ସଲମାନ ମାମଲରେ ଦୂରେଇ ରହୁ, ନଚେତ ମାରିଦେବୁ: ସାଂସଦଙ୍କୁ ଧମକ

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ପୂର୍ଣ୍ଣିଆ ସାଂସଦ ପପୁ ଯାଦବଙ୍କୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି।

ସଲମାନ ମାମଲରେ ଦୂରେଇ ରହୁ, ନଚେତ ମାରିଦେବୁ: ସାଂସଦଙ୍କୁ ଧମକ

'ସଲମାନ ଖାନ୍‌ଙ୍କ ମାମଲରେ ଦୂରେଇ ରୁହ। ନଚେତ ମାରିଦେବୁ।' ବିହାରର ପୂର୍ଣ୍ଣିୟା ସାଂସଦ ପପୁ ଯାଦବଙ୍କୁ ଏଭଳି କିଛି ହତ୍ୟା ଧମକ ମିଳିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ତାଙ୍କୁ ଧମକ ଦିଆଯାଇଥିବା କୁହାଯାଉଛି।

ଧମକ ପୂର୍ଣ୍ଣ କଲ୍‌ କରିଥିବା ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ ସେ ଲଗାତର ଭାବେ ପପୁ ଯାଦବଙ୍କ ଅନେକ ଠିକଣାଗୁଡିକର ରେକି କରୁଛନ୍ତି ଏବଂ ତାଙ୍କୁ ହତ୍ୟା କରିବେ। କେବଳ ଏତିକି ନୁହେଁ ପପୁ ଯାଦବଙ୍କୁ ସଲମାନ ଖାନ ମାମଲାରୁ ଦୂରେଇ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଧମକ ଦେଉଥିବା ବ୍ୟକ୍ତି ଜଣକ ଆହୁରି ଦାବି କରିଛନ୍ତି ଯେ ଲରେନ୍ସ ବିଷ୍ଣୋଇ ପାପୁ ଯାଦବଙ୍କ ସହ ଘଣ୍ଟା ପ୍ରତି ୧ ଲକ୍ଷ ଟଙ୍କା ଦେଇ ଜେଲରେ ଜାମର ବନ୍ଦ କରି କଥା ହେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ପପୁ ଯାଦବ ଫୋନ୍ ଉଠାଉ ନାହାନ୍ତି। ଏଭଳି ଧମକପୂର୍ଣ୍ଣ କଲ୍ ଆସିବା ପରେ ପପୁ ଯାଦବ ଏ ବିଷୟରେ ବିହାର ଡିଜିପିଙ୍କୁ ସୂଚନା ଦେଇଛନ୍ତି। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।

ନିକଟରେ ମୁମ୍ବାଇରେ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ହତ୍ୟା ପରେ ପପୁ ଯାଦବ ଖୋଲାଖୋଲି ଭାବେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଚ୍ୟାଲେଞ୍ଜ କରିଥିଲେ। ସେ କହିଥିଲେ ଯେ ଯଦି ଆଇନ ଅନୁମତି ଦିଏ ତେବେ ସେ ୨୪ ଘଣ୍ଟା ମଧ୍ୟରେ ଲରେନ୍ସ ବିଷ୍ଣୋଇଙ୍କ ପରି ଏକ ଛୋଟ ଅପରାଧୀର ସମ୍ପୂର୍ଣ୍ଣ ନେଟୱାର୍କକୁ ନଷ୍ଟ କରିଦେବେ।