋହରାଯିବ ବୋଲି ଏନ୍‌ସି ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲା କହିଛନ୍ତି।

୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ହଟାଇ ଦେଇଥିଲେ। ଏଥିସହ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ସୃଷ୍ଟି କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଜମ୍ମୁ-କଶ୍ମୀରରେ ୨୦୧୪ ପରେ ପ୍ରଥମ ଥର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ଏନ୍‌ସି ନିଜ ନିର୍ବାଚନୀ ଇସ୍ତାହାରରେ ୩୭୦କୁ ପୁନଃ ଅବସ୍ଥାପିତ କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଲଗାତର ଭାବେ ୩୭୦ ପ୍ରସଙ୍ଗ ଉଠାଇ କେନ୍ଦ୍ରର ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ। ଏପରି କି ଇଣ୍ଡିଆ ବ୍ଲକ୍‌ ଆଗାମୀ ଦିନରେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରସ୍ତ ଦାବିରେ ସଡ଼କରୁ ସଂସଦ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ବୋଲି ରାହୁଲ ନିର୍ବାଚନ ପ୍ରଚାର ବେଳେ କହିଥିଲେ। ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧ ମଧ୍ୟରେ ୩ ପର୍ଯ୍ୟାୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳ ଏନ୍‌ସି-କଂଗ୍ରେସ ମେଣ୍ଟ ସପକ୍ଷରେ ଯାଇଛି।

ସୂଚନାଯୋଗ୍ୟ,କଶ୍ମୀରବାସୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ଏନ୍‌ସିକୁ ୪୨ ଓ ସହଯୋଗୀ କଂଗ୍ରେସକୁ ୬ ଆସନରେ ବିଜୟୀ କରାଇଛନ୍ତି। ଏଥିସହ ତାଙ୍କ ପୁଅ ତଥା ଏନ୍‌ସି ଉପାଧ୍ୟକ୍ଷ ଓମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି।

The post ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ହେଲେ ଓମାର ଅବଦୁଲ୍ଲା appeared first on Dharitri Odia News.