ସଲମାନ ରାଗି ଯାଇ ଭାଙ୍ଗି ଦେଇଥିଲେ ଐଶ୍ୱର୍ଯ୍ୟାଙ୍କ ହାତ! ଗୁମର ଖୋଲିଲେ ପୂର୍ବ ପ୍ରେମିକା…

ବମ୍ବେ: ବଲିଉଡ ଦବଙ୍ଗ ଖାନ୍‌ ସଲମାନଙ୍କ ସହ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେମକାହାଣୀ ଆଜି ବି ରହୁଛି ଚର୍ଚ୍ଚାରେ। ଏକ ସମୟରେ ଦୁହେଁ ଦୁହିଁଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ହେଲେ ସମ୍ପର୍କରେ ଘୋଟି ଆସିଥିଲା କଳା ବାଦଲ। ସଲମାନଙ୍କ ଉପରେ ନାନାଦି ଅଭିଯୋଗ ଆଣି ବାଟ ବଦଳାଇଥିଲେ ଐଶ୍‌। ଏହାକୁ ଅନେକ ସମୟ ବିତିଥିବା ବେଳେ ପୁଣିଥରେ ଦୁହିଁଙ୍କ ସମ୍ପର୍କ ଆଲୋଚନାକୁ ଆସିଛି। ଏହା ପଛର କାରଣ ହେଉଛନ୍ତି ସଲମାନଙ୍କ ପୂର୍ବତନ ପ୍ରେମିକା ସୋମି ଅଲି। ପୂର୍ବରୁ […] The post ସଲମାନ ରାଗି ଯାଇ ଭାଙ୍ଗି ଦେଇଥିଲେ ଐଶ୍ୱର୍ଯ୍ୟାଙ୍କ ହାତ! ଗୁମର ଖୋଲିଲେ ପୂର୍ବ ପ୍ରେମିକା… appeared first on Dharitri Odia News.

ସଲମାନ ରାଗି ଯାଇ ଭାଙ୍ଗି ଦେଇଥିଲେ ଐଶ୍ୱର୍ଯ୍ୟାଙ୍କ ହାତ! ଗୁମର ଖୋଲିଲେ ପୂର୍ବ ପ୍ରେମିକା…

ବମ୍ବେ: ବଲିଉଡ ଦବଙ୍ଗ ଖାନ୍‌ ସଲମାନଙ୍କ ସହ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେମକାହାଣୀ ଆଜି ବି ରହୁଛି ଚର୍ଚ୍ଚାରେ। ଏକ ସମୟରେ ଦୁହେଁ ଦୁହିଁଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ହେଲେ ସମ୍ପର୍କରେ ଘୋଟି ଆସିଥିଲା କଳା ବାଦଲ। ସଲମାନଙ୍କ ଉପରେ ନାନାଦି ଅଭିଯୋଗ ଆଣି ବାଟ ବଦଳାଇଥିଲେ ଐଶ୍‌। ଏହାକୁ ଅନେକ ସମୟ ବିତିଥିବା ବେଳେ ପୁଣିଥରେ ଦୁହିଁଙ୍କ ସମ୍ପର୍କ ଆଲୋଚନାକୁ ଆସିଛି। ଏହା ପଛର କାରଣ ହେଉଛନ୍ତି ସଲମାନଙ୍କ ପୂର୍ବତନ ପ୍ରେମିକା ସୋମି ଅଲି। ପୂର୍ବରୁ ହତ୍ୟା ଧମକକୁ ନେଇ ଚିନ୍ତାରେ ରହୁଥିବା ଅଭିନେତାଙ୍କ ଅଡ଼ୁଆ ଏବେ ଦ୍ୱିଗୁଣିତ ହୋଇଛି। ସୋମିଙ୍କ କଥାକୁ ନେଇ ତାଙ୍କୁ ସମାଲୋଚନା କରାଯାଉଛି।

ସୋମି ଐଶ୍‌ଙ୍କ ବିଷୟରେ  କହିଛନ୍ତି, ସେ ବହୁତ ସୁନ୍ଦର, ସେ ଜାଣିଥିଲେ ଯେ ମୁଁ ସଲମାନଙ୍କ ସହ ସମ୍ପର୍କରେ ଅଛି। ହେଲେ ବି ସେ ପୁଣି ତାଙ୍କୁ ଭଲପାଇ ବସିଥିଲେ। କ’ଣ ହେଲା। ସଲମାନ ରାଗି ଯାଇ ଐଶ୍‌ଙ୍କ ହାତ ଭାଙ୍ଗିଦେଇଥିଲେ। ଏହାକୁ ନେଇ ଏତଲା ଦାୟର କରାଯାଇଥିଲା।

କେବଳ ଏତିକି ନୁହେଁ ନିଜ ସମ୍ପର୍କକୁ ନେଇ ସୋମି କହିଛନ୍ତି, ସଲମାନଙ୍କ ସହ ‘ଓ୍ବାନ୍‌ ନାଇଟ୍‌ ଷ୍ଟାଣ୍ଡ’କୁ ନେଇ ଚିଡ଼ି ଯାଇଥିଲି। ଅଭିନେତା ତାଙ୍କୁ ମାନସିକ ଏବଂ ଶାରୀରିକ ଆଘାତ ଦେଉଥିଲେ। ଏହାକୁ ନେଇ ସେ ବ୍ରେକ୍‌ଅପ୍‌ କରିଦେଇଥିଲେ।

କହିରଖୁଛୁ, ଐଶ୍‌ ମଧ୍ୟ ସଲମାନଙ୍କଠାରୁ ଅଲଗା ହେବା ପରେ ନାନାଦି ଅଭିଯୋଗ ଆଣିଥିଲେ। ପରେ ସେ ଅଭିଷେକଙ୍କୁ ବିବାହ କରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଥିଲେ। ଏବେ କିନ୍ତୁ ଉଭୟଙ୍କ ବିବାହ ବିଚ୍ଛେଦ ନେଇ ଖବର ଶୁଣିବାକୁ ମିଳୁଛି। ହେଲେ କେହି ବି ସେନେଇ ସ୍ପଷ୍ଟ କରିନାହାନ୍ତି।

The post ସଲମାନ ରାଗି ଯାଇ ଭାଙ୍ଗି ଦେଇଥିଲେ ଐଶ୍ୱର୍ଯ୍ୟାଙ୍କ ହାତ! ଗୁମର ଖୋଲିଲେ ପୂର୍ବ ପ୍ରେମିକା… appeared first on Dharitri Odia News.