ସର୍ବେlଦୟ ସାମାଜିକ କେନ୍ଦ୍ର ତରଫରୁ ସାଂସ୍କୃତିକ କାଯ୍ୟକ୍ରମ

ବେଲଗୁଣ୍ଠା -୨୮/୧-କଳା ସଂସ୍କୃତିର ସହର ବେଲଗୁଣ୍ଠାର ସର୍ବପୁରାତନ କ୍ଳବ ତଥା ପୁନଃ ସଙ୍ଗଠିତ ସର୍ବୋଦୟ ସାମାଜିକ କେନ୍ଦ୍ର ତରଫରୁ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି ।କ୍ଳବ ସଭାପତି ତଥା ପୂର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ରଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ବେଲଗୁଣ୍ଠା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ଥାନାଧିକାରୀ ବନବିହାରୀ […] The post ସର୍ବେlଦୟ ସାମାଜିକ କେନ୍ଦ୍ର ତରଫରୁ ସାଂସ୍କୃତିକ କାଯ୍ୟକ୍ରମ appeared first on Odisha.News.

ସର୍ବେlଦୟ ସାମାଜିକ କେନ୍ଦ୍ର ତରଫରୁ ସାଂସ୍କୃତିକ କାଯ୍ୟକ୍ରମ

ବେଲଗୁଣ୍ଠା -୨୮/୧-କଳା ସଂସ୍କୃତିର ସହର ବେଲଗୁଣ୍ଠାର ସର୍ବପୁରାତନ କ୍ଳବ ତଥା ପୁନଃ ସଙ୍ଗଠିତ ସର୍ବୋଦୟ ସାମାଜିକ କେନ୍ଦ୍ର ତରଫରୁ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି ।କ୍ଳବ ସଭାପତି ତଥା ପୂର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ରଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ବେଲଗୁଣ୍ଠା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ଥାନାଧିକାରୀ ବନବିହାରୀ ପ୍ରଧାନ, ନଗରପାଳ ଫିରୋଜ କୁମାର ସେଠୀ, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ରୋଟାରୀ କ୍ଳବ୍ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଭି ଦେବୀ ପ୍ରସାଦ ପାତ୍ର,ବରିଷ୍ଠ ଆଇନଜୀବି ବିପିନ ବିହାରୀ ସାହୁ ଓ ସନ୍ତୋଷ କୁମାର ପଣ୍ଡା,ସମବାୟ ବ୍ୟାଙ୍କ ସଭାପତି ସନ୍ତୋଷ କୁମାର ସୁବୁଦ୍ଧି, ବ୍ଳକ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ବରିଷ୍ଠ କଳାକାର ତଥା ସାହିତ୍ୟ ଘର ସଭାପତି ମୋତିଲାଲ୍ ପତି ଏବଂ ସମସ୍ତ କାଉନସିଲ ବୃନ୍ଦ ଅତିଥି ଭାବେ ଯୋଗଦେଇ ମଞ୍ଚସ୍ଥୀନ ଥିଲେ । ଅନୁଷ୍ଠାନର ସମ୍ପାଦକ ତଥା ବିଶିଷ୍ଟ ଶିକ୍ଷାବିତ୍ ରବୀନ୍ଦ୍ରନାଥ ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବାବେଳେ ମଞ୍ଚ ସଂଯୋଜନା କରିଥିଲେ ଲୀନା ସାହୁ । ସଂଧ୍ୟାରାଣୀ ପାଢ଼ୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସହରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନେ ଦଳଗତ ଓ ଏକକ ନୃତ୍ୟ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।ଏପରି କାର୍ଯ୍ୟକ୍ରମ ଆଗାମୀ ପିଢ଼ିକୁ କଳାତ୍ମକ ଦିଗରେ ‌ଶ୍ରେଷ୍ଠତମ ଦିଗକୁ ଅଗ୍ରସର କରିବା ପାଇଁ ପ୍ରୋତ୍ସାହିତ କରିବ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବେଲଗୁଣ୍ଠାକୁ ପିତ୍ତଳ ମାଛର ସହର ହେବା ସହିତ ମନ୍ଦିର ମାଳିନୀ ସହର ମଧ କୁହାଯାଇଥାଏ ।ଏପରି ସ୍ଥଳେ ବେଲଗୁଣ୍ଠାର କଳା ସଂସ୍କୃତି ପାଇଁ ଦେଶ ବିଦେଶରେ ବିଖ୍ୟାତ ବୋଲି କହିବା ସହିତ ଏଠାକାର ବାଘ ନାଚ ବିଦେଶରେ ମଧ୍ୟ ପ୍ରଦର୍ଶିତ ହୋଇଛି ବୋଲି ଅତିଥି ମାନେ ଆଲୋକପାତ କରିଥିଲେ ।ଏହି ଅବସରରେ ଭାଗନେଇଥିବା ବିଦ୍ୟାଳୟ ଗୁଡ଼ିକୁ ଅନୁଷ୍ଠାନ ତରଫରୁ ମାନପତ୍ର ଓ ସିଲ୍ଡ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ବେଲଗୁଣ୍ଠା ସର୍ବୋଦୟ ସାମାଜିକ କେନ୍ଦ୍ରର ସମସ୍ତ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

The post ସର୍ବେlଦୟ ସାମାଜିକ କେନ୍ଦ୍ର ତରଫରୁ ସାଂସ୍କୃତିକ କାଯ୍ୟକ୍ରମ appeared first on Odisha.News.